ତୁଳସୀ ବିବାହ : ଜାଣନ୍ତୁ ଏହାର ଶୁଭ ମୁହୂର୍ତ୍ତ ଏବଂ ପୂଜା କରିବାର ବିଧି , ସମସ୍ତ ମନସ୍କାମନା ହେବ ପୂର୍ଣ୍ଣ

Published By : Prameya-News7 Bureau | November 05, 2019 IST

ହିନ୍ଦୁ ଧର୍ମରେ ତୁଳସୀକୁ କେବଳ ଔଷଧ ଭାବେ ଜଣାଯାଏ ନାହିଁ ବରଂ ଏହାକୁ ପବିତ୍ର ଏବଂ ପୂଜନୀୟ ମଧ୍ୟ କୁହାଯାଇଥାଏ। ଏହା ବ୍ୟତୀତ ଆୟୁର୍ବେଦରେ ମଧ୍ୟ ଏହାର ଅନେକ ସ୍ବାସ୍ଥ୍ୟଦାୟକ ଗୁଣ କୁହାଯାଇଛି। ଧାର୍ମିକ ବିଶ୍ବାସ ଅନୁସାରେ, ତୁଳସୀ ମାତାଙ୍କ ବିବାହ ଭଗବାନ ବିଷ୍ଣୁଙ୍କ ସ୍ବରୂପ ଶାଳଗ୍ରାମ ସହ ହୋଇଥିଲା। ପୌରାଣିକ କଥା ଅନୁସାରେ ଶାଳଗ୍ରାମ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର,ଶ୍ରୀକୃଷ୍ଣଙ୍କ ରୂପ। ତୁଳସୀକୁ ବିଷ୍ଣୁ ପ୍ରିୟ କୁହାଯାଇଥାଏ,ଏଥିପାଇଁ ଦେବ ଶୟନ ଏକାଦଶୀ ଦିନ ଯେତେବେଳେ ଭଗବାନ ବିଷ୍ଣୁ ନିଦ୍ରାରୁ ଜାଗ୍ରତ ହୁଅନ୍ତି, ସର୍ବପ୍ରଥମେ ସେ ତୁଳସୀଙ୍କୁ ପ୍ରାର୍ଥନା କରିଥାଆନ୍ତି ଏବଂ ଏହି ଦିନ ତୁଳସୀ-ଶାଳଗ୍ରାମ ବିବାହକୁ ଅତ୍ୟନ୍ତ ମହତ୍ତ୍ବ ଦିଆଯାଇଥାଏ।

{"id":179372,"width":591,"height":332}

ଏପରି ବିଶ୍ବାସ ରହିଛି ଯେ ତୁଳସୀ ବିବାହ କରାଇବା ଦ୍ବାରା ଦାମ୍ପତ୍ୟ ଜୀବନରେ ସୁଖ ଆସିଥାଏ ଏବଂ ଏହା ଦ୍ବାରା ବହୁ ଜନ୍ମର ପାପ ନଷ୍ଟ ହୋଇଥାଏ ଏବଂ ଏହା ସହିତ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଏହା ସହିତ ମାଆ ତୁଳସୀଙ୍କ ବିବାହ ପୂରା ରୀତିନୀତିରେ ହୋଇଥାଏ। ଏପରି ବିଶ୍ବାସ କରାଯାଇଥାଏ ଯେ ମାଆ ତୁଳସୀଙ୍କ ବିବାହ କରାଇବା ଦ୍ବାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ। ଘରେ ସୁଖ-ଶାନ୍ତି,ବୈଭବ,ପରିବାରରେ ଖୁସିର ଆଗମନ ହୋଇଥାଏ। ଆସନ୍ତୁ ଜାଣିବା ତୁଳସୀ ବିବାହର ପୂଜା ବିଧି,ଶୁଭ ମୁହୂର୍ତ୍ତ ଏବଂ ତିଥି।

{"id":179373}

ଏବର୍ଷ ନଭେମ୍ବର ୯ତାରିଖରେ ତୁଳସୀ ବିବାହ ହେବ, ଅନେକ ସ୍ଥାନରେ ଏହି ଦିନ ତୁଳସୀବ ବିବାହର ପରମ୍ପରା ରହିଛି। କିନ୍ତୁ ଅନେକ ସ୍ଥାନରେ ଏକାଦଶୀର ପରଦିନ ଦ୍ବାଦଶୀ ତିଥିରେ ତୁଳସୀ-ଶାଲେଗ୍ରାମ ବିବାହ କରାଯାଇଥାଏ। ଦ୍ବାଦଶୀ ତିଥି ଦ୍ବିପ୍ରହର ୧୨ଟା ବାଜି ୨୪ମିନିଟରେ ଆରମ୍ଭ ହେବ ଏବଂ ଦ୍ବିପ୍ରହର ୨ଟା ବାଜି ୩୯ମିନିଟରେ ଶେଷ ହେବ।

