ପୃଥିବୀରେ ରହିଛି ଏମିତି ଏକ ହ୍ରଦ, ଯାହା ଖୋଲିପାରେ ମଙ୍ଗଳରେ ଥିବା ଜୀବସତ୍ତାର ଗୁମର

Published By : Prameya-News7 Bureau | March 09, 2021 IST

ୱାଶିଂଟନ୍‌, ୦୯/୦୩: ଆମେରିକାର ଅନ୍ତରିକ୍ଷ ଏଜେନ୍ସି ନାସା, ମଙ୍ଗଳକୁ ପଠାଇଥିବା ପ୍ରିଜର୍‌ଭାନ୍ସ ରୋଭର୍‌ ଜରିଆରେ ଲାଲ୍‌ ଗ୍ରହରେ ପ୍ରାଚୀନ କାଳରେ ଜୀବନ ଥିଲା କି ନାହିଁ ସେ ସମ୍ୱନ୍ଧରେ ତଥ୍ୟ ସଂଗ୍ରହ କରୁଛି । ଅନ୍ୟପଟେ କିଛି ବୈଜ୍ଞାନିକ ପୃଥିବୀରେ ଥିବା ଏକ ହ୍ରଦ ଜରିଆରେ ମଙ୍ଗଳ ଗ୍ରହକୁ ବୁଝିବାକୁ ଚେଷ୍ଟା କରୁଛନ୍ତି । ରିୟଟର୍ସ ମୁତାବକ ଏହି ହ୍ରଦ ତୁର୍କୀରେ ଥିବା ଜଣାପଡ଼ିଛି ।

salda lake

ନାସା ଏନେଇ କହିଛି ଯେ, ତୁର୍କୀର ସାଲଡା ହ୍ରଦରୁ ମିଳିଥିବା ମିନେରାଲ୍‌ ଏବଂ ପଥର, ମଙ୍ଗଳ ଗ୍ରହରେ ଜେଜେରୋ କ୍ରାଟର୍‌ର ପାଖରେ ମିଳିଥିବା ପଥର ସହିତ ଅଧିକ ପରିମାଣରେ ମିଶି ଯାଉଛି । କହିରଖୁଛୁ କି, ଜେଜେରା କ୍ରାଟର୍‌ ସେହି ସ୍ଥାନ ଯେଉଁଠାରେ ନାସାର ପ୍ରିଜର୍‌ଭାନ୍ସ ରୋଭର ଲ୍ୟାଣ୍ଡି କରିଥିଲା । କୁହାଯାଉଛି ଯେ ପୂର୍ବରୁ ଏହି ସ୍ଥାନରେ ଅଧିକ ପାଣି ରହିଥିଲା ।

salda lake

ରିୟର୍ଟସର ରିପୋର୍ଟ ଅନୁସାରେ, ସାଲଡା ହ୍ରଦରୁ ମିଳିଥିବା କିଛି ତଥ୍ୟ ମଙ୍ଗଳ ଗ୍ରହରେ ପୂର୍ବରୁ ଥିବା ଜୀବସତ୍ତା ବିଷୟରେ ବୁଝିବାକୁ ସହାୟକ ହୋଇପାରିବ । ନାସାର ଅଧିକାରୀ ଏହା ମଙ୍ଗଳ ଗ୍ରହ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହୋଇପାରିବ ।

salda lake

ମୂଳ କଥା ହେଉଛିକି, ଆମେରିକା ଏବଂ ତୁର୍କୀରେ ବୈଜ୍ଞାନିକମାନେ ୨୦୧୯ରେ ଏହି ସାଲଡା ହ୍ରଦର କିଛି ଅଂଶକୁ ନେଇ ରିସର୍ଚ୍ଚ କରିଥିଲେ । ସଫା ନୀଳ ପାଣି କାରଣରୁ ସାଲଡାକୁ ତୁର୍କୀର ମାଳଦ୍ୱୀପ ବୋଲି ମଧ୍ୟ କୁହାଯାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.