ମଙ୍ଗଳବାର, ୨୭ ତାରିଖ ରାଶିଫଳ: ଜାଣନ୍ତୁ କେଉଁ ରାଶି ପାଇଁ କିପରି ରହିବ କାଲିର ଦିନ

Published By : Prameya-News7 Bureau | April 26, 2021 IST

ମେଷ-ଶ୍ରେଷ୍ଠ ପଦ-ପଦବୀରେ ଆସୀନ ହୋଇପାରନ୍ତି । ଶତ୍ରୁକୁ ପରାଜିତ କରି ସ୍ୱର୍ଗୀୟସୁଖ ଅନୁଭବ କରିବେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବାରେ ସକ୍ଷମ ହେବେ । କର୍ମଚଞ୍ଚଳ ରହିପାରନ୍ତି ।
• ଗୃହିଣୀ- ଧର୍ଯ୍ୟବାନ୍‌ ହେବେ ।
• ବ୍ୟବସାୟୀ-ଅର୍ଥ ଲାଭ ହେବ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ- ବିଚକ୍ଷଣ ବୁଦ୍ଧି ହେବ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଚାଷୀ- କାର୍ଯ୍ୟମନ୍ଥର ହେବ ।

ବୃଷ- ଚଞ୍ଚଳଚେଷ୍ଟିତ ହେବେ । ମହାଧନ ଅର୍ଜନ କରିପାରନ୍ତି । ପ୍ରୀତି ଲାଭ କରିବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । କଥାବାର୍ତ୍ତାରେ ଅଣ ସଂଯମୀ ହୋଇପାରନ୍ତି ।
• ଚାଷୀ-ମାଟିରେଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ସଫଳତାମିଳିବ ।
• ଗୃହିଣୀ-ସୁଖଭାରା ଦିନଟି ।

ମିଥୁନ-ରାଜନୈତିକ ଅସ୍ଥିରତା ଲାଗି ରହିପାରେ । ସୁଖହାନି ଘଟିବ । ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଆଶ୍ୱସ୍ତ ହେବେ । ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ହେବେ ।
• ଗୃହିଣୀ- ଭାଗ୍ୟଶାଳୀ ହେବେ ।
• ବ୍ୟବସାୟୀ- ଧର୍ଯ୍ୟହରା ହୋଇପାରନ୍ତି ।
• କର୍ମଜୀବି- କରତ୍‌କର୍ମା ହେବେ ।
• ଛାତ୍ରଛାତ୍ରୀ- ବ୍ୟାୟାମ୍‌ କରନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଚାଷୀ-ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

କର୍କଟ- ମହିଳାମାନେ ରକ୍ଷଣଶୀଳହେବେ । କର୍ମକୁଶଳତା ପ୍ରକାଶ ପାଇବ । ବୈଦିକଶା ଅନୁମୋଦିତକାର୍ଯ୍ୟ ନ କଲେ ଅସୁବିଧାରେ ପଡି ପାରନ୍ତି । ବନ୍ଧୁସହାୟତାମିଳିବ ।
• ଚାଷୀ-କୀଟନାଶକର ଠିକ୍‌ ସମୟରେ ବ୍ୟବହାର କରନ୍ତୁ ।
• ରୋଗୀ- ଅସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ-ଅର୍ଥ ହାନୀ ହେବ ।
• ଗୃହିଣୀ-କାର୍ଯ୍ୟରେ ବ୍ୟସ୍ତ ରହିବେ ।

ସିଂହ-ଧର୍ମ-ଧାରଣାରେମନୋନିବେଶକରିପାରନ୍ତି । ଆକ୍ରମଣକାରୀଶତ୍ରୁରଶକ୍ତିକୁ ପରାହତକରିମାନସିକ ଅଶାନ୍ତି ଦୂରକରିପାରନ୍ତି ।
• ଗୃହିଣୀ-ସୁଖଭାରା ଦିନଟି ।
• ବ୍ୟବସାୟୀ- ଚୌରଭୟ ଅଛି ।
• କର୍ମଜୀବି- କର୍ମଚଞ୍ଚଳ ରହିବେ ।
• ଛାତ୍ରଛାତ୍ରୀ- ନୂଆବନ୍ଧୁ ମିଳିବେ ।
• ରୋଗୀ-ସତର୍କତାର ଦିନ ।
• ଚାଷୀ- କ୍ଳାନ୍ତି ଅନୁଭବ କରିବେ ।

