୧୬ ବର୍ଷୀୟ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ ଟ୍ୟୁସନ ଶିକ୍ଷକ, ଅଶ୍ଳୀଳ ଭିଡିଓ ବନାଇ କରୁଥିଲେ ବ୍ଲାକମେଲିଂ
20/09/2020 at 5:25 PM

ହିସାର ୨୦।୦୯: ହରିୟାଣାର ହିସାରରେ ୧୬ ବର୍ଷୀୟ ନାବାଳିକା ଯୁବତୀଙ୍କ ସହିତ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ପୋଲିସ ଟ୍ୟୁସନ ଶିକ୍ଷକ ବ୍ୟତୀତ ଅନ୍ୟ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଟ୍ୟୁସନ ଶିକ୍ଷକ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ବ୍ଲାକମେଲ୍ କରୁଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ଯୁବତୀ ଗାଁରେ ଜଣେ ଯୁବକଙ୍କଠାରେ ଟ୍ୟୁସନ ପଢୁଥିଲେ। ୨୦୧୯ ଅକ୍ଟୋବର ୨୭ ସନ୍ଧ୍ୟାରେ ଜଣେ ଯୁବକ ମନ୍ଦ ଉଦ୍ଦେଶ୍ୟ ରଖି ଯୁବତୀଙ୍କୁ ରାସ୍ତାରେ ଅଟକାଇ ଟଣା ଓଟରା କରିବା ସହିତ ଅଶ୍ଳୀଳ ଭାଷାରେ ଗାଳି କରିଥିଲା। କୌଣସି ପ୍ରକାରେ ଯୁବକଙ୍କଠୁ ଖସି ଯୁବତୀଜଣକ ଘରେ ପହଞ୍ଚିଥିଲେ। ଅକ୍ଟୋବର ୨୮ରେ ଶିକ୍ଷକଙ୍କ ଘରେ ତାର ସାନ ଭାଇ ଯୁବତୀଙ୍କ ସହିତ ଦୁର୍ବ୍ୟବହାର କରିଥିଲା। ଏହାର ପରବର୍ତ୍ତୀ ଦିନ ଟ୍ୟୁସନ ସେଣ୍ଟରରେ ଶିକ୍ଷକଙ୍କୁ ଏହାର ସୂଚନା ଦିଆଯାଇଥିଲା। ଟ୍ୟୁସନ ଶିକ୍ଷକ ଭରସା ଦେଇଥିଲେ ଯେ, କେହି ମଧ୍ୟ ତୁମ ସହିତ ଦୁର୍ବ୍ୟବହାର କରିବେ ନାହିଁ। ମାତ୍ର ଏହି କଥା ଘରେ କାହାରିକୁ ଜଣାଇବ ନାହିଁ ବୋଲି ଯୁବତୀଙ୍କୁ ଶିକ୍ଷକ କହିଥିଲେ।
ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ସେ ପାଠ ପଢା ଛାଡିବାକୁ ଚାହୁଁନଥିଲେ। ସେଥିପାଇଁ ଘର ଲୋକଙ୍କୁ ଘଟଣା ବିଷୟରେ କିଛି ଜଣାଇନଥିଲେ। ପୀଡିତା ଏହା ମଧ୍ୟ କହିଛନ୍ତି ଅକ୍ଟୋବର ୩୦ରେ ଶିକ୍ଷକଙ୍କ ଆବଭାବ ବଦଳି ଯାଇଥିଲା। ପଢାଇ ସାରିବା ପରେ ମୋତେ ଦୁଷ୍କର୍ମ କରି ମୋର ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିଥିଲେୱ ଭିଡିଓ ଭାଇରାଲ କରିବା ଧମକ ଦେଇ ମୋତେ ସେ ଅନେକ ଥର ଦୁଷ୍କର୍ମ କରିଛନ୍ତି।
ପୀଡିତା ଯୁବତୀ ଅଭିଯୋଗ କରିଛନ୍ତି, ଶିକ୍ଷକ ଭିଡିଓ ଦେଖାଇ ଏହାକୁ ମୋବାଇଲ୍ରୁ ଡିଲିଟ୍ କରି ଦେବ ବୋଲି କହିଥିଲା। ମାତ୍ର ସେଥିପାଇଁ ଟଙ୍କା ଦାବି କରିଥିଲା। କ୍ରମାଗତ ମୋତେ ବ୍ଲାକମେଲ୍ କରି ଚାଲିଥିଲା। ଯୁବତୀ କହିଛନ୍ତି ୨୦୨୦ ଜୁଲାଇ ୩୧ ପର୍ଯ୍ୟନ୍ତ ସେ ଶିକ୍ଷକଙ୍କୁ ୫୦ ହଜାର ଟଙ୍କା ଦେଇ ସାରିଛନ୍ତି। ଏହା ପରେ ମଧ୍ୟ ସେ ଭିଡିଓ ଡିଲିଟ୍ କରି ନାହିଁ। ସେପ୍ଟେମ୍ବର ୬ରେ ଟ୍ୟୁସନ ଶିକ୍ଷକ ପୁଣି ଥରେ ମୋତେ ଧମକ ଦେଇଥିଲା। ଶିକ୍ଷକଙ୍କୁ ଦେବା ପାଇଁ ଘର ଆଟାଚିରୁ ଟଙ୍କା କାଢିବା ବେଳେ ମା ସବୁ ଦେଖି ନେଇଥିଲା। ଏହା ପରେ ମାକୁ ଘଟଣା ବିଷୟରେ ସବୁ କହିଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି।
ମହିଳା ଥାନା ଅଧିକାରୀ କହିଛନ୍ତି ଟ୍ୟୁସନ ଶିକ୍ଷକ ନାବାଳିକା ଯୁବତୀଙ୍କ ସହିତ ଦୁଷ୍କର୍ମ କରିଛି। ଏହି ମାମଲାରେ ଟ୍ୟୁଟର ଓ ଅନୟ ଦୁଇ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।