ଶିବ ଏବଂ ଗଣେଶଙ୍କ ପୂଜାରେ କାହିଁକି ଲାଗିନଥାଏ ତୁଳସୀ ପତ୍ର : ଜାଣନ୍ତୁ କାରଣ

Published By : Prameya-News7 Bureau | November 13, 2019 IST

ହିନ୍ଦୁ ଧର୍ମର ପୂଜା ପାଠ ଏବଂ ମାଙ୍ଗଳିକ କାର୍ଯ୍ୟରେ ତୁଳସୀ ଗଛର ବିଶେଷ ମହତ୍ତ୍ବ ରହିଥାଏ। ଭଗବାନ ଶ୍ରୀ ହରିଙ୍କ ପ୍ରିୟ ହୋଇଥିବା କାରଣରୁ ମାଆ ତୁଳସୀଙ୍କ ବିନା ଭଗବାନ କୌଣସି ପ୍ରସାଦ ସେବନ କରନ୍ତି ନାହିଁ।

କିନ୍ତୁ ତୁଳସୀ ଭଗବାନ ଶିବ ଏବଂ ଶ୍ରୀ ଗଣେଶଙ୍କ କୌଣସି ପୂଜାରେ ଅର୍ପଣ କରାଯାଇନଥାଏ। ଏହା ପଛରେ କ’ଣ କାରଣ ରହିଛି ଯାହା ଫଳରେ ମାତା ତୁଳସୀ ଭଗବାନ ଶିବ ଏବଂ ଗଣେଶଙ୍କୁ ପସନ୍ଦ ଆସିନଥାଆନ୍ତି। ଆସନ୍ତୁ ଜାଣିବା ଏହା ବିଷୟରେ

ପୂର୍ବ ଜନ୍ମରେ ତୁଳସୀଙ୍କ ନାଁ ବୃନ୍ଦା ଥିଲା ଏବଂ ସେ ଜାଲନ୍ଧର ନାମକ ରାକ୍ଷସଙ୍କ ପତ୍ନୀ ଥିଲେ। ଏହି ରାକ୍ଷସ ବୃନ୍ଦାଙ୍କ ଉପରେ ଖୁବ୍ ଅତ୍ୟାଚାର କରୁଥିଲେ। ଜାଲନ୍ଧରଙ୍କୁ ପାନେ ଦେବାପାଇଁ ଭଗବାନ ବିଷ୍ଣୁଙ୍କୁ ଶିବ ନିବେଦନ କରିଥିଲେ। ଏହା ପରେ ବିଷ୍ଣୁ ଛଳ କରି ବୃନ୍ଦାଙ୍କ ପତିବ୍ରତ ଧର୍ମ ଭଙ୍ଗ କରି ଦେଇଥିଲେ। ବୃନ୍ଦା ଯେତେବେଳେ ଜାଣିଲେ ଯେ ହରି ତାଙ୍କ ପତିବ୍ରତ ଧର୍ମ ଭଙ୍ଗ କରିଛନ୍ତି ସେତେବେଳେ ସେ ବିଷ୍ଣୁଙ୍କୁ ପଥର ହୋଇଯିବାର ଅଭିଶାପ ଦେଇଥିଲେ।

ଏହା ପରେ ବିଷ୍ଣୁ ମାତା ତୁଳସୀଙ୍କୁ କହିଥିଲେ ଯେ ସେ ଜାଲନ୍ଧରଙ୍କ କବଳରୁ ତାଙ୍କୁ ରକ୍ଷା କରିବାପାଇଁ ଏହା କରିଥିଲେ। ଏହା ପରେ ବିଷ୍ଣୁ ତାଙ୍କୁ କାଠ ହୋଇଯିବାର ଅଭିଶାପ ଦେଇଥିଲେ। ଏହି ଅଭିଶାପ ପରେ ତୁଳସୀ ଦୀର୍ଘ ଦିନ ପରେ ତୁଳସୀ ଗଛ ହୋଇ ଯାଇଥିଲେ।

ତେଣୁ ଶିବଙ୍କ ପୂଜାରେ ତୁଳସୀ ପରିବର୍ତେ ବେଲପତ୍ର ଚଢ଼ାଯାଇଥାଏ କାରଣ ତୁଳସୀ ଅଭିଶପ୍ତ। ଦ୍ବିତୀୟରେ ଶିବଙ୍କ ପୂଜାରେ ତୁଳସୀ ପତ୍ର ଏଥିପାଇଁ ଚଢ଼ାଯାଇନଥାଏ କାରଣ ତୁଳସୀ ଭଗବାନ ବିଷ୍ଣୁଙ୍କ ପାଟରାଣୀ। ତୁଳସୀ ମାତା ତାଙ୍କ ତପସ୍ୟା ବଳରେ ବିଷ୍ଣୁଙ୍କୁ ତାଙ୍କ ପତି ଭାବେ ପ୍ରାପ୍ତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.