ସୀମା ଟପିଲା ଶିକ୍ଷୟିତ୍ରୀଙ୍କ ବର୍ବରତା : ଛାତ୍ରଙ୍କୁ ନିସ୍ତୁକ ପିଟିବା ପରେ କାନ ଓ ହାତରେ ଲଗାଇଦେଲେ ସିଗାରେଟ୍ ଚେଙ୍କ

Published By : Prameya-News7 Bureau | January 21, 2021 IST

ରାୟବରେଲୀ ୨୧/୦୧ : ଉତ୍ତର ପ୍ରଦେଶର ରାୟବରେଲୀରେ ଜଣେ ଟ୍ୟୁସନ୍‌ ଶିକ୍ଷୟିତ୍ରୀଙ୍କର ବର୍ବରତା ସୀମା ଟପିଛି ।  ସହରର କୋତୱାଲୀ ଅଞ୍ଚଳର ବସ୍ତପୁରରେ ଜଣେ ଶିକ୍ଷୟିତ୍ରୀ ପ୍ରଥମେ ୨ଜଣ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିବା ପରେ ହାତ ଓ କାନରେ ସିଗାରେଟ୍ ଚେଙ୍କ ଲଗାଇଦେବା ଭଳି ସଙ୍ଗିନ୍ ଅଭିଯୋଗ ଆସିଛି ।   ପୀଡିତା ଛାତ୍ରଙ୍କ ଅବିଭାବକମାନେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।   

ସୂଚନା ଅନୁଯାୟୀ , ଏହି ଘଟଣାଟି ରାୟବରେଲୀ ଜିଲ୍ଲା କୋତୱାଲୀ ବସ୍ତପୁର ଅଞ୍ଚଳରେ ଘଟିଛି । ୪ର୍ଥ ଏବଂ ୬ଷ୍ଠ ଶ୍ରେଣୀର ଦୁଇଜଣ ଛାତ୍ର ସବୁଦିନ ଭଳି ପାଠ ପଢିବା ପାଇଁ ପଡୋଶୀ ଶିକ୍ଷୟିତ୍ରୀଙ୍କ ନିକଟକୁ ଯାଇଥିଲେ । ଏକ ଛୋଟ କଥାକୁ ନେଇ ଶିକ୍ଷୟିତ୍ରୀଜଣକ ପ୍ରଥମେ ଉଭୟ ଛାତ୍ରଙ୍କୁ ନିସ୍ତୁକ ପିଟିଥିଲେ ଏବଂ ପରେ ହାତ ଓ କାନରେ ସିଗାରେଟ୍ ଚେଙ୍କ ଲଗାଇଦେଇଥିଲେ ।  

ପୀଡିତାଙ୍କ ପରିବାର ସଦସ୍ୟ ଜାଣିବା ପରେ ସେମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେପଟେ ଶିକ୍ଷୟିତ୍ରୀଜଣକ ପୁରା ଘଟଣାକୁ ଭିତ୍ତିହୀନ ବୋଲି ପୋଲିସ ଆଗରେ ସଫେଇ ଦେଇଛନ୍ତି । ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଅଧିକ ତଦନ୍ତ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.