ମଙ୍ଗଳବାର ରାଶିଫଳ: ଉଚ୍ଚ ଆଶା ଫଳବତୀ ହୋଇପାରେ, ଆନନ୍ଦ ଉଲ୍ଲାସରେ ବିତିବ ଦିନ

Published By : Prameya-News7 Bureau | November 01, 2021 IST

ମେଷ– ଅନ୍ୟ ଉପରେ ନିର୍ଭରଶୀଳ ହୋଇପାରନ୍ତି । ଉଚ୍ଚ ଆଶା ଫଳବତୀ ହୋଇପାରେ । ସୁଖୀ ଓ ଆନନ୍ଦ ଉଲ୍ଲାସରେ ଦିନ ବିତାଇବେ । ପିଲାମାନେ ସକଳଗୁଣର ଆଧାର ହେବେ । ବିବାଦରେ ବିଜୟୀ ହେବେ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୪ ।
• ଚାଷୀ-ଗୋବରକ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)
• ରୋଗୀ-ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
• ଛାତ୍ରଛାତ୍ରୀ-ପାଠପଢା ପ୍ରତି ସଜାଗ ରହିବେ ।
• କର୍ମଜୀବି-ଅର୍ଥ ମିଳିବ ।
• ବ୍ୟବସାୟୀ-ଅର୍ଥ ହାନୀ ହେବ ।
• ଗୃହିଣୀ-ପାରିବାରି କକାର୍ଯ୍ୟରେ ବ୍ୟସ୍ତ ରହିବେ ।

ବୃଷ–ଠାକୁରଙ୍କ ଦର୍ଶନ ଲାଭ କରି ଶାନ୍ତି ପାଇବେ । ଯେକୌଣସି ସୂତ୍ରରୁ ଧନ ମିଳିବ । ଶାସ୍ତ୍ରାଭ୍ୟାସୀ ଓ ଉପଯୁକ୍ତ ମନ୍ତ୍ରଣାଦାତା ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀ ଧନ ହେତୁ ସୁଖ ଭୋଗ କରିବେ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୧ ।
• ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ-ବ୍ୟାୟାମ୍‌ କରନ୍ତୁ ।
• ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
• ଚାଷୀ-ଜୈବିକସାର ମାଟିରେ ବ୍ୟବହାର ଉଚିତ୍‌ ।

ମିଥୁନ - ଘରକୁ ବିଳାସ ଦ୍ରବ୍ୟ ଆଣି ପାରନ୍ତି । ସୁଖୀ ଓ ସମ୍ମାନୀତ ହେବେ ।ବିଭିନ୍ନସ୍ତରରୁସାହାର୍ଯ୍ୟ ପ୍ରାପ୍ତ ହୋଇପାରେ । ଦୀର୍ଘ ଦିନର ଆଶା ପୂରଣ ହେବ । ପାରିବାରିକ ସୁଖ ଅବ୍ୟାହତ ରହିବ । ଶୁଭରଙ୍ଗସବୁଜ । ଶୁଭ ଅଙ୍କ ୭ ।
• ଚାଷୀ-ଆଧୁନିକ ପଦ୍ଧତିରେ ଚାଷକାର୍ଯ୍ୟ କରିବେ ।
• ରୋଗୀ-ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ-ବିଦ୍ୟାରେ ମନ ଦେବେ ।
• କର୍ମଜୀବି-ଅର୍ଥ ମିଳିବ ।
• ବ୍ୟବସାୟୀ-ସଫଳତା ମିଳିବ ।
• ଗୃହିଣୀ-ସୁଖଭାରା ଦିନଟି ।

