Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଫେରାର ଟ୍ୟୁସନ ସାର୍ ଗିରଫ: କାଟିଥିଲେ ଛାତ୍ରୀଙ୍କ ତଣ୍ଟି

4/01/2020 at 3:41 PM

ଭୋଗରାଇ ୪/୧୨: ଛାତ୍ରୀଙ୍କ ଗଳା କାଟିବା ଘଟଣାରେ ଅଭିଯୁକ୍ତ ଟ୍ୟୁସନ ସାରକୁ ଗିରଫ କରିଛି ଭୋଗରାଇ ପୋଲିସ୍।ଅଭିଯୁକ୍ତ ସାରକୁ ପଶ୍ଚିମବଙ୍ଗର ବେଲଦା ଥାନା ଅଞ୍ଚଳରୁ ଗିରଫ କରାଯାଇଛି। ଅଭିଯୁକ୍ତର ନାଁ ବିଶ୍ବଜିତ ନାଥ ବୋଲି ଜଣାପଡ଼ିଛି।  

ସୂଚନା ଅନୁଯାୟୀ ଛାତ୍ରୀ ବେକ କାଟିଦେଇଥିଲେ ଟ୍ୟୁସନ୍ ସାର୍ । ଗୁରୁତର ଅବସ୍ଥାରେ ବାଲେଶ୍ବର ମେଡିକାଲରେ ଛାତ୍ରୀ ଜଣକ ଭର୍ତ୍ତି ହୋଇଥିଲେ । ଘଟଣାସ୍ଥଳରେ ବାଇକ୍ ଛାଡି ଟ୍ୟୁସନ୍ ସାର୍ ଫେରାର ହୋଇଯାଇଥିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ଦେହୁଡିଦା ଗାଁରେ ।

ଭୋଗରାଇ ଦେହୁଡିଦା ଗାଁରେ ଜଣେ ଯୁବକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିବା ବେଳେ ଟ୍ୟୁସନ୍ ବି କରୁଥିଲା। ଗତକାଲି ରାତିରେ ସ୍ଥାନୀୟ କଲେଜରେ ଯୁକ୍ତ ୨ରେ ପଢୁଥିବା ଛାତ୍ରୀଙ୍କୁ ତାଙ୍କ ଘରେ ଟ୍ୟୁସନ୍ ପଢାଉଥିବା ବେଳେ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା । ଫଳରେ ଛାତ୍ରୀଙ୍କ ବେକ ଓ ଡାହାଣ ହାତରେ ଗଭୀର ଆଘାତ ଲାଗିଛି ।

ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଳେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଅଭିଯୁକ୍ତ ବାଇକ୍ ଛାଡି ଫେରାର ହୋଇଯାଇଥିଲା । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts