ମଙ୍ଗଳବାରରେ ଆପଣଙ୍କର ରାଶିର ଭଲ ଓ ମନ୍ଦ ବିଷୟରେ ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

Published By : Prameya-News7 Bureau | December 23, 2019 IST

ଜ୍ୟୋତିର୍ବିଦ - ତ୍ରିନନ୍ଦନ ମିଶ୍ର
ମେଷ– ନିଜଇଚ୍ଛା ଅନୁସାରେ ଫଳ ପ୍ରାପ୍ତିହେବ। ଆଶ୍ୱସ୍ତି ମିଳିବ।ମାନସିକ ଓ ଶାରୀରିକ ସ୍ତରରେ ସାମାନ୍ୟ କଷ୍ଟ ଅନୁଭବକରିପାରନ୍ତି। ଅଯଥାଖର୍ଚ୍ଚାନ୍ତ ହେବେ।ସୁଖମିଳିବାକଷ୍ଟକର।ଶୁଭରଙ୍ଗ ଧୂସର।ଶୁଭଅଙ୍କ ୨।

ବୃଷ– ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହାତ ଦେବେ ଓ ସଫଳତା ପାଇବେ। ପରିବାର ପ୍ରତିସ୍ନେହ, ଶ୍ରଦ୍ଧା ବୃଦ୍ଧି ହୋଇପାରେ । କଳ୍ପନା ବିଳାସୀହୋଇପାରନ୍ତି। ଶାସ୍ତ୍ରାଭାଷୀ ହେବେ।ଶୁଭରଙ୍ଗ ବ୍ରାଉନ୍।ଶୁଭ ଅଙ୍କ ୭।


ମିଥୁନ - ମାନସିକସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟିହେବ। କେତେକ କ୍ଷେତ୍ରରେ ନିରବ ଦ୍ରଷ୍ଟା ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନାମିଳୁଛି । କର୍ମକ୍ଷେତ୍ରରେ ସଫଳତାମିଳିବ । ବହୁସୁଖ ଅଧିକାରୀ ହୋଇପାରନ୍ତି।ଶୁଭରଙ୍ଗ ୟେଲୋ।ଶୁଭ ଅଙ୍କ ୬।


କର୍କଟ–ଉପୁଜିଥିବା ବିବାଦର ନିର୍ବିଘ୍ନରେ ଆଶୁ ସମାଧାନ ହେବ।ଚିନ୍ତାଗ୍ରସ୍ତ ହୋଇପାରନ୍ତି।ରୂପବନ୍ତ ଓ ସୁଖୀ ହେବେ। ସତ୍ପୁତ୍ର ଲାଭର ସୂଚନା ମିଳୁଛି।ଶତ୍ରୁନାଶ କରି ଆଶ୍ୱସ୍ତ ହେବେ।ଶୁଭ ରଙ୍ଗ କ୍ରୀମ୍।ଶୁଭ ଅଙ୍କ ୧।


ସିଂହ –ଭାବି-ଚିନ୍ତି କାର୍ଯ୍ୟ କଲେ ସଫଳତାରେ ଉପନୀତ ହୋଇପାରନ୍ତି । ମନୋବଳ ଦୃଢରହିବ। ଯାତ୍ରା ଶୁଭଦାୟକହେବ।ବ୍ୟବସାୟରେ ଲାଭବାନ୍‌ ହେବେ।କୃଷିକାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୪।


କନ୍ୟା – ଦାୟିତ୍ୱରେ ପରିବର୍ତ୍ତନ ଘଟିପାରେ। ଲୋଭଗ୍ରସ୍ତ ହୋଇପାରନ୍ତି। ନିଜେ କଷ୍ଟ ସ୍ୱୀକାର କରି ଶତ୍ରୁନାଶ କରିବେ।ଗୋଷ୍ଠୀ, ନଗର, ଗ୍ରାମର ଅଧିପତି ହୋଇପାରନ୍ତି।ମନ୍ତ୍ରାଭାଦାତା ହେବେ।ଶୁଭରଙ୍ଗ ଲାଲ୍।ଶୁଭ ଅଙ୍କ ୮।


ତୁଳା–ଋଣମୁକ୍ତହେବା ପାଇଁ ପ୍ରୟାସ ଜାରି ରଖିବେ। ଆଶାବାଦୀ ହୋଇପାରନ୍ତି।ସଂଘର୍ଷର ସମ୍ମୁଖୀନ ହେବେ।ଅର୍ଥାଭାବ ଦେଖା ଦେଇ ପାରେ।ସତ୍ୟବାଦୀ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶୁଭରଙ୍ଗ ୟେଲୋ।ଶୁଭ ଅଙ୍କ ୫।


ବିଛା– ପରିବେଶ ଆପଣଙ୍କୁ ସୁହାଇ ନ ପାରେ। ପ୍ରତାରିତ ହୋଇ ପାରନ୍ତି।ଉପୁଜିଥିବା ସମସ୍ୟାର ସୁ ସମାଧାନ ହେବ। ଚିନ୍ତାଧାରା ଉନ୍ନତ ମାନର ହୋଇପାରେ । କାର୍ଯ୍ୟହାସଲ କରିବାରେ ସକ୍ଷମ ହୋଇପାରନ୍ତି।ଶୁଭରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୨।


ଧନୁ –ସରକାରୀ ସହାୟତା ମିଳିପାରେ ।ମୂଲ୍ୟବାନ୍ ଦ୍ରବ୍ୟ କିଣି ପାରନ୍ତି ।କର୍ମ ତତ୍ପରତା ପ୍ରକାଶ ପାଇବ।ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦିର୍ଘ ଦିନର ଆଶା ପୂରଣ ହୋଇପାରେ। ଶୁଭରଙ୍ଗ ଲାଲ୍।ଶୁଭ ଅଙ୍କ ୧।


ମକର–ବନ୍ଧୁଙ୍କ ସହ ମତ-ଭେଦ ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ ।ଭୋଜନରେ ଆପ୍ୟାୟିତ ହେବେ।ଚେଷ୍ଟାରେ ସଫଳତା ଲାଭ କରିବେ। କର୍ତ୍ତବ୍ୟ ନିଷ୍ଠ ହେବେ। ସର୍ବ ସୁଖ ମିଳିପାରେ।ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୬।


କୁମ୍ଭ -ଶ୍ରମ ସାର୍ଥକ ହେବ। କାର୍ଯ୍ୟ ସିଦ୍ଧି ହେବ, ମାତ୍ର ବିଳମ୍ବରେ।ସୁତୀର୍ଥ ଲାଭଯୋଗ ଅଛି । ବିଦ୍ୟା ରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି। ଅର୍ଥ ପ୍ରାପ୍ତିର ଭଣ୍ଡାର ପରିପୂର୍ଣ୍ଣ ହେବ।ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୮।


ମୀନ - ପରୋପକାରୀ ହେବେ। ବିଦ୍ୱାନ ହୋଇପାରନ୍ତି। ଆଦରଣୀୟ ହେବେ। ଧନ ଓ ପୁତ୍ରାଦି ଯୁକ୍ତ ହୋଇପାରନ୍ତି।ହର୍ଷଯୁକ୍ତ ଓ ଦାନୀ ହୋଇପାରନ୍ତି । ରୀତି, ନୀତି ପାଳନରେ ଦକ୍ଷ ହୋଇପାରନ୍ତି।। ଶୁଭରଙ୍ଗ ନାରଙ୍ଗୀ।ଶୁଭ ଅଙ୍କ ୪।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.