କର୍କଟ–ପେଟରେ ବ୍ୟଥା ଅନୁଭବ କରିପାରନ୍ତି । କାର୍ଯ୍ୟକ୍ଷେତ୍ର କଷ୍ଟସାଧ୍ୟ ହୋଇପାରେ । ଆୟବୃଦ୍ଧିର ସୂଚନା ମିଳୁଥିବାବେଳେ ବ୍ୟୟ ବୃଦ୍ଧିକୁ ରୋକି ହେବ ନାହିଁ । ଆକସ୍ମିକ ଭାବେ ଲାଭବାନ୍‌ ହେବେ । ଶୁଭରଙ୍ଗ ଗୋଲଡେନ୍‌ । ଶୁଭ ଅଙ୍କ ୩ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
• ବ୍ୟବସାୟୀ-ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
• କର୍ମଜୀବି- କରତ୍‌କର୍ମା ହେବେ ।
• ଛାତ୍ରଛାତ୍ରୀ-ଗ୍ରୀନ୍‌ ରଙ୍ଗର ଆସନରେ ବସି ପଢନ୍ତୁ ।
• ରୋଗୀ-ବ୍ୟାୟାମ୍‌ କରିବା ଉଚିତ୍‌ ।
• ଚାଷୀ-ଗୋବରକ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)

ସିଂହ –ମାଲିମୋକଦ୍ଦମାରେ ଜିତାପଟ୍‌ ନେବେ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଚଞ୍ଚଳ ଚେଷ୍ଟିତ ଓ ସାରକାରଙ୍କ କୃପା ପାତ୍ର ହେବେ । ସାଧନାରେ ସିଦ୍ଧି ପ୍ରାପ୍ତ କରିବେ । ବସ୍ତ୍ର-ଭୂଷଣ ହୋଇପାରେ । ଶୁଭରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୫ ।
• ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।
• ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
• ଛାତ୍ରଛାତ୍ରୀ-ପାଠପଢା ପ୍ରତି ସଜାଗ ରହିବେ ।
• କର୍ମଜୀବି-ଅର୍ଥ ହାନୀ ହେବ ।
• ବ୍ୟବସାୟୀ-ସଫଳତାକୁ ହାତଛଡା କରନ୍ତୁ ନାହିଁ ।
• ଗୃହିଣୀ-ସୁଖ ଅନୁଭବ କରିବେ ।

କନ୍ୟା –ଅର୍ଥାଗମ ଓ ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ହେବ ।ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ବିଭାଗୀୟ ଅର୍ଥ ପାଇବାର ସୂଚନା ମିଳୁଛି । କୀର୍ତ୍ତିମାନ୍‌ ଓ ବହୁ ଧନର ଅଧିକାରୀ ହେବେ । ଶୁଭରଙ୍ଗ ମେଟାଲିକ୍‌ । ଶୁଭ ଅଙ୍କ ୯ ।
• ଗୃହିଣୀ- ଧର୍ଯ୍ୟବାନ୍‌ ହେବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• କର୍ମଜୀବି- କରତ୍‌କର୍ମା ହେବେ ।
• ଛାତ୍ରଛାତ୍ରୀ-ଯୋଗ, ସ୍ମରଣଶକ୍ତି ବଢାଇଥାଏ ।
• ରୋଗୀ-ଅସାଧ୍ୟ ରୋଗରୁ ମୁକ୍ତ ହେବେ ।
• ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ତୁଳା–ସତର୍କତା ଆପଣଙ୍କ ପାଇଁ ଉପାଦେୟ ହେବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ପୂଜା ପାଇଁ ତତ୍ପରତା ପ୍ରକାଶ କରିବେ । ଉପୁଜିଥିବା ସମସ୍ୟା ଦୂର ହୋଇପାରେ । ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ । ଶୁଭରଙ୍ଗ କଳା । ଶୁଭ ଅଙ୍କ ୪ ।
• ଚାଷୀ-ମାଟିରେ ଉର୍ବରତା ପାଇଁ କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
• ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।
• କର୍ମଜୀବି-ଅର୍ଥ ମିଳିବ ।
• ବ୍ୟବସାୟୀ-ସଫଳତା ହାତଛଡା ହୋଇଯିବ ।
• ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ବିଛା– ନୂତନ ନିଯୁକ୍ତିର ସୁଯୋଗ ଅଛି । ସାମାନ୍ୟ ଅସୁସ୍ଥତା ଦେଖା ଦେଇ ପାରେ ।ସ୍ୱାଭିମାନି ହେବେ । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ଶାସ୍ତ୍ରପଡୁ ହୋଇପାରନ୍ତି । ଶୁଭରଙ୍ଗ କଫି । ଶୁଭ ଅଙ୍କ ୭ ।
• ଗୃହିଣୀ-ନୂଆ ବସ୍ତ୍ର ଲାଭ ହେବ ।
• ବ୍ୟବସାୟୀ-ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
• କର୍ମଜୀବି-କାର୍ଯ୍ୟରେ ଅବହେଳା କରିବେ ନାହିଁ ।
• ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
• ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
• ଚାଷୀ-ଉତ୍ତମ ବିହନ, କୃଷିବିଭାଗରୁ ଆଣନ୍ତୁ ।

