Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଜମ୍ମୁ ସୀମାରେ ସୁଡଙ୍ଗ ! ପାକିସ୍ତାନ ପଟୁ ନିର୍ମାଣ କରାଯାଇଥିବା ଆଶଙ୍କା, ଯାଞ୍ଚ ଜାରି

5/11/2020 at 12:17 PM

ଶ୍ରୀନଗର ୫।୧୧: ଜମ୍ମୁ ସୀମାନ୍ତ ଚାଢକା ସ୍ଥିତ ଏକ ଜମିରେ ମିଳିଛି ସୁଡଙ୍ଗର ସନ୍ଧାନ । ଏହି ସୁଡଙ୍ଗ ପାକିସ୍ତାନ ପଟୁ ନିର୍ମିତ ହୋଇଛି କି ଏହା କୌଣସି ବୋରଓ୍ବେଲ ପୋଲିସ ଏବଂ ବିଏସଏଫ ତାର ଯାଞ୍ଚ କରୁଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, ସୀମାନ୍ତରେ ତାରଜାଲି ନିକଟରେ କାହା ଅନୁମତିରେ କିଏ ବୋରଓ୍ବେଲ ଖୋଳିଛି । କେବଳ ଏତିକି ନୁହେଁ ଏହା ମଧ୍ୟ କୁହାଯାଉଛି ଯେ, କେବେ ଜମ୍ମୁ ସୀମାକୁ ପାକ୍ ସୁଡଙ୍ଗରୁ ମୁକ୍ତି ମିଳିବ ।

ଅରାନିଆ ସବ୍ ସେକ୍ଟରରେ ଜିରୋ ଲାଇନ୍ ର ନିକଟବର୍ତ୍ତୀ ଅଞ୍ଚଳରେ ମିଳିଥିବା ଏହି ସୁଡଙ୍ଗକୁ ପାକିସ୍ତାନ ପଟୁ ଖୋଳାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଏହାକୁ ସୁଡଙ୍ଗ ବୋଲି ସ୍ପଷ୍ଟ କରିନଥିଲେ ମଧ୍ୟ ଏହା ଏକ ବୋରଓ୍ବେଲ ବୋଲି ମଧ୍ୟ କିଛି କହିନାହିଁ । ମାତ୍ର ଅଧିକାରୀସ୍ତରରେ ଯେଉଁଭଳି ତନାଘନା ଚାଲିଛି ଏହା ଏକ ଗମ୍ଭୀନ ବିଷୟ ବୋଲି ଅନୁମାନ କରାଯାଉଛି ।

ଏହା ଏକ ସୁଡଙ୍ଗ ବୋଲି ସ୍ପଷ୍ଟ କରିବା ପାଇଁ ଆଖପାଖ ଜମିକୁ ଜେସିବି ସାହାଯ୍ୟରେ ଖୋଳାଯିବ । ମିଳିଥିବା ସୂଚନା ଅନୁସାରେ ସେହି ସ୍ଥାନରେ କୃଷକମାନେ ଧାନ କାଟୁଥିଲେ । ସୁଡଙ୍ଗକୁ ଦେଖି ବିଏସଏଫ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହି ଖବର ପାଇବା ପରେ ବିଏସଏଫ ଅଧିକାରୀମାନେ ଘଟଣାସ୍ଥଳରେ ଯାଞ୍ଚ କରିଥିଲେ ।

ବିଏସଏଫ ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଜାରି ରଖିଛନ୍ତି । ସ୍ଥାନୀୟ ସରପଞ୍ଚ କହିଛନ୍ତି ବିଏସଏଫ ପୋଷ୍ଟକୁ ତାଙ୍କୁ ଡକାଯାଇଥିଲା । କିନ୍ତୁ ତାଙ୍କୁ ସେହି ସ୍ଥାନକୁ ନିଆଯାଇନଥିଲା ଯେଉଁ ସ୍ଥାନରେ ସୁଡଙ୍ଗ ବାହାରିଥିବା କୁହାଯାଉଛି । ସେ କହିଛନ୍ତି ଯାଞ୍ଚ ପରେ ଜଣାପଡିବ ତାହା ଏକ ସୁଡଙ୍ଗ ନା ବୋରଓ୍ବେଲ । ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଘଟଣାସ୍ଥଳକୁ ସିଲ୍ କରିଦିଆଯାଇଛି । ତାହା ସୁଡଙ୍ଗ ଭଳି ଜଣାପଡୁନାହିଁ । ପାଣି ପମ୍ପ୍ ଲଗାଇବା ଦ୍ବାରା ମାଟି ଧସିଥାଇପାରେ । ଆଖପାଖରେ ଯାଞ୍ଚ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟ ସୀମାରେ ୨୦୧୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮ ସୁଡଙ୍ଗର ସନ୍ଧାନ କରାଯାଇଛି ।

   Related Posts