ବିନିକାରୁ ପୁରୀ ଆସୁଛି ସଜ ତୁଳସୀ ରଥ, ମହାପ୍ରଭୂଙ୍କ ନିକଟରେ ହେବ ଅର୍ପଣ

Published By : Prameya-News7 Bureau | November 14, 2021 IST

ବିନିକା ୧୪।୧୧ : ବିନିକାରୁ ପୁରୀକୁ ଯାତ୍ରା କଲା ସଜ ତୁଳସୀ ରଥ । ସୋନପୁର ଜିଲ୍ଲା ବିନିକାରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଏକ ସୁସଜ୍ଜିତ ସଜ ତୁଳସୀ ରଥ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଛି l ବିନିକାରେ ଥିବା ଏହି ଜଗନ୍ନାଥ ମନ୍ଦିର ୧୨୩୦ ମସିହାରେ ନିର୍ମିତ ହୋଇଥିଲା ।

{"id":543625,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ସୁସଜ୍ଜିତ ତୁଳସୀ ରଥ ରବିବାର ସକାଳୁ ବିନିକା ଜଗନ୍ନାଥ ମନ୍ଦିରୀରୁ ବାହାରି ସଜ ଫୁଲ ଓ ତୁଳସୀ ନେଇ  ପାତାଳୀ ଶ୍ରୀକ୍ଷେତ୍ର ଠାରୁ ବାହାରି ବିନିକା, ସୋନପୁର, ବୌଦ୍ଧ, ନୟାଗଡ ଓ ଭୁବନେଶ୍ୱର ଅତିକ୍ରମ କରି ଜଗନ୍ନାଥ ଧାମ ପୁରୀ ଶ୍ରିକ୍ଷେତ୍ରରେ ପହଞ୍ଚିବ l

wp:html /wp:html

ସନ୍ଧ୍ୟାରେ ସଜ ତୁଳସୀ ଓ ଫୁଲ ଜଗନ୍ନାଥ ମନ୍ଦିରରେ ଅର୍ପଣ କରାଯିବ l ଆସନ୍ତାକାଲି ଜଗନ୍ନାଥଙ୍କ ସ୍ୱତନ୍ତ୍ର ବେଶ ପାଇଁ ପ୍ରଭୁଙ୍କ ଠାରେ ଏଇ ସଜ ଫୁଲ ଓ ତୁଳସୀ ଲାଗିହେବ l ବିନିକା ସହରବାସି ଫୁଲ ଓ ତୁଳସୀ ଦେବା ସହ ଭଜନ କୀର୍ତନ, ହୁଳହୁଳି ଏବଂ କରତାଳି ଦେଇ ରଥକୁ ପୁରୀ ଅଭିମୁଖେ ବାହାରିଛନ୍ତି।

{"id":543626,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.