ଅଶାନ୍ତ ସିରିୟା : ତୁର୍କିର ଡ୍ରୋନ ଆକ୍ରମଣରେ ୧୯ସିରିଆ ସୈନ୍ୟ ନିହତ !
2/03/2020 at 7:52 AM

ଅଙ୍କରା ୦୨।୦୩: ଉତ୍ତର-ପଶ୍ଚିମ ସିରିଆର ଇଦାଲିବ ପ୍ରାନ୍ତରେ ହିଂସା ଦିନକୁ ଦିନ ବଢିଚାଲିଛି । ଗତ ସପ୍ତାହରେ ସିରିଆର ବିମାନ ଆକ୍ରମଣରେ ତୁର୍କି ସୈନ୍ୟମାନଙ୍କ ମୃତ୍ୟୁ ହୋଇଥିଲା । ତେବେ ତୁର୍କି ନିଜ ସୈନ୍ୟ ଉପରେ ଆକ୍ରମଣ କରିବା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ଦେଇଥିଲା । ରୁଷ୍ ସମର୍ଥିତ ସିରିଆୟ ସେନା ବିରୋଧରେ ପୂର୍ଣ୍ଣ ସୈନ୍ୟ ଅଭିଯାନ ଚଳାଇବା ପାଇଁ ପୃଷ୍ଟି କରିଥିଲା । ତେବେ ରବିବାର ଦିନ ତୁର୍କି ସେନାର ଡ୍ରୋନ ଆକ୍ରମଣରେ ୧୯ ସିରିଆ ସୈନିକଙ୍କ ମୃତ୍ୟୁ ହୋଇଛି ।
ସିରିଆ ଶାସନ ବିରୋଧରେ ତୁର୍କି ନିଜର ଆକ୍ରମଣ ରୂପ ଧାରଣ କରିଛି । ରବିବାର ଦିନ ଦୁଇଟି ସିରିଆ ଯୁଦ୍ଧ ବିମାନକୁ ଟାର୍ଗେଟ କରି ଧଂସ କରିଦେଇଛି ତୁର୍କି । ବିଦେଶୀ ଗଣମାଧ୍ୟମ ଅନୁସାରେ ତୁର୍କି ସେନାର ଦ୍ବାରା କରାଯାଇଥିବା ଏହି ଡ୍ରୋନ ଆକ୍ରମଣରେ ୧୯ଜଣ ସିରିଆ ସୈନିକଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି ।

ଉତ୍ତର-ପଶ୍ଚିମ ସିରିଆର ଇଦାଲିବ ପ୍ରାନ୍ତରେ ଗତ କିଛି ଦିନ ହେଲା ହିଂସା ଲାଗିରହିଛି । ତେବେ ଗତ ସପ୍ତାହରେ ତୁର୍କି ଉପରେ ହୋଇଥିବା ଆକ୍ରମଣକୁ ନେଇ ରୁଷ ଓ ତୁର୍କି ମଧ୍ୟ ବିବାଦ ଦେଖାଦେଇଛି । ତୁର୍କି ରକ୍ଷା ମନ୍ତ୍ରାଳୟ ଏକ ବୟାନ ଜାରି କରି କହିଛି ଯେ, ଆମ ଦେଶର ଏକ ଡ୍ରୋନକୁ ଟାର୍ଗେଟ କରାଯାଇଥିଲା। ଏବଂ ଏହି ଟାର୍ଗେଟରେ ଆମର ଦୁଇଟି ଅନ୍ୟ ବିମାନ ନଷ୍ଟ କରାଯାଇଥିଲା । ତେଣୁ ଆମ ଦେଶର ଡ୍ରୋନ ଉପରେ ଆକ୍ରମଣ କରିଥିବା ଦୁଇଟି ଏସୟୁ-୨୪ ବିମାନକୁ ନଷ୍ଟ କରାଯାଇଛି ।