Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ମୋଦିଙ୍କୁ ଫାଦର ଅଫ ଇଣ୍ଡିଆ ସମ୍ବୋଧନ କରିଲେ ଟ୍ରମ୍ପ, କହିଲେ ଇସଲାମିକ ଆତଙ୍କବାଦକୁ ସାମ୍ନା କରିବାରେ ମୋଦି ହିଁ ସମର୍ଥ

25/09/2019 at 1:31 PM

ମୋଦିଙ୍କୁ ଫାଦର ଅଫ ଇଣ୍ଡିଆ ସମ୍ବୋଧନ କଲେ ଟ୍ରମ୍ପ । ନ୍ୟୁୟର୍କରେ ଭାରତ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି।  ଏହି ସମୟରେ ମୋଦିଙ୍କ  ପ୍ରଶଂସାରେ ଶତମୁଖ ହୋଇଛନ୍ତି ଟ୍ରମ୍ପ।  କହିଛନ୍ତି ପରିବାରର ବିଭିନ୍ନ ଅସନ୍ତୋଷକୁ ସମାଧାନ କରିବାରେ ପିତା ଯେମିତି ସମର୍ଥ ହୋଇଥାନ୍ତି ସେମିତି ମୋଦି ଭାରତରେ ଅସନ୍ତୋଷକୁ ପ୍ରଶମିତ କରି ଦେଶକୁ ଏକାଠି କରିପାରିଛନ୍ତି।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ   ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପଙ୍କ ଉପସ୍ଥିତିରେ ଦୁଇ ପକ୍ଷ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି।  ବିଶେଷ କରି ଆତଙ୍କବାଦ ପ୍ରସଙ୍ଗରେ ଦୁଇ ଦେଶ ଖୋଲା ମନରେ କଥା ହୋଇଥିବା ଉଭୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

 କାଶ୍ମୀର ପ୍ରସଙ୍ଗରେ ଦୁଇ ଦେଶ -ଭାରତ ଓ ପାକିସ୍ତାନ କଥାବାର୍ତ୍ତା ମାଧ୍ୟମରେ ସମାଧାନର ସୂତ୍ର ବାହାର କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ।  ସେହିପରି ହ୍ୟୁଷ୍ଟନରେ ଅନୁଷ୍ଠିତ ହାଓଡ଼ି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ ମୋଦି।  ଏବଂ କହିଥିଲେ ସେ କେବଳ ତାଙ୍କର ବନ୍ଧୁ ନୁହନ୍ତି ପୂରା ଭାରତର ବନ୍ଧୁ।  ସେହିପରି ଇସଲାମିକ ଆତଙ୍କବାଦକୁ ସାମ୍ନା କରିବାରେ ମୋଦି ହିଁ ସମର୍ଥ ବୋଲି  ଟ୍ରମ୍ପ କହିଥିଲେ ।  

ଦ୍ବିପାକ୍ଷିକ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ସହିତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର ଏବଂ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ ଉପସ୍ଥିତ ଥିଲେ।  ଭାରତ ଓ  ଆମେରିକା  ମଧ୍ୟରେ ଖୁବ ଶୀଘ୍ର ବାଣିଜ୍ୟିକ ବୁଝାମଣା ହେବ।  ୨୭ ତାରିଖରେ ମଧ୍ୟ ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ ପୁଣି ଥରେ ଭେଟ ହେବ । ଏହି ସମୟରେ୬୦ ବିଲିୟନ ଡଲାରର ବାଣିଜ୍ୟିକ ଚୁକ୍ତି ହେବା ନେଇ ସୂଚନା ମିଳିଛି । ସେହିପରି ଚୁକ୍ତି ଅନୁସାରେ ୫୦ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ମୋଦି କହିଛନ୍ତି।  

   Related Posts