Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ମଙ୍ଗଳବାରରେ ଆପଣଙ୍କ ରାଶିର ଶୁଭ ଅଙ୍କ , ଏମିତି କଟିବ ଆପଣଙ୍କ ଦିନ

18/11/2019 at 7:31 PM

ମେଷ– ଦକ୍ଷତା ସଦୁପଯୋଗ କରିପାରନ୍ତି । ସାଧନାରେ ସିଦ୍ଧି ହେବେ । ପାରିବାରିକ ସୁଖ ମିଳିବ । ସମାଜ ସେବା ପ୍ରତି ଆଗ୍ରହୀ ହେବେ । ଭାଇଙ୍କ ଉପରେ ବିପଦ ଅଛି,ସତର୍କ ରହିବେ । ଶୁଭ ରଙ୍ଗକ୍ରୀମ୍ । ଶୁଭ ଅଙ୍କ ୭ ।

ବୃଷ – ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦାନ କରିପାରନ୍ତି । ଭିନ୍ନ ଭିନ୍ନ ସୂତ୍ରରୁ ସହାୟତା ମିଳିବ । ସୁଖୀ ହୋଇପାରନ୍ତି । ଚନ୍ଦ୍ର ପାପଯୁକ୍ତ ହେତୁ କିଛିଟା ସମସ୍ୟା ଦେଖା ଦେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।

ମିଥୁନ – ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ଧନଲାଭ ହେବାର ସୂଚନା ମିଳୁଛି । ଯେଉଁ ଭୋଜନ ମିଳିବ, ସେଥିରେ ତୃପ୍ତିର ପ୍ରଶ୍ନ ଉଠୁ ନାହିଁ । ଚିନ୍ତାଧାରା ମହତ ହେଲେ ବି ବନ୍ଧୁ ସହାୟତା ମିଳିବା କଷ୍ଟସାଧ୍ୟ ହେବ ।ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

କର୍କଟ – ଭ୍ରମଣ ଆନନ୍ଦଦାୟକ ହେବ । ପଥରୋଧ ଘଟିପାରେ । ଖର୍ଚ୍ଚ ପରିମାଣ ବୃଦ୍ଧି ହେବ । ଧନ-ଧାନ୍ୟ ବୃଦ୍ଧି ହେବାର ସୁଯୋଗ ଅଛି । ସରଳ ଓ ନିରାଡମ୍ବର ପ୍ରଦର୍ଶନ କରି ଲୋକମାନଙ୍କ ପ୍ରିୟଭାଜନ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ସିଂହ – ସମ୍ମାନିତ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ବିବାଦମୁକ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯାନବାହନ ସୁଖ ମିଳିବ । ମାନସିକ ଅଶାନ୍ତି ଦୂର ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

କନ୍ୟା – ନିଜର ଦୁର୍ବଳତା ଅନୁଭବ କରି ସକ୍ରିୟ ହେବାକୁ ଉଦ୍ୟମ ଜାରି ରଖି ପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । ସରକାରୀ ଅର୍ଥ ମିଳିପାରେ । ଉତ୍ତମ ଗୁଣର ଅଧିକାରୀ ହୋଇପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

ତୁଳା – ପରିଶ୍ରମର ମୂଲ୍ୟ ମିଳିବ । ଶତ୍ରୁ ବିନାଶ କରିବେ । ଧନ ଭୋଗର ସୂଚନା ମିଳୁଛି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ତେଜୀୟାନ୍ ହୋଇପାରନ୍ତି । ବାହୁରେ ପୀଡା ଉପୁଜି ପାରେ । ଶୁଭ ରଙ୍ଗଧଳା । ଶୁଭ ଅଙ୍କ ୩ ।

ବିଛା – ହର୍ଷ ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି । ଶୁଦ୍ଧଭାଷା ପ୍ରୟୋଗ କରି ବିଶିଷ୍ଟ ବ୍ୟକ୍ତିଙ୍କ ଦୃଷ୍ଟି ପଥାରୁଢ ହେବେ । ଧନଶାଳୀ ହୋଇପାରନ୍ତି । ମୁକ୍ତା ସଂଗ୍ରହ କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

ଧନୁ – କର୍ମକ୍ଷେତ୍ରରେ ଉପୁଜିଥିବା ଅଶାନ୍ତି ଦୂର ହେବ । ଆମୋଦ-ପ୍ରମୋଦରେ ସମୟ ବିତାଇ ପାରନ୍ତି । ଅବିବାହିତମାନଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

ମକର – ଦୃଢମନୋବଳ ନେଇ କାର୍ଯ୍ୟ କରିବେ । ସମୃଦ୍ଧିର ମୂଳଦୁଆ ପକାଇ ପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ଶ୍ରେଷ୍ଠପଦ-ପଦବୀରେ ଆସୀନ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

କୁମ୍ଭ – ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ପ୍ରତିରୋଧକୁ ଏଡାଇ କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୁଯୋଗ ଜୁଟିଛି । ଯାନବାହନ ସୁଖ ମିଳିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

ମୀନ – ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ନୀତିବାଦୀ ହେବେ । ବୁଦ୍ଧିମାନ୍ ହୋଇପାରନ୍ତି । ମହାପ୍ରତାପୀ ହେବେ । ଜନ ବଲ୍ଲଭ ଭାବେ ସର୍ବ ସାଧାରଣଙ୍କ ଠାରୁ ଆଦର ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

   Related Posts