Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

FATAF ଗ୍ରେ ଲିଷ୍ଟରୁ ପାକିସ୍ତାନକୁ ବାହାର କରିବାକୁ ଓକିଲାତି କରୁଥିଲା, ଏବେ ନିଜେ ଫଶିଗଲା ତୁର୍କି, ଜାଣନ୍ତୁ କିପରି?

22/10/2021 at 9:29 PM

ପ୍ୟାରିସ୍‌ :  ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ)ଙ୍କ ୨୦୨୦ ବୈଠକରେ ପାକିସ୍ତାନକୁ କେମିତି ବି ହେଲେ ଗ୍ରେ ଲିଷ୍ଟରୁ ବାହରକୁ ଅଣା ଯାଉ ବୋଲି ଦୁଇଟି ଦେଶ ଦାବି କରୁଥିଲେ। ଏଥିରେ ପ୍ରଥମ ଦେଶ ଚୀନ୍‌ ଏହି ଦାବି କରିଥିବା ବେଳେ ଦ୍ୱିତୀୟ ଦେଶ ଭାବେ ତୁର୍କି ସମର୍ଥନ କରିଥିଲା। ଏପରିକି ତୁର୍କି ରାଷ୍ଟ୍ରପତି ରେସେପ ତ୍ୟେପ୍ ଏର୍ଡୋଗାନ ଏଥିପାଇଁ ତାଙ୍କ ଉଦ୍ୟମ ଅବ୍ୟହତ ରହିବ ବୋଲି ମଧ୍ୟ କହି ପକାଇଥିଲେ। ହେଲେ ଚଳିତବର୍ଷ ପରିଦୃଶ୍ୟ ବଦଳି ଯାଇଛି। ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ସମର୍ଥନ ଲାଗି ତୁର୍କିର ଚର୍ଚ୍ଚା ହେଉଥିବା ବେଳେ  ମଧ୍ୟ ପାକିସ୍ତାନ ସହ ଗ୍ରେ ଲିଷ୍ଟରେ ସ୍ଥାନିତ ହୋଇଯାଇଛି।

ଆତଙ୍କବାଦ ସଙ୍ଗଠନମାନଙ୍କୁ ଆର୍ଥିକ ସହାୟତା ଲାଗି ଜୁନ ୨୦୧୮ ମସିହାରେ ଏଫଏଟିଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ସ୍ଥାନିତ କରିଥିଲେ ଓ ଏଥିରୁ ବାହରକୁ ଆସିବା ଲାଗି ପାକିସ୍ତାନ ନିମନ୍ତେ କିଛି ସର୍ତ୍ତ ରଖିବା ସହ ଅବଧି ମଧ୍ୟ ନିର୍ଦ୍ଧାରଣ କରିଥିଲେ। ହେଲେ ପାକିସ୍ତାନ ସେହି ଅବଧିରେ ସର୍ତ୍ତ ପାଳନରେ ଅକ୍ଷମ ହେବା ଯୋଗୁ ଫାଇନାନସିଆଲ ଆକ୍ସନ  ଟାସ୍କ ଫୋର୍ସ ଅବଧି ସମ୍ପ୍ରସାରଣ କରିଥିଲେ। ତେବେ ଯେମିତି ହେଉ ପାକିସ୍ତାନକୁ ଗ୍ରେ ଲିଷ୍ଟରୁ ବାହାର କରାଯାଉ ବୋଲି ଅକ୍ଟୋବର ୨୦୨୦ରେ  ଦାବି କରିଥିବା ତୁର୍କି ଏବେ ନିଜକୁ ସୂଚୀରେ ଦେଖିବା ପରେ ଆଚମ୍ଭିତ ହୋଇପଡିଛି।

ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ସମର୍ଥନ ଲାଗି ଏଫଏଟିଏଫ ପ୍ରସ୍ତୁତ କରିଥିବା ୨୨ ଦେଶଙ୍କ ସୂଚୀରେ ମିଆଁମାର ସହ ତୁର୍କି ନୂଆ କରି ସାମିଲ ହୋଇଛି। ଏଫଏଟିଏଫ ଅଧ୍ୟକ୍ଷ ମାର୍କସ ପ୍ଲେୟର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏଥିରେ ସେ ତୁର୍କି ନେତୃତ୍ୱଙ୍କ ପ୍ରତି ପ୍ରଶ୍ନ ଉଠାଇଛନ୍ତି। ଆତଙ୍କବାଦୀଙ୍କ ନିକଟକୁ ପହଞ୍ଚୁଥିବା ଅର୍ଥ ଉପରେ ତୁର୍କି କଡାନଜର ରଖିବା ସରକାର ବୋଲି ପ୍ଲେୟର କହିଛନ୍ତି।  ଏବେ ତୁର୍କି ଲାଗି ମନିଲଣ୍ଡ୍ରିଂ ଉପରେ କାର୍ଯ୍ୟାନୁଷ୍ଠାନ ଓ ଆତଙ୍କବାଦୀଙ୍କ ନିକଟକୁ ପହଞ୍ଚୁଥିବା ଆର୍ଥିକ ସହାୟତାର ରାସ୍ତା ଖୋଜି କାଢିବା ଏବେ ଜରୁରି ହୋଇପଡିଛି। ଯଦି ଏହା ନକରିପାରେ ତେବେ ପାକିସ୍ତାନ ଭଳି ଗ୍ରେ ଲିଷ୍ଟରେ ରହି ବିଶ୍ୱ ଆର୍ଥିକ ବାସନ୍ଦର ଶିକାର ହେବା ନିଶ୍ଚିତ ବୋଲି ପ୍ଲେୟର ଚେତାଇ ଦେଇଛନ୍ତି।

   Related Posts