Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସୁଡ଼ଙ୍ଗ ଜରିଆରେ ସଂସଦରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

4/03/2021 at 2:17 PM

ନୂଆଦିଲ୍ଲୀ ୦୪/୦୩ : ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଗାଡି ସଂସଦରୁ ବାହାରିବା ସମୟରେ ଜନତାଙ୍କୁ ଆଉ ଅସୁବିଧା ହେବନାହିଁ। ନୂଆ ସଂସଦରେ ଏଥିପାଇଁ ଏକ ସୁଡ଼ଙ୍ଗ ନିର୍ମାଣ କରାଯାଉଛି ଯାହା ଅଣ୍ଡରଗ୍ରାଉଣ୍ଡ ରାସ୍ତା ଦେଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ବାସଭବନ ଯାଏଁ ଯିବ। ଯାହାଫଳରେ ସାଧାରଣ ଜନତାଙ୍କୁ ଭିଭିଆଇପି ମୁଭମେଣ୍ଟ ପାଇଁ ଆଉ କୌଣସି ଅସୁବିଧା ହେବନାହିଁ ଏବଂ ସଂସଦ ବାହାରେ ଟ୍ରାଫିକ ମଧ୍ୟ ସାମାନ୍ୟ ରହିବ। ଏହି ସୁଡ଼ଙ୍ଗ ନିର୍ମାଣର ଉଦ୍ଦେଶ୍ୟ ହେଲା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଭଳି ହସ୍ତୀଙ୍କ ଗାଡି ଟ୍ରାଫିକ ନିୟମକୁ ବାଧିତ ନ କରି ସଂସଦରେ ଯିବାଆସିବା ସୁନିଶ୍ଚିତ କରିବା।

ସୁଡ଼ଙ୍ଗ ପଚାର କାରଣ ବହୁତ ସରଳ। ଯଦି ଭିଆଇପି ମୁଭମେଣ୍ଟ ସଂସଦରୁ ଅଲଗା ରହିବ ତାହେଲେ କମ ବାଧା ସହ ନୂଆ ସଂସଦ ପରିସରକୁ ଯାଇପାରିବେ ଓ ପରିସରରୁ ବାହାରିପାରିବେ। ସେଣ୍ଟ୍ରାଲ ଭିଷ୍ଟାର ନିର୍ମାଣ ଯୋଜନା ଅନୁଯାୟୀ, ନୂଆ ପ୍ରଧାନମନ୍ତ୍ରୀ ଆବାସ ଓ ପିଏମଓ ସାଉଥ ବ୍ଲକରେ ରହିବ। ନୂଆ ଭିପି ଚାମ୍ବର ନର୍ଥ ବ୍ଲକରେ ରହିବ ଏବଂ ସାଂସଦଙ୍କ ଚାମ୍ବର ଟ୍ରାନ୍ସପୋର୍ଟ ଓ ଶ୍ରମ ଶକ୍ତି ଭବନ ଆଡକୁ ରହିବ।

ଟାଇମ୍ସ ଅଫ ଇଣ୍ଡିଆର ଏକ ଖବର ଅନୁଯାୟୀ, ସୁଡ଼ଙ୍ଗ ସିଙ୍ଗଲ ଲେନ ବିଶିଷ୍ଟ ହେବ। କାରଣ ଏହି ସୁଡ଼ଙ୍ଗ କିଛି ବିଶେଷ ଲୋକ ହିଁ ବ୍ୟବହାର କରିବେ। ଏହା ଛୋଟ ଜାଗା ହୋଇଥିବାରୁ ସଂସଦ ଯାଏଁ ପହଞ୍ଚିବାକୁ ଗଲ୍ଫ କୋର୍ଟ ବ୍ୟବହାର କରାଯାଇପାରେ ବୋଲି କୁହାଯାଉଛି। ରାଷ୍ଟ୍ରପତି ଭବନରୁ ଏହିଭଳି ଲିଙ୍କର ଆବଶ୍ୟକତା ନଥିଲା କାରଣ ଏହା ଅଳ୍ପ ଦୂରରେ ଅଛି ଏବଂ ସଂସଦକୁ ରାଷ୍ଟ୍ରପତି କମ ଆସିଥାନ୍ତି ଏବଂ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ।

ସୂତ୍ର ଅନୁଯାୟୀ, ସେଣ୍ଟ୍ରାଲ ଭିଷ୍ଟା ଡେଭେଲପ୍ମେଣ୍ଟର ପ୍ରାଥମିକ ଉଦ୍ଦେଶ୍ୟ ସଂସଦ ପରିସର ଉପରେ ଓ ଆଖପାଖ ଅଞ୍ଚଳରେ ସାଧାରଣ ଜନତା ସହଜରେ ପହଞ୍ଚିପାରିବେ। ବର୍ତ୍ତମାନ ସେଣ୍ଟ୍ରାଲ ଭିଷ୍ଟା ଓ ଲୁଟିୟାନ୍ସ ବଙ୍ଗଳା ଜୋନର ଅନେକ ସ୍ଥାନରେ ସୁରକ୍ଷା କାରଣରୁ ଏବଂ ଭିଆଇପିଙ୍କ ଯିବାଆସିବା ଯୋଗୁଁ କଡା ସୁରକ୍ଷା ବ୍ୟବସ୍ଥା ଥାଏ। ଯାହାଫଳରେ ଜନତାଙ୍କ ମୁଭମେଣ୍ଟ ଉପରେ ପ୍ରଭାବ ପଡିଥାଏ। ଆଗାମୀ ଦିନରେ ଭିଆଇପି ରାସ୍ତା କେବଳ ଜାନୁଆରୀ ୨୬ ତାରିଖ ପରେଡ ଭଳି କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯାଇପାରେ।

   Related Posts