ମଙ୍ଗଳବାର ରାଶିଫଳ: କେମିତି କଟିବ କାଲିର ଦିନ, ଅର୍ଥ ହାନି ହେବାର ସମ୍ଭାବନା

Published By : Prameya-News7 Bureau | September 06, 2021 IST

ମେଷ–କଥା ଓ କାର୍ଯ୍ୟରେ ତାଳମେଳ ରହିବା ଆବଶ୍ୟକ । ବ୍ୟବସାୟିକ ପ୍ରତିଷ୍ଠାରେ ପରିଚାଳନା ଗତ ସମସ୍ୟା ଆସିପାରେ । କୁଟୁମ୍ବ ସୁଖମିଳିବ । ପୂଜା ଉପାସନା ଦିଗ ପ୍ରତି ଧ୍ୟାନଶୀଳହେବେ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୮ ।
• ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍‌ ।
• ରୋଗୀ- ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ଗ୍ରୀନ୍‌ ରଙ୍ଗର ଆସନରେ ବସି ପଢନ୍ତୁ ।
• କର୍ମଜୀବି- ପ୍ରଶଂସିତ ହେବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
• ଗୃହିଣୀ- ନୂଆ ବସ୍ତ୍ର ଲାଭ ହେବ ।

ବୃଷ–ଧର୍ମକର୍ମରେ ନିଷ୍ଠାକମ୍‌ ହୋଇପାରେ । କାର୍ଯ୍ୟ ବ୍ୟବସ୍ଥା ବଢିବା ହେତୁ ବିଶ୍ରାମ ନ ମିଳିପାରେ । ବସ୍ତ୍ର ଆଭୂଷଣ ପାଇବେ । ବନ୍ଧୁ ପରିଜନରୁ ସହଯୋଗ ମିଳିବ । ଆୟଯୋଗ ଉତ୍ତମ ଅଛି । ଶୁଭରଙ୍ଗ ବ୍ରାଉନ୍‌ । ଶୁଭ ୫ ।
• ଚାଷୀ- ମାଟିରେ ଉର୍ବରତା ପାଇଁ କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
• ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
• କର୍ମଜୀବି- ପ୍ରମୋସନ୍‌ ମିଳିବ ।
• ବ୍ୟବସାୟୀ- ଅର୍ଥ ଲାଭହେବ ।
• ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ମିଥୁନ - କଲ୍ୟାଣ ଚନ୍ଦ୍ର ଭୋଗ ହେତୁ ଦିନଟି ଶୁଭକାରକ ହେବ । ବସ୍ତ୍ର ଅଳଙ୍କାର ପାଇବେ । ଯାନବାହନ ସୁଖ, କର୍ମକ୍ଷେତ୍ରରେ ନେତୃତ୍ୱ ଗ୍ରହଣ, ଉଦ୍ୟମ ସଫଳ ଓ ପରିବାରରେ ପାରସ୍ପାରିକ ସହଯୋଗ ଓ ସଦିଚ୍ଛା ଲାଭ କରିବେ । ଶୁଭରଙ୍ଗ ଲାଲ୍‌ ।ଶୁଭ ଅଙ୍କ ୨ ।
• ଚାଷୀ- ଜଳ ସଞ୍ଚୟ କରନ୍ତୁ ।
• ରୋଗୀ- ଆଜିକିଛି ଦିନ ସତର୍କରୁହନ୍ତୁ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• କର୍ମଜୀବି- ପ୍ରଶଂସିତ ହେବେ ।
• ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌କୁ ହାତଛଡା କରନ୍ତୁ ନାହିଁ ।
• ଗୃହିଣୀ- ମିତ୍ରସୁଖ ପାଇବେ ।

