ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତି ପାଇବେ ସଫଳତା- ଜାଣନ୍ତୁ ଶୁଭ ରଙ୍ଗ ଓ ଶୁଭ ସଂଖ୍ୟା

Published By : Prameya-News7 Bureau | September 30, 2019 IST

wp:code
        
/wp:code

ମେଷ – ଆୟ ଆଶାନୁରୂପ ହେବ। ବିଚାର ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। ଶତ୍ରୁ ଉପରେ ବିଜୟ ହାସଲ କରିବେ। ଶୁଭ ରଙ୍ଗ ସବୁଜ। ଶୁଭ ଅଙ୍କ ୧।
ବୃଷ – ଧାର୍ମିକ ଚିନ୍ତାଧାରା ଲାଭପ୍ରଦ ହେବ। କର୍ତ୍ତବ୍ୟ ନିଷ୍ଠା ଆପଣଙ୍କୁ ମହାନ୍ କରି ଗଢି ତୋଳିବ। କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ। ଯାନବାହନ ସୁଖ ମିଳିବ। ବିନୀତ ସ୍ୱଭାବର ହେବେ। ପତ୍ନୀଙ୍କ ସାହାର୍ଯ୍ୟ ପାଇବେ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୪।
ମିଥୁନ - ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି। ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ପାରିବାରିକ ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୭।
କର୍କଟ – ସତର୍କତା ଆପଣଙ୍କ ପାଇଁ ସୁରକ୍ଷା କବଚ ହେବ। ତ୍ୟାଗପୁତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ବିବିଧ ଧନର ଅଧିକାରୀ ହୋଇପାରନ୍ତି। ନୀତିନିଷ୍ଠ, ଚଞ୍ଚଳମନା ଓ ଅତିସୁଖୀ ହେବେ। ଶୁଭ ରଙ୍ଗ ଆକାଶୀ। ଶୁଭ ଅଙ୍କ ୨।
ସିଂହ – ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଶୁଭଙ୍କର ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁ ସାହାର୍ଯ୍ୟ ପାଇ ଉପକୃତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଶୁଭ ରଙ୍ଗ କଳା। ଶୁଭ ଅଙ୍କ ୯।
କନ୍ୟା – ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରୁ ଆର୍ଥିକ କଷ୍ଟ ଅନୁଭବ କରିପାରନ୍ତି। ହସଖୁସିରେ ସମୟ ବିତାଇବେ। ଗୋଷ୍ଠୀ, ନଗର କିମ୍ବା ଗ୍ରାମର ଅଧିପତି ହେବେ। ବଡ ଲୋକଙ୍କ କଥା ସୁଣିଲେ ଠଳାମିରେ ପଡିବେ ନାହିଁ। ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୬।
ତୁଳା – ପଡୋଶୀଙ୍କ ପାଇଁ ଲାଭବାନ୍ ହୋଇପାରନ୍ତି। ଆୟ ପରିମାଣ ବୃଦ୍ଧି ପାଇବ। ଯଶସ୍ୱୀ ହେବେ। ଲୋକମାନଙ୍କର ବିଶ୍ୱାସ ଭାଜନ ହୋଇ କାର୍ଯ୍ୟ କରିବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୧।
ବିଛା – ସୁଖ-ସନ୍ତୋଷ ମିଳିବ। ଶ୍ରମ ସାର୍ଥକ ହେବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଅର୍ଥ ସଞ୍ଚୟ କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସୁଖ-ସମ୍ଭୋଗ କରିପାରନ୍ତି। ଧନ ବ୍ୟୟ ହୋଇପାରେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୩।
ଧନୁ – କାର୍ଯ୍ୟରେ ସଫଳତା ମିଳିବ। ସମ୍ମାନିତ ହୋଇପାରନ୍ତି। ଅତ୍ୟଧିକ ପରିଶ୍ରମ ଯୋଗୁଁ ସାମୟିକ ବିଶ୍ରାମ ଗ୍ରହଣ କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ସମଗ୍ର ପରିବାର ସହିତ ନିଜେ ଖୁସି ମନେଇ ପାରନ୍ତି। ଶୁଭ ରଙ୍ଗ ଗାଢ ନୀଳ। ଶୁଭ ଅଙ୍କ ୫।
ମକର – ଦକ୍ଷତାର ସଦୁପଯୋଗ କରିପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେତୁ ପ୍ରତି ପଦପାତରେ ସତର୍କତା ଅବଲମ୍ବନ କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ହାତେ ମାପି ଚାଖଣ୍ଡେ ଚାଲନ୍ତୁ। ଶୁଭ ରଙ୍ଗ ନାଲି। ଶୁଭ ଅଙ୍କ ୬।
କୁମ୍ଭ - ଆବଶ୍ୟକ ପଡୁଥିବାରୁ ଅର୍ଥ ବିନିଯୋଗ କରିପାରନ୍ତି। ବନ୍ଧୁ ସହ-ଯୋଗ ପାଇ କାର୍ଯ୍ୟରେ ଆଗକୁ ବଢି ପାରିବେ। କର୍ମକ୍ଷେତ୍ରରେ ପ୍ରଭୂତ ଉନ୍ନତି ଘଟାଇ ପାରନ୍ତି। ଆପଣଙ୍କ କର୍ମ ପ୍ରବଣତା ଶତ୍ରୁ ଓ ସମାଲୋଚକଙ୍କୁ ମୁହଁ ବନ୍ଧ କରିପାରେ। ଶୁଭ ରଙ୍ଗ ସବୁଜ। ଶୁଭ ଅଙ୍କ ୪।
ମୀନ - ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବେ। କାର୍ଯ୍ୟକ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବେ। ନୈତିକତା ବୃଦ୍ଧୀ ହେବ। ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ। ନୀତିଯୁକ୍ତ ଓ ବିନୀତ ହୋଇପାରନ୍ତି। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୯।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.