{"id":179374}

- ତୁଳସୀ ବିବାହ ଦିନ ସୂର୍ଯୋଦୟ ପୂର୍ବରୁ ଉଠି ନିତ୍ୟକର୍ମ ସାରି ସଫା ପୋଷାକ ପିନ୍ଧନ୍ତୁ।

- ତୁଳସୀ ବିବାହ ଦିନ ତୁଳସୀ ଗଛକୁ ନାଲି ଓଢ଼ଣୀ ଆବରଣ କରନ୍ତୁ।

- ଏହା ପରେ ମାତା ତୁଳସୀଙ୍କୁ ସୁନ୍ଦର ବସ୍ତ୍ର ପିନ୍ଧନ୍ତୁ ଏବଂ କନିଆଁ ଭଳି ଶୃଙ୍ଗାର କରନ୍ତୁ।

- ଏହା ପରେ ଶାଲେଗ୍ରାମକୁ ସ୍ଥାପିତ କରନ୍ତୁ ଏବଂ ବ୍ରାହ୍ମଣଙ୍କ ଦ୍ବାରା ପୁରା ରୀତିନୀତି ଅନୁସାରେ ବିବାହ କରାନ୍ତୁ।

- ତୁଳସୀ ଏବଂ ଶାଳିଗ୍ରାମ ବିବାହ ପରେ ଏମାନଙ୍କର ସାତ ଫେରା କରାନ୍ତୁ ଏବଂ ତୁଳସୀଙ୍କର ଆରତୀ ଗାନ କରନ୍ତୁ।

{"id":179375}

ତୁଳସୀ ବିବାହର ଧାର୍ମିକ ମହତ୍ତ୍ବ :

ପୌରାଣିକ କଥା ଅନୁସାରେ ତୁଳସୀ ବିବାହ କନ୍ୟାଦାନ କରିବା ସମାନ ହୋଇଥାଏ ଏବଂ ଏହାକୁ କରିବା ଦ୍ବାରା ବିଭିନ୍ନ ଯଜ୍ଞ ଭଳି ପୁଣ୍ୟ ମିଳିଥାଏ। ତୁଳସୀକୁ ବିଷ୍ଣୁ ପ୍ରିୟା ଏବଂ ହରି ପ୍ରିୟା କୁହାଯାଇଥାଏ। ତୁଳସୀ ପୂଜା କରିବା ଦ୍ବାରା ଘରେ ସମ୍ପନ୍ନତା ଆସିଥାଏ ଏବଂ ସନ୍ତାନ ଯୋଗ୍ୟ ହୋଇଥାଆନ୍ତି। ତୁଳସୀ ବିବାହରେ ତୁଳସୀ ଗଛ ଏବଂ ବିଷ୍ଣୁଙ୍କ ମୂର୍ତ୍ତି କିମ୍ବା ଶାଳିଗ୍ରାମ ପଥରର ପୂର୍ଣ୍ଣ ବୈଦିକ ରୂପରେ ବିବାହ କରାଯାଇଥାଏ। ତୁଳସୀ ବିବାହ ଦିନ ଘରର ଅଗଣାରେ ଆଖୁର ମଣ୍ଡପ କରି ସେଥିରେ ଶାଳିଗ୍ରାମକୁ ସ୍ଥାପନ କରାଯାଇଥାଏ ଏବଂ ବିଧି ବିଧାନ ସହକାରେ ତାଙ୍କ ବିବାହ ମାତା ତୁଳସୀଙ୍କ ସହ କରାଯାଇଥାଏ। ପୂଜା ପରେ ତାଙ୍କର ପରିକ୍ରମା କରାଯାଇଥାଏ।

{"id":179376,"width":593,"height":445}

ହିନ୍ଦୁ ଧର୍ମ ଅନୁସାରେ ଯେଉଁମାନଙ୍କର କନ୍ୟା ସନ୍ତାନ ନାହାନ୍ତି ସେମାନେ ତୁଳସୀ ବିବାହ କରାଇ କନ୍ୟାଦାନର ଫଳପ୍ରାପ୍ତି କରି ପାରିବେ। ଏହା ସହିତ ଯେଉଁ ଘରେ ନିୟମିତ ଭାବେ ତୁଳସୀ ପୂଜା କରାଯାଇଥାଏ ସେହି ଘରେ କେବେ​‌ ଧନଧାନ୍ୟ ଏବଂ ଐଶ୍ବର୍ଯ୍ୟର ଅଭାବ ହୋଇନଥାଏ। ଏଥିପାଇଁ ନିଜର ମଧୁର ଦାମ୍ପତ୍ୟ ପାଇଁ ତୁଳସୀ-ଶାଳିଗ୍ରାମଙ୍କ ବିବାହ ନିଶ୍ଚୟ କରାନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.