କର୍କଟ–ବ୍ୟୟ ପାଇଁ ବ୍ୟସ୍ତତା ବଢିବ । ମନ ଅସ୍ଥିରରହିବ । ସ୍ଥିର ନିଷ୍ପତ୍ତି ନେବା କଷ୍ଟକର ହେବା ସ୍ୱାଭାବିକ । ପ୍ରତ୍ୟେକ ପରିସ୍ଥିତି ଯଥାର୍ଥ ଅନୁଶୀଳନ ଆବଶ୍ୟକ । ଦେହ ସୁସ୍ଥରହିବ । ବନ୍ଧୁବାନ୍ଧବରୁ ସହଯୋଗ ମିଳିବ । ଶୁଭରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୫ ।
• ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
• ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍‌ ଖାଆନ୍ତୁ ।
• ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
• କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
• ବ୍ୟବସାୟୀ- ପ୍ରଚୁରଲାଭ ହେବ ।
• ଗୃହିଣୀ- ଭାଗ୍ୟଶାଳୀ ହେବେ ।

ସିଂହ –ଭାତୃବର୍ଗରୁ ଅଶାନ୍ତି ଆସିପାରେ । ସମସ୍ୟା ମଧ୍ୟରେ କେତେ ଶାନ୍ତି ପାଇବେ ତାହା ନିଜ ଉପରେ ନିର୍ଭରକରୁଛି । ପଶୁ ସମ୍ପଦ ଲାଭ, ଗୃହରେ ମଙ୍ଗଳ ଅନୁଷ୍ଠାନ, ଲୋକ କଲ୍ୟାଣ କାର୍ଯ୍ୟ ସମ୍ପାଦନ ଓ ଦୂରଯାତ୍ରା ଶୁଭଙ୍କର ହେବ । ଶୁଭରଙ୍ଗ ଗ୍ରୀନ୍‌ ।ଶୁଭ ଅଙ୍କ ୬ ।
• ଚାଷୀ- ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।
• ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି- ସଫଳତା ହାତଛଡା ହୋଇଯିବ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ- ସଦିଚ୍ଛାଭାବ ରହିବ ।

କନ୍ୟା–ସାରାଦିନ ଘାତଚନ୍ଦ୍ରଭୋଗହେବ । ଦୂର ଯାତ୍ରା, ଗୁରୁତ୍ୱପୂର୍ଣ୍ଣକାର୍ଯ୍ୟରେବିଫଳହୋଇପାରନ୍ତି । ପାରିବାରିକସହଜବୁଝାମଣାମିଳିବ ନାହିଁ ।ଅର୍ଥ କ୍ଷୟ, ଦ୍ରବ୍ୟ ନଷ୍ଟ ହୋଇପାରେ ।ଶୁଭରଙ୍ଗକ୍ରୀମ୍‌ ।ଶୁଭ ଅଙ୍କ ୯ ।
• ଚାଷୀ- ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।
• ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁବିଦେଶ ଯାତ୍ରାକରିପାରନ୍ତି ।
• କର୍ମଜୀବି- ଉନ୍ନତିରମାର୍ଗମିଳିବ ।
• ବ୍ୟବସାୟୀ- ସଫଳତାହାତଛଡାହୋଇଯିବ ।
• ଗୃହିଣୀ- ଘର କାମରେବ୍ୟସ୍ତରହିବେ ।

ତୁଳା–ଦିନଟି ବିଶେଷ କେତୋଟି ଦିଗରୁ ଶୁଭ ଫଳ ଦାୟକ ହେବ । ପରିସ୍ଥିତି ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରିବେ । ପରିବାରରେ ହସଖୁସି ମିଳିବ । ଶତ୍ରୁମାନେ ପରାଜିତହେବେ । ଦୂର ଯାତ୍ରା ସଫଳ ହେବ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୭ ।
• ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
• ରୋଗୀ- ଥଣ୍ଡା ଜନିତ ରୋଗ ହୋଇପାରେ ।
• ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
• କର୍ମଜୀବି- କର୍ମକ୍ଷେତ୍ରରେ ଉନ୍ନତି ମିଳିବ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ- ସୁଖଭାରା ଦିନଟି ।