କନ୍ୟା- ଗୃହକାର୍ଯ୍ୟ ଆନନ୍ଦଦାୟକ ହେବ ।ସମସ୍ତ ଅସୁବିଧା ଦୂରହୋଇ ଆଶ୍ୱସ୍ତି ମିଳିବ । ବହୁସୁଖର ଅଧିକାରୀ ହେବେ । ସାଧୁଙ୍କ ଆର୍ଶୀବାଦ ପାଇ ମନବଳ ବୃଦ୍ଧି କରିପାରନ୍ତି ।
• ଚାଷୀ-ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
• ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍‌ ।
• ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ-ଅର୍ଥ ଲାଭହେବ ।
• ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ।

ତୁଳା- ଶତ୍ରୁମାନଙ୍କ ଉପରେ କଡା ନଜର ରଖିବାକୁ ପଡିବ । ଶାସ୍ତ୍ରପଟୁ ହେବେ ।ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି । ରାଜବଂଶ ପୂଜିତ ହେବେ ।
• ଗୃହିଣୀ- ସଦିଚ୍ଛାଭାବ ରହିବ ।
• ବ୍ୟବସାୟୀ- ଧର୍ଯ୍ୟହରା ହୋଇପାରନ୍ତି ।
• କର୍ମଜୀବି- କରତ୍‌କର୍ମାହେବେ ।
• ଛାତ୍ରଛାତ୍ରୀ- ବଡଲୋକଙ୍କ କଥା ଶୁଣିବେ ନାହିଁ ।
• ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍‌ ।
• ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ବିଛା-ପ୍ରତିଶୋଧ ପରାୟଣ ହୋଇ କାର୍ଯ୍ୟକରିବେ । କଳହ ଠାରୁ ଦୂରେଇ ରହିଲେ ସଫଳତା ମିଳିବ ।ଶତ୍ରୁ ବିନାଶ କରିପାରନ୍ତି ।
• ଚାଷୀ-ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ ।
• ରୋଗୀ-ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ବ୍ୟାୟାମ୍‌ କରନ୍ତୁ ।
• କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।

ଧନୁ-ଯେତେ ଅସୁବିଧାର ସମ୍ମୁଖୀନ ହେଲେ ମଧ୍ୟ ସମ୍ମାନ ରକ୍ଷା କରିବାରେ ସକ୍ଷମ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ଭାଗ୍ୟଶାଳୀ ହେବେ ।
• ଗୃହିଣୀ-ଧର୍ମକାର୍ଯ୍ୟରେ ବ୍ୟସ୍ତରହିବେ ।
• ବ୍ୟବସାୟୀ- ପ୍ରଚୁର ଲାଭହେବ ।
• କର୍ମଜୀବି-ସଫଳତା ହାତଛଡା ହୋଇଯିବ ।
• ଛାତ୍ରଛାତ୍ରୀ- ଚିନ୍ତାଧାରା ମହତ ହେବ ।
• ରୋଗୀ- ଚକ୍ଷୁ ପୀଡାହେବ ।
• ଚାଷୀ-ଚାଷକାର୍ଯ୍ୟରେଉନ୍ନତି ପରିଲକ୍ଷିତହେବ ।

ମକର-ହଠାତ୍‌ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ ।ଉତ୍ତମ ଭୋଜନ ମିଳିବ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
• ଚାଷୀ-ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
• ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟବ୍ୟସ୍ତ ରହିବେ ।
• ବ୍ୟବସାୟୀ-ଅର୍ଥ ଲାଭ ହେବ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

କୁମ୍ଭ- ଧନବାନ ହେବେ । ଅପାର ଗୁଣର ଅଧିକାରୀ ହେବେ । ଉପାଜନକାରୀ ହୋଇପାରନ୍ତି ।ବଳିଷ୍ଠହେବେ । ପାରିବାରିକ ସୁଖ ମିଳିବ ।
• ଗୃହିଣୀ-ଧାର୍ମିକ ହେବେ ।
• ବ୍ୟବସାୟୀ- ମଧୁରଭାଷୀ ହେବେ ।
• କର୍ମଜୀବି- ସମ୍ମାନ ପାଇବେ ।
• ଛାତ୍ରଛାତ୍ରୀ- ବିଚକ୍ଷଣ ବୁଦ୍ଧି ହେବ ।
• ରୋଗୀ- ୟୋଗା କରନ୍ତୁ ।
• ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍‌ ।

ମୀନ-ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଯାନବାହନ ସୁଖମିଳିବ ।ଭୋଗୀ ହେବେ । ମନ ପ୍ରସନ୍ନ ରହିବ ।
• ଚାଷୀ-ଆଧୁନିକ ପଦ୍ଧତିରେ ଚାଷକାର୍ଯ୍ୟ କରିବେ ।
• ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍‌ ।
• ଛାତ୍ରଛାତ୍ରୀ- ଅଳସୁଆ ପ୍ରବୃତ୍ତି ହେବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ନୂଆ ବ୍ୟବସାୟଲାଭ ହେବ ।
• ଗୃହିଣୀ-ସୁଖୀହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.