ଏହି ମୁସଲମାନ ଧାର୍ମିକ ନେତାଙ୍କ ଥିଲେ ହଜାରେ ଗାର୍ଲଫ୍ରେଣ୍ଡ୍: ସେକ୍ସ କ୍ରାଇମ୍ ମାମଲାରେ ମିଳିଲା ୧୦୭୫ ବର୍ଷର ସଜ୍ଜା
12/01/2021 at 5:17 PM

ତୁର୍କୀ ୧୨/୦୧ : ତୁର୍କୀରେ ଜଣେ ମୁସଲମାନ ଧାର୍ମିକ ନେତା ଅଦନାନ ଓକତାରଙ୍କୁ ସେକ୍ସ କ୍ରାଇମ ପାଇଁ ସୋମବାର ଦିନ ହଜାରେ ୭୫ ବର୍ଷର ଦଣ୍ଡ ଶୁଣାଯାଇଛି। ଇସ୍ତାନବୁଲର ଏକ ଅଦାଲତ ଅଦନାନଙ୍କୁ ଏହି ସଜ୍ଜାଶୁଣାଇଛନ୍ତି। ୧୦ଟି ଭିନ୍ନ ଭିନ୍ନ ଅପରାଧ ପାଇଁ ତାଙ୍କୁ ଏହି ସଜ୍ଜା ଶୁଣାଯାଇଛି। ଏ ସମ୍ପର୍କରେ ସେଠାକାର ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ୨୦୧୮ ମସିହାରେ ସାରା ଦେଶରେ ଚଢ଼ଉ ହୋଇଥିଲା।

ଚଢ଼ଉ ବେଳେ ଅଦନାନଙ୍କ ଅନେକ ସହକର୍ମୀ ଗିରଫ ହୋଇଥିଲେ। ସେମାନେ ଲୋକକୁ କଟ୍ଟରପନ୍ଥୀ ଉପଦେଶ ଦେଉଥିଲା ଏବଂ ମହିଳାମାନଙ୍କୁ ବିଲେଇ ବୋଲି ଡାକୁଥିଲେ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଦନାନ ଟିଭି ଶୋ’ରେ ଏହି ମହିଳାମାନଙ୍କ ସହ ଡ୍ୟାନ୍ସ ମଧ୍ୟ କରୁଥିଲେ। ଏହି ମହିଳାମାନେ ପ୍ଲାଷ୍ଟିକ ସର୍ଜରୀ କରାଇଥିଲେ। ଅଦନାନ ବିରୋଧରେ ସେକ୍ସ କ୍ରାଇମ୍, ନାବାଳିକା ଯୌନ ଶୋଷଣ, ଠକେଇ ଓ ରାଜନୈତିକ ତଥା ସେନା ଜାସୁସି କରୁଥିବାର ଅଭିଯୋଗ ଥିଲା। ପାଖାପାଖି ୨୩୬ ଜଣଙ୍କ ବିରୋଧରେ ମାମଲା ହୋଇଥିଲା ଏବଂ ୭୮ ଜଣ ଗିରଫ ହୋଇଥିଲେ।

ଏହି ମୁସଲମାନ ଧାର୍ମିକ ନେତା ଗତ ବର୍ଷ ଡିସେମ୍ବରରେ ଶୁଣାଣି ସମୟରେ ବିଚାରପତିଙ୍କୁ କହିଥିଲେ ଯେ ତାଙ୍କର ପାଖାପାଖି ହଜାରେ ଗାର୍ଲଫ୍ରେଣ୍ଡ ଅଛନ୍ତି। ମହିଳାଙ୍କ ପ୍ରତି ତାଙ୍କ ହୃଦୟରେ ବହୁତ ପ୍ରେମ ଭାରି ରହିଛି ବୋଲି ସେ କହିଥିଲେ। ସେ କହିଥିଲେ ପ୍ରେମ ମଣିଷର ଏକ ଖାସ ଗୁଣ ଏବଂ ଜଣେ ମୁସଲମାନ ପାଇଁ ଗର୍ବ। ଆଉ ଏକ ପ୍ରଶ୍ନର ଜବାବରେ ସେ କହିଥିଲେ ବାପା ହେବା ପାଇଁ ତାଙ୍କର ଅସାଧାରଣ କ୍ଷମତା ଅଛି।

ଶୁଣାଣି ବେଳେ ଜଣେ ମହିଳା କହିଥିଲେ ଯେ ଅଦନାନ ତାଙ୍କୁ ଏବଂ ଅନ୍ୟ ମହିଳାଙ୍କୁ ଯୌନ ଶୋଷଣ କରିଛନ୍ତି। ମହିଳାମାନଙ୍କ ସହ ଦୁଷ୍କର୍ମ କରାଯାଇଥିଲା ଏବଂ ସେମାନଙ୍କୁ ଗର୍ଭନିରୋଧକ ବଟିକା ଖାଇବାକୁ ବାଧ୍ୟ କରାଯାଇଥିଲା। ଅଦନାନ ଘରୁ ୬୯ ହଜାର ଗର୍ଭନିରୋଧକ ବଟିକା ଜବତ ହୋଇଥିଲା।