ବିଛା–ମାନସିକ ଦୁର୍ବଳତାରୁ ମୁକ୍ତି ପାଇବା କଷ୍ଟକର ହେବ । ଧ୍ୟାନ ଧାରଣା ଉପରେ ଗୁରୁତ୍ୱାରୋପ କରିବେ । ଲକ୍ଷ୍ୟ ପୂରଣ ହେବାରେ ବିଳମ୍ବ ଅଛି ।ଗୃହ ନିର୍ମାଣାଦି କର୍ମରେ ଅଗ୍ରଗତି ଘଟିପାରେ । ଶୁଭରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୨ ।
• ଚାଷୀ- ଚାଷରେ ଉନ୍ନତି ପାଇଁ କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ଧନୁ –ସ୍ଥିର ବିଚାରରେ କାର୍ଯ୍ୟସାଧନ କରିବେ । ଅର୍ଥାଗମ ଓ ସଞ୍ଚୟ ଉଭୟ ହେବ । ପରିବାରରେ ହସଖୁସି କମିବାର ନାହିଁ । ପିତ୍ତର ଆଧିକ୍ୟ ହେତୁ ସାମୟିକ ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ । ଶୁଭରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୭ ।
• ଚାଷୀ- କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।
• ରୋଗୀ- ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
• ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
• କର୍ମଜୀବି- କାର୍ଯ୍ୟତତ୍ପର ରହିବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମକର–କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା ନୂତନ ନିଯୁକ୍ତିରେ ବିଳମ୍ବ ଘଟିବ । ଉଚ୍ଚ ବର୍ଗରୁ ସମ୍ପର୍କରେ କିଛି ସୁଧାର ଆସିବ । ଦୂର ଯାତ୍ରାରେ ପ୍ରତିବନ୍ଧକ, ନିକଟ ସମ୍ପର୍କୀୟଙ୍କ ବିରୋଧ, ଅଧିକ ଅର୍ଥ ବ୍ୟୟ କରି କାମ କରିବେ । ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୧ ।
• ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
• ରୋଗୀ- ଚକ୍ଷୁ ପୀଡା ହେବ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି- ଅର୍ଥ ହାନୀ ହେବ ।
• ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
• ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

କୁମ୍ଭ -ବିଚାର ବୁଦ୍ଧି ପ୍ରୟୋଗରେ ସବୁର ସହଜ ସମାଧାନ କରିପାରିବେ । ଉଚ୍ଚ ବର୍ଗରୁ ଅନୁଗ୍ରହ ତଥା ସହଯୋଗ ପାଇବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । କର୍ମକ୍ଷେତ୍ରରେ ପ୍ରତିଷ୍ଠା ମିଳିବ । ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୬ ।
• ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
• ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
• କର୍ମଜୀବି- ପ୍ରଶଂସିତ ହେବେ ।
• ବ୍ୟବସାୟୀ- ଅର୍ଥ ହାନୀ ହେବ ।
• ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ମୀନ - ସମସ୍ତଙ୍କର ପ୍ରିୟଭାଜନ ହେବେ । ଚିନ୍ତାଧାରା ସକ୍ରିୟ ହେବ । ବ୍ୟବସାୟରେ ପୁଞ୍ଜୀ ନିବେଶ ପାଇଁ ଭଲ ଦିନ । ମାନସିକସଂକଳ୍ପ, ଦୃଢତା ଓ ଧୈର୍ଯ୍ୟକୁ ଆଧାରକରି ଅଗ୍ରଗତିକରିବେ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୪ ।
• ଚାଷୀ- ଜଳସଞ୍ଚୟ କରନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ- ବିଜ୍ଞହେବେ ।
• କର୍ମଜୀବି- ସମ୍ମାନିତ ହେବେ ।
• ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
• ଗୃହିଣୀ- ସୁଖଭାରା ଦିନଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.