ମଙ୍ଗଳବାରର ରାଶିଫଳ - ଏମିତି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | February 10, 2020 IST

ମେଷ–ଦୂରଯାତ୍ରା ଶୁଭଦାୟକ ହେବ । ପରଚର୍ଚ୍ଚାକରିପାରନ୍ତି । ପଢାପଢିରେ ମନୋନିବେଶ କରି ସଫଳହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।ଶୁଭଖବର ପାଇ ଆନନ୍ଦ ଅନୁଭବ କରିବେ । ଦିନଟି ଭିତରେ ମିଶ୍ରିତ ଫଳ ମିଳିବ ।ଶୁଭରଙ୍ଗ ମେରୁନ୍‌ ।ଶୁଭଅଙ୍କ ୨ ।

ବୃଷ–ଚଳା-ଚଳରାସ୍ତାରେ ସତର୍କରହିବେ ।କେତେକଘଟଣାକୁ କେନ୍ଦ୍ରକରି ବାଦାନୁବାଦ ଉପୁଜି ପାରେ ।ବନ୍ଧୁଙ୍କ ସହିତ ଭୁଲବୁଝାମଣା ଘଟିବାର ସୂଚନା ମିଳୁଛି ।କୃଷିକାର୍ଯ୍ୟ ଉପରେ ଗୁରୁତ୍ୱ ଦେଇପାରନ୍ତି ।ଶୁଭରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୪ ।

ମିଥୁନ - ଅପୂର୍ବ ସୁଯୋଗ ଅଛି । ଯାହାକରନ୍ତୁ ନାକାହିଁକି ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତାମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି ।ଶୁଭରଙ୍ଗ ଲାଲ୍‌ ।ଶୁଭ ଅଙ୍କ ୯ ।

କର୍କଟ–ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଆକସ୍ମିକ ସମସ୍ୟା ଦେଖା ଦେଇପାରେ । ତ୍ୟାଗଶୀଳ ଓ ନୀତିନିଷ୍ଠ ହୋଇପାରନ୍ତି । ବିବିଧ ପ୍ରକାରର ଅର୍ଥ ପ୍ରାପ୍ତ ହେବ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୨ ।

ସିଂହ –ବିଭିନ୍ନସ୍ତରରୁ କଲ୍ୟାଣମୂଳକ ସ୍ନେହ ଆଶୀର୍ବାଦ ମିଳିବ । ସୁଖ-ସମ୍ମାନ ଲାଭ କରିପାରନ୍ତି ।ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତହେବେ । ଆୟ ଆଶାନୁରୂପ ହେବ ।ଚିନ୍ତାଧାରା ମହତ୍‌ହେବ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୭ ।

କନ୍ୟା– ଅଧିକବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ପଥରୋଧର ସମ୍ମୁଖୀନ ହେବେ । ଅଯଥା ବିତର୍କରେ ଭାଗ ନ ନେଇ ନିରବ ରହିବା ବୁଦ୍ଧିମାନର କାର୍ଯ୍ୟହେବ ।ସାମାଜିକ ଗୌରବ ପ୍ରାପ୍ତ ହେବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୪ ।

ତୁଳା–ସୁଯୋଗକୁ ହାତଛଡା କରନ୍ତୁ ନାହିଁ । ଧନଲାଭର ସୁଯୋଗ ସୃଷ୍ଟି ହୋଇଛି । ସୁସମ୍ବାଦ ପାଇଖୁସି ହୋଇପାରନ୍ତି ।ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ ।ସତ୍‌କର୍ମରେ ନିୟୋଜିତ ହେବେ ।ଶୁଭରଙ୍ଗ ଗ୍ରୀନ୍‌ ।ଶୁଭ ଅଙ୍କ ୯ ।

ବିଛା–କାର୍ଯ୍ୟରେ ସଫଳତା ଲାଭକରିବେ । ପରିଶ୍ରମର ମୂଲ୍ୟ ମିଳିବ ।ଶୁଭଖବର ପାଇଖୁସି ହୋଇପାରନ୍ତି ।କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ ।ଶୁଭରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୩ ।

ଧନୁ – ଦେ’ଣ-ନେ’ଣ ଦୂରେ ଥାଉ କେବଳ ଯୋଗାଯୋଗରେ କାର୍ଯ୍ୟହାସଲ କରିପାରନ୍ତି । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ ବ୍ୟବହାର କରିପାରନ୍ତି । ସଦାସର୍ବଦା ପରୋପକାରୀ ଆତ୍ମସନ୍ତୋଷ ଲାଭକରିବେ ।ଶୁଭରଙ୍ଗପିଙ୍କ୍‌ ।ଶୁଭ ଅଙ୍କ ୭ ।

ମକର–ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ ।ଶୁଭକାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ।ସତ୍‌ ପଥଗାମୀହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରନ୍ତି । ପିତୃଭକ୍ତି ଯୁକ୍ତ ହୋଇପାରନ୍ତି ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୨ ।

କୁମ୍ଭ -କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସନୀୟ ହେବେ ।ମିତ୍ରଲାଭର ସୂଚନାମିଳୁଛି ।କର୍ମକ୍ଷେତ୍ରରୁ ସଫଳତାମିଳିବ ।ସୁଖକର ଘଟଣାମାନ ଘଟିପାରେ ।ଶୁଭକାର୍ଯ୍ୟ ପାଇଁସମୟ ଅନୁକୂଳ ଅଛି ।ଶୁଭରଙ୍ଗ ଲାଲ୍‌ ।ଶୁଭ ଅଙ୍କ ୫ ।

ମୀନ - ଯୋଗାଯୋଗ ଫଳପ୍ରଦ ହେବ ।ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତିଫେରି ପାଇବେ । ଶୁଭ ଖବର ପାଇ ଖୁସିହେବେ ।ସାରା ଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁସମୟ ଅନୁକୂଳ ରହିଛି ।ଶୁଭରଙ୍ଗଗ୍ରୀନ୍‌ ।ଶୁଭ ଅଙ୍କ ୯ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.