ଝିଅର ଟ୍ୟୁସନ ଶିକ୍ଷୟିତ୍ରୀଙ୍କୁ ୧୦ବର୍ଷ ଧରି ଦୁଷ୍କର୍ମ କରୁଥିଲା ବାପା, ଭିଡିଓ ଭାଇରାଲ୍ କରିବାକୁ ମା’ଦେଉଥିଲା ଧମକ

Published By : Prameya-News7 Bureau | August 31, 2019 IST

ମଧ୍ୟପ୍ରଦେଶ ୩୧।୮: ମଧ୍ୟପ୍ରଦେଶର ଗ୍ବାଲିୟରରେ ଜଣେ ଶିକ୍ଷୟିତ୍ରୀଙ୍କ ସହିତ ବ୍ଲାକମେଲିଂ ଏବଂ ବର୍ଷ ବର୍ଷ ଧରି ଦୁଷ୍କର୍ମ କରାଯାଉଥିବା ଅଭିଯୋଗ ହୋଇଛି । ପୋଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରିଛି।

ଶିକ୍ଷୟିତ୍ରୀ ଜଣକ କହିଛନ୍ତି ଯେ, ସେ ଅଭିଯୁକ୍ତ ବୀରେନ୍ଦ୍ର ଅଗ୍ରଓ୍ବାଲଙ୍କ ଝିଅକୁ ଟ୍ୟୁସନ ପଢ଼ାଇବା ପାଇଁ ୧୦ବର୍ଷ ହେଲାଣି ଘରକୁ ଆସୁଥିଲେ। ଦିନେ ଅଭିଯୁକ୍ତର ପତ୍ନୀ ତାଙ୍କୁ କୋଲ୍ଡ ଡ୍ରିଙ୍କସରେ ନିଶା ଦ୍ରବ୍ୟ ମିଶାଇ ପିଇବାକୁ ଦେଇଥଲା। ଏହାପରେ ସେ ବେହୋସ ହୋଇଯାଇଥିଲେ। ସେହି ଅବସ୍ଥାରେ ଅଭିଯୁକ୍ତ ତାଙ୍କ ସହିତ ଦୁଷ୍କର୍ମ କରିଥିଲା। ଠିକ୍ ସେହି ସମୟରେ ତାଙ୍କ ପତ୍ନୀ ଭିଡିଓ ଶୁଟ୍ କରିଥିଲେ ।

ଏହାପରେ ବୀରେନ୍ଦ୍ର ଅଗ୍ରଓ୍ବାଲ ତାଙ୍କୁ ଧମକ ଦେଇଥିଲେ । ଯଦି ଏ ସଂପର୍କରେ ସେ କାହାକୁ କୁହନ୍ତି ତାହେଲେ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଦେବେ। ଶିକ୍ଷୟିତ୍ରୀ କହିଛନ୍ତି ଯେ, ୧୦ ବର୍ଷ ହୋଇଗଲାଣି ସେ ଦୁଷ୍କର୍ମର ଶିକାର ହୋଇଛନ୍ତି। ଘଟଣା ଅସହ୍ୟ ହେବାରୁ ସେ ଥାନାରେ ପହଞ୍ଚି ମାମଲା ରୁଜୁ କରିଛନ୍ତି। ଅଭିଯୁକ୍ତ ବୀରେନ୍ଦ୍ର ଅଗ୍ରଓ୍ବାଲଙ୍କୁ ତାଙ୍କ ଘରୁ ଗିରଫ କରିଛି ପୋଲିସ। ବୀରେନ୍ଦ୍ରଙ୍କ ପତ୍ନୀ ଅଞ୍ଜୁ ଅଗ୍ରଓ୍ବାଲ ଫେରାର ହୋଇଯାଇଛନ୍ତି । ତାଙ୍କୁ ପୋଲିସ ଖୋଜୁଥିବା ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.