ମଙ୍ଗଳବାରର ସମ୍ପୂର୍ଣ୍ଣ ରାଶିଫଳ : କିପରି କଟିବ ଆପଣଙ୍କ ଦିନ...

Published By : Prameya-News7 Bureau | March 02, 2020 IST

ମେଷ – ଦିନଟି ଅଶୁଭ ଫଳ ଦାୟକ ହୋଇପାରେ । ଲକ୍ଷ୍ୟ ପୂରଣ ବିଳମ୍ବିତ ହେବ । ବନ୍ଧୁ ସହଯୋଗରେ କାର୍ଯ୍ୟ ସାଧନ କରିବେ । ଦୂର ଯାତ୍ରା କିମ୍ବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାରମ୍ଭ କରଣୀୟ ନୁହେଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ବୃଷ – ସ୍ୱାସ୍ଥ୍ୟହାନୀର ଆଶଙ୍କା ଅଛି । ଚକ୍ଷୁପୀଡା, ଅଗ୍ନିମାନ୍ଦ୍ୟ କିମ୍ବା ସ୍ନାୟୁ ମଣ୍ଡଳୀରେ ଅସୁସ୍ଥତା ଆସିପାରେ । କର୍ମକ୍ଷେତ୍ରରେ ଉଦଯୋଗ ସିଦ୍ଧି କରିପାରିବେ । ଆବଶ୍ୟକତା ଠାରୁ ଅଧିକ ବ୍ୟୟ ହୋଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ମିଥୁନ - ଦିନଟି ପ୍ରାୟ ସବୁ ଦିଗରୁ ଶୁଭଫଳ ଦାୟକ ହେବ । କର୍ମ କୁଶଳତା ବଢିବ । ଅର୍ଥ ବଳ ଅଧିକ ରହିବ । ବନ୍ଧୁ ପରିଜନଙ୍କ ଠାରୁ ଉତ୍ସାହ ମିଳିବ । ପୂର୍ବରୁ ମାନସିକ ଆଳସ୍ୟ, ବିମର୍ଷତା ଅଧିକ ପରିମାଣରେ ଦୁର କରିପାରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

କର୍କଟ – ଯାନ ବାହାନରେ ବ୍ୟୟ ବରାଦ ଆସିବ । ପାରିପାଶ୍ୱିର୍କ ସ୍ଥିତିକୁ ଆଖି ଆଗରେ ରଖି ଭବିଷ୍ୟତ କର୍ମପନ୍ଥା ନିର୍ଦ୍ଧାରଣ କରିବେ । ଦେବାଦେବୀ କାର୍ଯ୍ୟରେ ଆଗ୍ରହ ବଢିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୨ ।

ସିଂହ – ଧର୍ମ ଧାରଣା ବଢିବ । ଦୃଢ ବିଶ୍ୱାସକୁ ପାଥେୟ କରି ଅଗ୍ରଗତି ଅବ୍ୟାହତ ରଖିବେ । ସାମୟିକ ଭାବରେ ଦେହ ଅସୁସ୍ଥ ହୋଇପାରେ । ସନ୍ତାନ ସନ୍ତତିଙ୍କ ପାଇଁ ଦୁଃଶ୍ଚିନ୍ତା ବଢିବ । ନିର୍ମାଣମୂଳକ କର୍ମରେ ଅଗ୍ରଗତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

କନ୍ୟା – ଚନ୍ଦ୍ରଙ୍କର ଅଷ୍ଟମ ସ୍ଥିତି ପରିବାର କିମ୍ବା କର୍ମକ୍ଷେତ୍ରରେ ପ୍ରତିକୂଳ ସ୍ଥିତି ଆଣିପାରେ । କର୍ତ୍ତବ୍ୟରେ ଅବହେଳା କରି ପଶ୍ଚାତାପ କରିବେ । ଗୃହ ଭୂମି ସଂପର୍କୀୟ ଋଣ ଭାବର ଅଧିକ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ତୁଳା – ପ୍ରିୟ ପରିଜନଙ୍କ ଠାରୁ ସହ ଯୋଗ ଓ ସଦ୍ଦିଚ୍ଛା ପାଇବେ । ପରିବାରର ସ୍ୱାସ୍ଥ୍ୟ ସମସ୍ୟାର ଉନ୍ନତି ଘଟିବ । ମନୋବଳ ଦୃଢ ରହିବ । ଦାନ ଧର୍ମରେ ମନ, ଉଦ ଯୋଗ ସିଦ୍ଧି, ମାନ ସମ୍ମାନ ପ୍ରତିଷ୍ଠା ଓ ସଜ୍ଜନ ସଂପର୍କରେ ଆସିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ବିଛା – ସାହସ ହ୍ରାସ ପାଇବ । ନିଜକୁ ଅଧିକ ସଂକୁଚିତ ମନେ କରିବେ । ଦେହ ଅସୁସ୍ଥ ରହିପାରେ । ପାରିବାରିକ ସହ ଯୋଗ ଓ ଅନୁପ୍ରେରଣା ପାଇବେ । କର୍ମକ୍ଷେତ୍ରରେ ଆସିବାକୁ ଥିବା କେତେକ ସୁଯୋଗ ହାତଛଡା ନ କରିବା ହିତକର । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

ଧନୁ – ଅର୍ଥ ବୃତ୍ତିରେ ଉନ୍ନତି ଯୋଗ ଅଛି । ନିଜର ପରାକ୍ରମ ଓ ଶକ୍ତି ବିନିଯୋଗ କରି ସମ୍ମାନ ଓ ପ୍ରତିଷ୍ଠା ପାଇବେ । ଶୁଭ ଚିନ୍ତକଙ୍କ ସଂଖ୍ୟା ବଢିବ । ଯାନବାହନ, ଭୂମି, ଗୃହୋପକରଣ କ୍ରୟର ସୁଯୋଗ ଲାଭ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ମକର – ନିଜର ସାମର୍ଥ୍ୟକୁ ଆଖି ଆଗରେ ରଖି କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଚିତ ହେବ । ବନ୍ଧୁ ପରିଜନମାନେ ଠିକ୍ ସମୟରେ ଅସହଯୋଗ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

କୁମ୍ଭ - କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରିପାରିବେ । କଲ୍ୟାଣ କାର୍ଯ୍ୟ ପ୍ରତି ରୁଚି ରଖିବେ । ମାନ ସମ୍ମାନ ଓ ପ୍ରତିଷ୍ଠା ମିଳିବ । ଆର୍ଥିକ ସମସ୍ୟାର ସମାଧାନ କଷ୍ଟକର ହେବ । ପାରିବାରିକ ସୁଖ ସୌଭାଗ୍ୟ ଅତୁଟ ରହିବ । ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୮ ।

ମୀନ - ଦୃଢ ମନୋବଳ ରକ୍ଷା କରି ଅଗ୍ରଗତି ଅବ୍ୟାହତ ରଖିବେ । ଭୋଗ ବିଳାସର ସାଧନ ମିଳିବ । ଆଧ୍ୟାତ୍ମିକ ଚିନ୍ତା ଓ ଭାବନାରେ ଉଦବୁଦ୍ଧି ହୋଇପାରନ୍ତି । କ୍ଷମତାସୀନ ବ୍ୟକ୍ତିଙ୍କ ସାନିଧ୍ୟରେ ଆସିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.