ତୁର୍କିର ଏହି ଅଭିନେତ୍ରୀ ବଲିଉଡରେ କରିବେ ଡେବ୍ୟୁ
26/09/2019 at 2:44 PM

ମୁମ୍ବାଇ୨୬|୯: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ବିଦେଶୀ ଅଭିନେତ୍ରୀ କାମ କରନ୍ତି। ଦର୍ଶକ ମଧ୍ୟ ଏହି ବିଦେଶୀ ଅଭିନେତ୍ରୀଙ୍କୁ ଦେଖିବା ପସନ୍ଦ କରନ୍ତି। ଏହି ତାଲିକାରେ ଅଭିନେତ୍ରୀ ଜେକ୍ଲିନ,କ୍ୟାଟ୍ରିନା,ନୋରାଙ୍କ ନାଁ ସାମିଲ ଅଛି। ତେବେ ତୁର୍କିର ମଡେଲ ଓ ଅଭିନେତ୍ରୀ ହାଣ୍ଡେ ଏହି ତାଲିକାରେ ସାମଲ ହେବାକୁ ଯାଉଛନ୍ତି ।

ଏର୍ସେଲ ସମଗ୍ରଜଗତରେ ଏକ ଚର୍ଚ୍ଚିତ ଚେହେରା। ଏହି ଅଭିନେତ୍ରୀ ଦେଖିବାକୁ ବହୁତ ସୁନ୍ଦର।ସାଧାରଣତଃ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ। ଭାରତରେ ହାଣ୍ଡେଙ୍କ ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ ରହିଛି । ଭାରତରେ ଦର୍ଶକ ତାଙ୍କ ଭିଡିଓ ଦେଖିବାକୁ ଖୁବ୍ ପସନ୍ଦ କରନ୍ତି।

୧୯୯୩ ମସିହା ନଭେମ୍ବର ମାସ ୨୪ ତାରିଖରେ ତୁର୍କିରେ ଜନ୍ମ ହୋଇଛନ୍ତି ହାଣ୍ଡେ ।ତାଙ୍କ କ୍ୟୁଟ ଭିଡିଓ ଭାରତରେ ଅଧିକାଂଶ ସମୟ ଭାଇରାଲ ହେଉଥାଏ। ତେବେ ହାଣ୍ଡେଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଭଲ ଖବର ଏହା ଯେ, ସେ ଖୁବ ଶୀଘ୍ର ବଲିଉଡରେ ପାଦ ଦେବାକୁ ଯାଉଛନ୍ତି।

୨୫ ବର୍ଷ ବୟସ୍କା ହାଣ୍ଡେ ୨ଟି ଫିଲ୍ମରେ କାମ କରିଛନ୍ତି। ତୁର୍କିର ଏକ ଟିଭି ସିରିଏଲରେ ସେ ହୟାତ ଭୂମିକାରେ ଅଭିନୟ କରିଛନ୍ତି। ଏହି ଧାରାବାହିକରେ କାମ କରି ସେ ବେଶ ଚର୍ଚ୍ଚିତ। ମିଶ୍ରା ଫିଲ୍ମରେ ଅଭିନୟ କରି ସେ ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିବେ।

ଚଳିତ ବର୍ଷ ନଭେମ୍ବର ମାସରେ ତାଙ୍କ ଫିଲ୍ମର ଶୁଟିଂ ଆରମ୍ଭ ହେବ। ଫିଲ୍ମର ନାଁ ଓ ଅଭିନେତାଙ୍କ ବିଷୟରେ ଏଯାଏଁ ଘୋଷଣା କରାଯାଇନାହିଁ। କିନ୍ତୁ ଏହା ସ୍ପଷ୍ଟ ଭାବେ ଜଣା ପଡୁଛି ଯେ, ଭିଢିଓ ମାଧ୍ୟମରେ ଭାଇରାଲ ହୋଇଥିବା ଅଭିନେତ୍ରୀ ଫିଲ୍ମ ପରେ ନିହାତି ଭାବେ ଦର୍ଶକଙ୍କ ଦିଲ୍ରେ ରାଜ କରିବେ।