କୃଷ୍ଣ ସାଗରରେ ତୁର୍କିକୁ ମିଳିଲା ପ୍ରାକୃତିକ ଗ୍ୟାସ୍‌ର ବିଶାଳ ଭଣ୍ଡାର, ଏର୍ଡୋଗାନ କହିଲେ ହେବ ନୂଆ ଯୁଗର ଆରମ୍ଭ

Published By : Prameya-News7 Bureau | August 20, 2020 IST

ଅଙ୍କାରା : କୃଷ୍ଣ ସାଗର (ବ୍ଲାକ୍ ସି)ରେ ତୁର୍କିକୁ ମିଳିଛି ପ୍ରାକୃତିକ ଗ୍ୟାସ୍‌ର ବିଶାଳ ଭଣ୍ଡାର। ଦେଶର ଏହି ଅନୁସନ୍ଧାନରେ ଜଡିତ ଲୋକେ ବ୍ଲୁମବର୍ଗକୁ ଏହି ସୂଚନା ଦେଇଛନ୍ତି। ସେପଟେ ରାଷ୍ଟ୍ରପତି ରେସେପ ତାଇପ୍ ଏର୍ଡୋଗାନ୍‌ ମଧ୍ୟ ଏହାକୁ ନେଇ ସଙ୍କେତ ଦେଇଛନ୍ତି। ଏ ନେଇ ସେ ଶୁକ୍ରବାର ଦେଶବାସୀଙ୍କୁ ଖୁସିଖବର ଦେବେ ବୋଲି ଘୋଷଣା କରିଛନ୍ତି। ସେପଟେ ଭୂମଧ୍ୟ ସାଗରର ବିବାଦୀୟ ସ୍ଥାନରେ ତୁର୍କି ଏହି ଗ୍ୟାସ୍‌ ଭଣ୍ଡାର ସନ୍ଧାନ କରିବା ଏବେ ୟୁରୋପୀୟ ୟୁନିୟନ ସହ ବିବାଦକୁ ଉଗ୍ର କରିଛି।

ଏର୍ଡୋଗାନଙ୍କ ଘୋଷଣା ପରେ ଡଲାର ତୁଳନାରେ ତୁର୍କି ମୁଦ୍ରାର ମୂଲ୍ୟ ବୃଦ୍ଧି ହୋଇଛି। କେବଳ ଏତିକି ନୁହେଁ ଦେଶର ଦୁଇ ପ୍ରମୁଖ ତୈଳ କମ୍ପାନୀଙ୍କ ସେୟାର ମୂଲ୍ୟରେ ଗୁରୁବାର ୭.୬ରୁ ୯.୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ତୁର୍କି ଶକ୍ତି ମନ୍ତ୍ରୀଙ୍କ ସୂଚନା ଅନୁସାରେ ଗତମାସରେ ଏରେଗିଲ ନିକଟସ୍ଥ ଉପକୂଳ ଅଞ୍ଚଳର ଟୁନା-୧ ଅଞ୍ଚଳରେ ଏକ୍ସପ୍ଲୋରେସନ କରାଯାଇଥିଲା। ଏଠାରେ ପ୍ରାକୃତିକ ଗ୍ୟାସ୍‌ର ବିଶାଳ ଭଣ୍ଡାର ଥିବାର ଏବେ ସୂଚନା ମିଳୁଛି।

ଟୁନା-୧ ତୁର୍କି ସୀମାବର୍ତ୍ତି ହୁଲଗେରିଆ ଓ ରୋମାନୀୟ ଜଳ ସୀମାରେ ରହିଛି। ରୋମାନିାର ନେପ୍ଟୁଟନ ବ୍ଲକ୍‌ ଠାରୁ ଏହା ବେଶି ଦୂରରେ ନୁହେଁ। ପ୍ରାୟ ୮ ବର୍ଷ ପୂର୍ବେ ବ୍ଲାକ୍‌ ସିରେ  ରୋମାନିଆର ନେପ୍ଟୁନ ବ୍ଲକ୍‌ରେ ବିଶ୍ୱର ବୃହତ୍ତ ଗ୍ୟାସ ଭଣ୍ଡାର ଖୋଜା ଯାଇଥିଲା। ରୋମାନିଆ ଏବେ ସ୍ୱଳ୍ପ ଗଭୀରତାର ଗ୍ୟାସ୍‌ ଭଣ୍ଡାରର କାମ କରୁଛି। ତେବେ ୮ ବର୍ଷ ପୂର୍ବେ ଖୋଜିଥିବା ବିଶାଳ ଭଣ୍ଡାରର କାମ ଏବେବି ଆରମ୍ଭ ହୋଇନି । ତେବେ ତୁର୍କିର ଦାବି ଯଦିଓ ସହଜରେ ଗ୍ରହଣୀୟ ହେଉ ନାହିଁ ତେବେ  ଉପୁଜିବାକୁ ଯାଉଥିବା ବିବାଦକୁ ନେଇ ଜର୍ମାନ ଚାନ୍ସେଲର ଏଞ୍ଜେଲା ମାର୍କେଲ ଚିନ୍ତା ବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.