ଇଣ୍ଟରନେଟ୍ରେ ଧମାଲ କରୁଥିବା ଏହି ମଡେଲଙ୍କ ବିଷୟରେ ଜାଣନ୍ତୁ

Published By : Prameya-News7 Bureau | May 12, 2019 IST

ଆଜିକାଲି ସୋସିଆଲ ମିଡିଆ ଲୋକଙ୍କ ଜୀବନରେ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ଟିଭି ସିରିଏଲ ଦେଖିବାଠୁ ଅଧିକ ସମୟ ଲୋକେ ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ରେ ବିତାଉଛନ୍ତି। ସୋସିଆଲ ମିଡିଆ ଦ୍ବାରା ଲୋକେ ଅଧିକ ସୂଚନା ମଧ୍ୟ ପାଇପାରୁଛନ୍ତି । ଆଜିକାଲି ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ନୂଆ ନୂଆ ଚେହେରା ଦେଖିବାକୁ ମଧ୍ୟ ମିଳୁଛି ।

{"id":111135,"width":576,"height":346}

ତେବେ ଗତ ବର୍ଷ ୨୦୧୮ ମସିହାରେ ଜଣେ ଅଭିନେତ୍ରୀଙ୍କୁ ଗୁଗୁଲରେ ଅଧିକ ସର୍ଚ୍ଚ କରାଯାଇଛି। ସେ ହେଉଛନ୍ତି ଚର୍ଚ୍ଚିତ ଚେହେରା ପ୍ରିୟା ପ୍ରକାଶ ୱାରିଅର । ଇଣ୍ଟରନେଟ୍‌ର ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରିୟାଙ୍କ ଭିଡିଓ କ୍ଲିପ୍‌ ଭାଇରାଲ ହେବା ପରେ ସେ ରାତା ରାତି ଷ୍ଟାର ହୋଇଥିଲେ। ପ୍ରିୟାଙ୍କ ଭଳି ଏହି କ୍ୟୁଟ୍‌ ଝିଅ ଏବେ ଇଣ୍ଟରନେଟ୍‌ରେ ଅଧିକ ଭାଇରାଲ୍ ହେବାରେ ଲାଗିଛନ୍ତି ।

{"id":111136}

ଅନେକ ବଲିଉଡ ମିକ୍‌ସିଙ୍ଗ ଗୀତର ଭିଡିଓରେ ଏହି କ୍ୟୁଟ୍‌ ଝିଅଙ୍କୁ ଦେଖିବାକୁ ମିଳୁଛି । ନିଜର ଅଙ୍ଗଭଙ୍ଗୀରୁ ସେ ଅନେକ ଲୋକଙ୍କ ଦିଲ୍‌ରେ ରାଜ୍ କରନ୍ତି। ଏହି କ୍ୟୁଟ୍‌ ଝିଅ କୌଣସି ବଲିଉଡ ଅଭିନେତ୍ରୀ ନୁହନ୍ତି। ସେ ତୁର୍କିର ଜଣେ ମଡେଲ ଓ ଅଭିନେତ୍ରୀ। ତୁର୍କିର ଏକ ଟିଭି ସୋରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ସାରା ଜଗତରେ ଚର୍ଚ୍ଚିତ ଚେହେରା । ଏହି ସିରିଏଲରେ ସେ ହୟାତର ଭୂମିକାରେ ଅଭିନୟ କରିଛନ୍ତି।

{"id":111137}

ହାଣ୍ଡେ ଏର୍ସଲ ନାମକ ଏହି ଅଭିନେତ୍ରୀ ଦେଖିବାକୁ ବହୁତ ସୁନ୍ଦର। ୧୯୯୩ ମସିହା ନଭେମ୍ୱର ମାସ ୨୪ ତାରିଖରେ ତୁର୍କିରେ ଜନ୍ମଗ୍ରହମ କରିଛନ୍ତି ହାଣ୍ଡେ । ଭାରତରେ ହାଣ୍ଡେଙ୍କ ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ ରହିଛନ୍ତି । ଭାରତରେ ଦର୍ଶକ ତାଙ୍କ ଭିଡିଓ ଦେଖିବାକୁ ଖୁବ୍‌ ପସନ୍ଦ କରନ୍ତି।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.