ଦକ୍ଷତା ଥିଲେ ମଉକାର ଲାଭ ଉଠାଇବା ବଡ କଥା ନୁହେଁ: ଲକଡାଉନରେ ଘରେ ବସି ସୁନା ଓ ରୁପା ମାସ୍କ ବ୍ୟବସାୟ ଆରମ୍ଭ କଲେ ଶିଳ୍ପୀ

Published By : Prameya-News7 Bureau | November 28, 2020 IST

ଅଙ୍କାରା ୨୮/୧୧ : କରୋନା ଭାଇରସ ବିଶ୍ୱର ଅନେକ ଦେଶକୁ ବ୍ୟାପି ସାରିଛି। କିନ୍ତୁ ଏବେ ଯାଏଁ କରୋନା ଭ୍ୟାକସିନ ଆସିନାହିଁ। ଭ୍ୟାକସିନ ନ ଆସିବା ଯାଏଁ ମାସ୍କ ବ୍ୟବହାର କରିବାକୁ ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି। ମହାମାରୀ ବ୍ୟାପିବାର ୧୦ ମାସରୁ ଅଧିକ ସମୟ ହେଲାଣି। ମାସ୍କ ବର୍ତ୍ତମାନ ଦୈନନ୍ଦିନ ଜୀବନର ଏକ ଜରୁରୀ ଅଂଶ ହୋଇଗଲାଣି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ପ୍ରଦାନ କରୁଥିବା ମାସ୍କକୁ ତୁର୍କୀର ଜଣେ ଶିଳ୍ପୀ ଗହଣାର ରୂପ ଦେଇଛନ୍ତି। ସେ ସୁନା ଓ ରୁପାରେ ମାସ୍କ ତିଆରି କରୁଛନ୍ତି।

{"id":369178,"sizeSlug":"large"}

୪୩ ବର୍ଷ ବୟସ୍କ ସାବରୀ ଦେମିର୍ଚି ଜଣେ ଶିଳ୍ପୀ। ପାଖାପାଖି ୩୨ ବର୍ଷ ହେଲା ସେ ରୁପା କାମ କରୁଛନ୍ତି। କରୋନା ଓ ଲକଡାଉନ ଯୋଗୁଁ ତାଙ୍କୁ ମଧ୍ୟ କିଛି ସମୟ ପାଇଁ ନିଜ ଦୋକାନ ବନ୍ଦ କରିବାକୁ ପଡିଥିଲା। ଲକଡାଉନ ସମୟରେ ଖାଲି ସମୟକୁ ସେ ସଦୁପଯୋଗ କରିବାକୁ ନୂଆ ଉପାୟ ଖୋଜିଥିଲେ। ସାବରୀ ଶୁଣିଥିଲେ ଯେ ରୁପାରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଥାଏ। ଏହାପରେ ସେ ରୁପା ସମ୍ପର୍କରେ ପଢି ଆହୁରି ତଥ୍ୟ ଜୁଟାଇଲେ। ଏହାପରେ ସେ ନିଷ୍ପତ୍ତି ନେଲେ ଯେ ଦୁଇ ଅଧେ ମାସ ଯାଏଁ ରୁପାର ମାସ୍କ ତିଆରି କରିବେ। 

{"id":369186,"sizeSlug":"large"}

ଜୁନ ମାସରେ ସାବରୀ ନିଜ ଦୋକାନ ପୁଣି ଖୋଲିଲେ ଓ ରୁପାର ମାସ୍କ ତିଆରି ପାଇଁ ଛାଞ୍ଚ ପ୍ରସ୍ତୁତ କଲେ। ଏହାପରେ ସେ ଉଭୟ ସୁନା ଓ ରୁପା ମାସ୍କ ତିଆରି କଲେ। ଇଂରାଜୀ ୱେବସାଇଟ ଡେଲିସବାହ ଅନୁଯାୟୀ, ବୁଧବାର ଦିନ ଏକ ସମାଚାର ଏଜେନ୍ସି ସହ କଥାବାର୍ତ୍ତା ବେଳେ ସାବରୀ କହିଥିଲେ ଯେ ସେ ୫ ମାସ ଧରି ମାସ୍କର ଡିଜାଇନ ଓ ଛାଞ୍ଚ ଉପରେ କାମ କରିଥିଲେ। ବର୍ତ୍ତମାନ ସେ ଆଣ୍ଟି ବ୍ୟାକ୍ଟେରିଆଲ ରୁପା ମାସ୍କ ତିଆରି ଆରମ୍ଭ କରିଛନ୍ତି।

ଏହି ମାସ୍କର ବିଶେଷତ୍ୱ ହେଲା ଏହା ୯୯୯ ଫାଇନ ରୁପାରେ ତିଆରି। ଏହାର ଓଜନ ୨୦ ଗ୍ରାମ୍। ଆରାମ ପାଇଁ ମାସ୍କ ଭିତରେ ସିଲ୍କ ଲଗାଯାଇଛି। ସୁନା ମାସ୍କର ଓଜନ ପାଖାପାଖି ୨୫ ଗ୍ରାମ୍। ମାସ୍କର ଆଉ ଏକ ଖାସ କଥା ହେଲା ଏହି ମାସ୍କ ପିନ୍ଧିବା ପରେ ନିଶ୍ୱାସ ନେବାରେ ଅସୁବିଧା ହୋଇନଥାଏ।

{"id":369182,"width":568,"height":378,"sizeSlug":"large"}

ସାବରୀ କହିଛନ୍ତି ଯେ ସାପ୍ତାହିକ ୧୫୦ ରୁ ୨୦୦ ମାସ୍କ ତିଆରି କରିଥାନ୍ତି। ଏହି ମାସ୍କକୁ ହାଲୁକା କପଡାରେ ସଫା କରାଯାଇପାରିବ। ସେ କହିଛନ୍ତି ଯେ ମାସ୍କ ଡିସ୍ପୋଜେବଲ ନୁହେଁ କିନ୍ତୁ ମହାମାରୀ ଶେଷ ହେବାପରେ ଏହାକୁ ବିକ୍ରି କରାଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.