ଶହ ଶହ ପଶୁ, ପକ୍ଷୀଙ୍କ ବଳିରେ ରକ୍ତ ରଞ୍ଜିତ ହେବ ସାନଖଳା ଓ ବଡଖଳା - ରାତି ପାହିଲେ ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା

Published By : Prameya-News7 Bureau | December 30, 2019 IST

ବଲାଙ୍ଗୀର ୩୦।୧୨ - ଶୁଲିଆ ମହେ।ତ୍ସବ ପାଇଁ ଦୁଲୁକିଲା ଶୁଲିଆ ପୀଠ । ପ୍ରଥମ ଥର ପାଇଁ ଆଦିବାସୀ କଳା, ସଂସ୍କୃତିକୁ ବଜାୟ ରଖିବାକୁ ଆରମ୍ଭ ହେ।ଇଛି ଶୁଲିଆ ମହେ।ତ୍ସବ ।  ସେପଟେ ରାତି ପାହିଲେ ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା । ଶହ ଶହ ପଶୁ, ପକ୍ଷୀଙ୍କ ବଳିରେ ରକ୍ତ ରଞ୍ଜିତ ହେବ ସାନଖଳା ଓ ବଡଖଳା ।

{"id":204670,"sizeSlug":"large"}

ବାଜୁଛି ପାରମ୍ପାରିକ ଢୋଲ ତାସା ନିଶାନ । ହାତରେ ରହିଛି ପାରମ୍ପାରିକ ଅସ୍ତ୍ର ସସ୍ତ୍ର। ଝୁଲି ଝୁଲି ନାଚି ନାଚି ବେଶ ଉତ୍ସାହର ସହ ନିଜ କଳା ଦେଖାଉଛନ୍ତି ଆଦିବାସୀ ସମ୍ପ୍ରଦାୟ ଲୋକ। ଏ ଦୃଶ୍ୟ ହେଉଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଶୁଲିଆ ପୀଠର। ଚଳିତ ଥର ପ୍ରଥମ ଥର କରି ଆରମ୍ଭ ହୋଇଛି ଶୁଲିଆ ମହୋତ୍ସବ। ପ୍ରଥମ ସନ୍ଧ୍ୟାରେ ପାରମ୍ପାରିକ ନୃତ୍ୟ ଗୀତ ସହ ଜମିଥିଲା ରାବଣ ଦରବାର । ବଲାଙ୍ଗୀର ଏବଂ ସୂବର୍ଣ୍ଣପୁର ଜିଲ୍ଲାର ନାମିଦାମି କଳାକାର ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ ।ପରେ ପରେ ସୁବର୍ଣ୍ଣ ପୁରର ବିଶିଷ୍ଟ ଗୀତିକାର ଶାସ୍ବତ ତ୍ରିପାଠିଙ୍କ ରଙ୍ଗବତୀ ଗୀତରେ ଝୁମିଥିଲେ ଦର୍ଶକ। ହାଡଭଙ୍ଗା ଶୀତରେ ମହେ।ତ୍ସବକୁ ମନ ଭରି ଉପଭେ।ଗ କରିଥିଲେ ସମସ୍ତେ ।

{"id":204672,"sizeSlug":"large"}

ସେପଟେ ହଜାର ହଜାର ବର୍ଷର ପରମ୍ପରା ଶୂଲିଆ ଯାତ୍ରା ପାଇଁ ଶେଷ ହେ।ଇଛି ପ୍ରସ୍ତୁତି । ରାତି ପାହିଲେ ପଶୁ,ପକ୍ଷୀଙ୍କ ବଳିରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ । ଆସନ୍ତା କାଲି ସକାଳ ୮ ଟାରେ ପୂଜା ଆରମ୍ଭ ହେବା ପରେ ପ୍ରଥମେ ଗୋଟିଏ ଧଳା କୁକୁଡା ଓ ପରେ ଗୋଟିଏ ଧଳା ଛେଳି ବଳି ପଡିବା ପରେ ଆରମ୍ଭ ହେବ ବଳି ପ୍ରଥା । ଆଜି ରାତିରେ ନିଶି ପୂଜା କରାଯିବା ସହ ସକାଳୁ ଆରମ୍ଭ ହେବ ଯାତ୍ରା । ଯାତାରେ ପଶ୍ଚିମ ଓଡିଶା ବିଭିନ୍ନ ଜିଲ୍ଲା ସମେତ ପଡୋଶୀ ରାଜ୍ୟ ଝାରଖଣ୍ଡ, ଛତ୍ତିଶଗଡ ସହ ବହୁ ଅଞ୍ଚଳରୁ ଆଦିବାସୀ ଭକ୍ତ ସାମିଲ ହେବେ ।

ତିନି ଦିନ ଧରି ମହୋତ୍ସବ ଆୟୋଜନ ସହ ବିଭିନ୍ନ ସ୍ଥାନରୁ ଆସିଥିବା କଳା ସଂସ୍କୃତିକୁ ଏକ ନୂଆଁ ଦିଗ ଦେବ ଶୁଲିଆ ମହୋତ୍ସବ ।  ଅନ୍ୟ ପଟେ ନିଜ ପାରମ୍ପାରିକ ପୂଜା ସହ ପ୍ରଥାକୁ ପୁଣିଥରେ ପାଳନ କରିବେ ଆଦିବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.