ଧନୁ – ଆତ୍ମବିଶ୍ୱାସ ବଢାଇ ପାରନ୍ତି । ବନ୍ଧୁମିଳନ ଆପଣଙ୍କ ପାଇଁ କଲ୍ୟାଣମୂଳକ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ ।କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୧ ।
• ଚାଷୀ-ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ ।
• ରୋଗୀ-ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
• ଛାତ୍ରଛାତ୍ରୀ-ବିଦ୍ୟା ଆରୋହଣ କରିବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

ମକର–ଯେତେ ସାବଧାନ୍‌ ରହିଲେ ମଧ୍ୟ ଆପଣଙ୍କ ଗୋପନ ତଥ୍ୟ ପ୍ରକାଶ ପାଇ ଯାଇପାରେ । ହର୍ଷ-ଉଲ୍ଲାସ ମଧ୍ୟରେ ସମୟ ବିତାଇ ପାରନ୍ତି । ସର୍ବତ୍ର ଶୁଭ ଆଶା କରାଯାଏ । ବିନୀତ ସ୍ୱଭାବର ହେବେ । ଶୁଭରଙ୍ଗଲାଲ୍‌ । ଶୁଭ ଅଙ୍କ ୮ ।
• ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।
• ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
• ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ଅର୍ଥ ଲାଭ ହେବ ।
• ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କୁମ୍ଭ -ଅଧିକ ଦାୟିତ୍ୱବହନ କରିପାରନ୍ତି । ଦିନଟି ସମସ୍ୟା ବହୁଳ ହେଲେ ବିତା’ ଆଶୁ ସମାଧାନ କରିବାରେ ସକ୍ଷମ ଓ ଚଞ୍ଚଳ ପ୍ରକୃତିର ହେବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ଶୁଭରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୭ ।
• ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍‌କୁ ହାତଛଡା କରନ୍ତୁ ନାହିଁ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
• ରୋଗୀ-ସାମାନ୍ୟସୁସ୍ଥ ଅନୁଭବ କରିବେ ।
• ଚାଷୀ-ଆଧୁନିକ ପଦ୍ଧତିରେ ଚାଷକାର୍ଯ୍ୟ କରିବେ ।

ମୀନ - ଚିନ୍ତା ଦୂରେଇ ଯିବ । ଚିନ୍ତାଧାରା ଉନ୍ନତମାନର ହେବ । ପିଲାମାନେ ବିଳାସୀ ହୋଇପାରନ୍ତି । କୃଷିକାର୍ଯ୍ୟରେ ମନ ଦେବେ । ଧର୍ମ-ଧାରଣାରେ ଉତ୍ସର୍ଗୀକୃତ ମନୋଭାବ ପ୍ରକାଶ ପାଇବ । ନିନ୍ଦୁକମାନଙ୍କ ମୁଖ ବନ୍ଦ କରିବେ । ଶୁଭରଙ୍ଗ ଧୂସର । ଶୁଭ ଅଙ୍କ ୪ ।
• ଚାଷୀ-ଗୋବରକ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)
• ରୋଗୀ-ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍‌ ଖାଆନ୍ତୁ ।
• ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
• ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.