Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଦିଦିଙ୍କ ବିକୃତି : ଛାତ୍ରୀଙ୍କୁ ଦେଉଥିଲେ ଯୌନ ନିର୍ଯାତନା, ବଏଫ୍ରେଣ୍ଡକୁ ପଠାଉଥିଲେ ଭିଡିଓ

9/01/2020 at 2:11 PM

ମୋୱ ୯।୧: ମଧ୍ୟପ୍ରଦେଶର ଇନ୍ଦୋର ଅନ୍ତର୍ଗତ ମୋୱରେ ଘଟିଥିବା ଏକ ଘଟଣା ବେଶ୍‌ ଆଲୋଡକ ଏବଂ ଚିନ୍ତାଦାୟକ । ଜଣେ ଶିକ୍ଷୟିତ୍ରୀ ଟ୍ୟୁସନ କରୁଥିବା ଦୁଇ ନାବାଳିକା ଛାତ୍ରୀଙ୍କୁ ଦେଇଛନ୍ତି ଯୌନ ନିର୍ଯାତନା । କୁନିକୁନି ଝିଅ ଦୁଇଟିଙ୍କୁ ନିର୍ଯାତନା ସହ ସେହି କୁତ୍ସିତ ଘଟଣାର ଭିଡିଓ କରି ତାଙ୍କ ବଏ ଫ୍ରେଣ୍ଡଙ୍କ ପାଖକୁ ପଠାଇଛନ୍ତି । ତେବେ ଦୁଇ ଛାତ୍ରୀଙ୍କ ମା’ଙ୍କ ଅଭିଯୋଗ ଭିତ୍ତିରେ ପୋଲିସ ସଂପୃକ୍ତ ଦିଦି ଏବଂ ତାଙ୍କ ବଏଫ୍ରେଣ୍ଡଙ୍କୁ ଗିରଫ କରିଛି ।

ଅଭିଯୁକ୍ତ ଦିଦିଙ୍କ ବୟସ ୧୯ ବର୍ଷ । ତାଙ୍କ ପାଖରେ ସେ ରହୁଥିବା କଲୋନୀର ଦୁଇ ଜଣ ଶିଶୁକନ୍ୟା ଟ୍ୟୁସନ ପଢିବାକୁ ଆସନ୍ତି । ଦୁଇ ଶିଶୁ କନ୍ୟା ଦୁଇ ଭଉଣୀ । ଜଣଙ୍କର ବୟସ ୬ ବର୍ଷ ଏବଂ ଅନ୍ୟ ଜଣଙ୍କ ୩ ବର୍ଷର ।  ସେମାନେ ଦିଦି ଟ୍ୟୁସନ କରିବାକୁ ଯାଉଥିବା ସ୍ଥାନକୁ ଯାଇ ପାଠ ପଢନ୍ତି । ତେବେ ମଙ୍ଗଳବାର ଦିନ ଘରକୁ ଫେରିବା ପରେ ୩ ବର୍ଷର ଝିଅଟି କାନ୍ଦିବା ସହ ତାର ପ୍ରାଇଭେଟ୍ ପାର୍ଟ ( ଗୁପ୍ତାଙ୍ଗ)ରେ ଯନ୍ତ୍ରଣା ହେଉଥିବା କହିଥିଲା ।  ଶିଶୁର ମା’ ପଚରାଉଚରା କରିବାରୁ ସାମ୍ନାକୁ ଆସିଥିଲା ଦିଦିଙ୍କ ସାଂଘାତିକ କାରନାମା । ଦିଦି ଛାତ୍ରୀଟିର ପ୍ରାଇଭେଟ୍ ପାର୍ଟରେ ପେନସିଲ ଭର୍ତ୍ତି କରୁଥିଲେ । ଏଥିଯୋଗୁଁ କ୍ଷତ ସହ ପିଲାଟି ଯନ୍ତ୍ରଣା ଭୋଗୁଥିଲା । ଶିଶୁଟିର ମା’ ତାଙ୍କ ବଡ଼ ଝିଅକୁ ପଚାରିବାରୁ ସେ ମଧ୍ୟ ସମାନ ଅଭିଯୋଗ କରିଥିଲା ।  ସେ କହିଥିଲା, ଦିଦି ସେମାନଙ୍କ ପ୍ରାଇଭେଟ୍ ପାର୍ଟରେ  ଔଷଧ ଲଗାଇ ସେମାନଙ୍କୁ ଚୁପ୍ କରାଇ ପାଠ ପଢାଇଥିଲେ । ଏପରି କରିବା ସହ ଦିଦି ତାର ଭିଡିଓ କରି ତାଙ୍କ ବଏଫ୍ରେଣ୍ଡକୁ ପଠାଇଥିବା ଜଣା ପଡିଥିଲା ।

ଏହାପରେ ଛାତ୍ରୀଙ୍କ ପରିବାର ଲୋକେ  ପଡିଶାରେ ଥିବା ସଂପୃକ୍ତ ଟ୍ୟୁସନ ଦିଦିଙ୍କ ଘରେ ଧସେଇ ପଶି ଦିଦିଙ୍କୁ ଧରିବା ସହ ତାଙ୍କ ବଏ ଫ୍ରେଣ୍ଡ ( ପୁରୁଷ ବନ୍ଧୁ)ଙ୍କୁ  ମଧ୍ୟ ଧରିଥିଲେ । ସେମାନଙ୍କୁ  ନିସ୍ତୁକ ପିଟିବା ପରେ  ପୋଲିସ ଜିମା ଦେଇଛନ୍ତି । ପୋଲିସ ଦିଦିଙ୍କ ନାମରେ ଅପ୍ରାକୃତିକ ଯୌନ ଶୋଷଣ ସହ ଆଇପିସି ଧାରାରେ ଏବଂ ପୋସ୍କୋ ଆକ୍ଟରେ ମାମଲା ରୁଜ୍ଜୁ କରିଛି । ଦିଦିଙ୍କ ବଏ ଫ୍ରେଣ୍ଡ ବିରୋଧରେ ମଧ୍ୟ କେଶ୍ ହୋଇଛି । ଏହାସହ ଟ୍ୟୁସନ ଦିଦିଙ୍କ କାରନାମା ଏବଂ ତାର  ଅନ୍ୟ ଉଦ୍ଦେଶ୍ୟ ଥିଲା କି ନାହିଁ, ପୋଲିସ ସେସବୁର ଖୋଳତାଡ କରୁଛି । 

   Related Posts