Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ମଙ୍ଗଳବାର, ୯ ତାରିଖ ରାଶିଫଳ : ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

8/03/2021 at 6:24 PM

ମେଷ – କାମ ପୂର୍ଣ୍ଣାଙ୍ଗ ପାଇଁ ଅତି ନିକଟରେ ରହୁଥିବା ବନ୍ଧୁଟିର ସାହାର୍ଯ୍ୟ ଆଶା କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ସ୍ୱାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଚକ୍ଷୁ ପୀଡା ହେବ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବୃଷ – ମାନସିକ ସ୍ଥିତି ଦୁର୍ବଳ ରହିବାରୁ କୌଣସି କାମରେ ଅଗ୍ରଗତି ହୋଇ ନ ପାରେ । କର୍ମକ୍ଷେତ୍ରରେ କାମର ବାହାନ ଦେଖାଇ ସାଧାରଣ କଥାରେ ସହକର୍ମୀ ମୁହଁ ଫେରାଇ ନେଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।

ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।

କର୍ମଜୀବି- ସମ୍ମାନ ପାଇବେ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ମିଥୁନ – ପାରିବାରିକ ଅଶାନ୍ତି ସୃଷ୍ଟି କରିବା ସାଙ୍ଗକୁ କର୍ମକ୍ଷେତ୍ର ମଧ୍ୟ ସମସ୍ୟା ଯୁକ୍ତ ରହିବ । ମାନସିକ ଅସ୍ଥିରତା କାରଣରୁ କଥାରେ ସଂଯମତା ହରାଇବେ ଓ ଶତ୍ରୁତା ସୃଷ୍ଟି କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

କର୍କଟ – ସମସ୍ୟା ଭିତର ଦେଇ ଗତି କରୁଥିବାରୁ ପ୍ରତ୍ୟେକ କାମକୁ ସତର୍କତାର ସହ କରିବା ଭଲ । ଅନ୍ୟମନସ୍କତା କାରଣରୁ  କେତେକ ଭୁଲ୍ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ସୁଖଭାରା ଦିନଟି ।

ସିଂହ – ସାମଗ୍ରିକ ଦୃଷ୍ଟିକୋଣରୁ ଆଜିର ଦିନଟି ଭଲ । ଯାହା କରୁଛନ୍ତି ତାହା ସହଜ ଓ ସୁବିଧାରେ ସମ୍ପନ୍ନ କରିପାରିବେ । ପୁରାତନ ରୋଗ ପୀଡାରୁ କଷ୍ଟ ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

କନ୍ୟା – ପ୍ରତ୍ୟେକ କାମରେ ଅଗ୍ରଣୀ ହେବେ ଓ ପ୍ରଶଂସା, ପ୍ରୋତ୍ସାହନ ମଧ୍ୟ ପାଇବେ । ଭୁଲ୍ ଧାରଣା ହେତୁ ସ୍ତ୍ରୀଙ୍କ ସହ ବୁଝାମଣା ଠିକ୍ ରହି ନ ପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ତୁଳା – ବିଭିନ୍ନ କ୍ଷେତ୍ରରେ ସମସ୍ୟା ଆସିବ କିନ୍ତୁ କୌଣସି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବ ନାହିଁ । ଅଭାବ ରହିଥିଲେ ମଧ୍ୟ କାମ ସମୟକୁ କେହି ନା କେହି ସାହାର୍ଯ୍ୟ କରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ଅସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

ଗୃହିଣୀ- ସଦିଚ୍ଛା ଭାବ ରହିବ ।

ବିଛା – ତରବରିଆ ଭାବେ କୌଣସି ନିର୍ଣ୍ଣୟାତ୍ମକ ସିଦ୍ଧାନ୍ତ ନେବା ଠିକ୍ ହେବନି । ସାମାନ୍ୟ ବ୍ୟତିକ୍ରମକୁ ବାଦ ଦେଲେ ଦୀର୍ଘ ଦିନର ସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବେ ।  ଶୁଭ ଅଙ୍କ ନାରଙ୍ଗୀ । ଶୁଭ ଅଙ୍କ ୮ ।

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

କର୍ମଜୀବି- କର୍ମ କ୍ଷେତ୍ରରେ  ଉନ୍ନତି ମିଳିବ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

ଗୃହିଣୀ- ଧାର୍ମିକ ହେବେ ।

ଧନୁ – ମାନସିକ ଅସ୍ଥିରତା କାରଣରୁ କୌଣସି କାର୍ଯ୍ୟ ଶୃଙ୍ଖଳିତ ହୋଇପାରିବ ନାହିଁ । ଅବଶ୍ୟ ଚେଷ୍ଟା କଲେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଶୁଭ ରଙ୍ଗ  ପିଙ୍କ୍ । ଶୁଭ ଅଙ୍କ ୧ ।

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।

କର୍ମଜୀବି- ଅର୍ଥ ମିଳିବ ।

ବ୍ୟବସାୟୀ- ଅର୍ଥ ଲାଭ ହେବ ।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ମକର – ପାରିବାରିକ ପରିସ୍ଥିତି ପୂର୍ବ ପରି ରହିବ । ପଡୋଶୀ ଲୋଭନୀୟ ପ୍ରତିଶ୍ରୁତି ସେଇ କାର୍ଯ୍ୟ ହାସଲ କରିବେ । ଆତ୍ମୀୟଙ୍କ କଥାରେ ଏକମତ ହୋଇ ନ ପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ଚାଷୀ- ଶ୍ରମ ସାର୍ଥକ ହେବ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।

କର୍ମଜୀବି- କର୍ମ କ୍ଷେତ୍ରରେ  ଉନ୍ନତି ମିଳିବ ।

ବ୍ୟବସାୟୀ- ଅର୍ଥ ଲାଭ ହେବ ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

କୁମ୍ଭ  – ପାରିବାରିକ କ୍ଷେତ୍ରରେ ନୀରବତା ଅବଲମ୍ବନ କରି ସ୍ଥିତି ସୁଧାରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ବିଶେଷ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

ରୋଗୀ- ଅସାଧ୍ୟ  ରୋଗ ରୁ ମୁକ୍ତ ହେବେ ।

ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ବ୍ୟବସାୟୀ- ପ୍ରଚୁର ଲାଭ ହେବ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।

ମୀନ- ଅତୀତ ଘଟଣାର ପର୍ଯ୍ୟାଲୋଚନା ମାନସିକ ସ୍ଥିତିକୁ କଳୁଷିତ କରିବ । ସ୍ୱାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।

   Related Posts