Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବଢୁଛି ନିରଞ୍ଜନ ଓ ଶ୍ରୀକାନ୍ତଙ୍କ ମଧ୍ୟରେ ତୁ ତୁ ମେଁ ମେଁ : ଆଜି ନିରଞ୍ଜନ କହିଲେ ଶ୍ରୀକାନ୍ତ ଖାଲି ଗପ କହୁଛନ୍ତି, ଦେଖ ଆଗକୁ କଣ ହେଉଛି

8/12/2018 at 2:11 PM

ଭୁବନେଶ୍ୱର ୮/୧୨ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ମଧ୍ୟରେ କଳି ଉଗ୍ର ରୂପ ଧାରଣ କରିବାରେ ଲାଗିଛି | ନିରଞ୍ଜନଙ୍କୁ ଇଙ୍ଗିତ କରି ୬ ତାରିଖରେ କୃଷ୍ଣ ସଗରିଆଙ୍କ ସମ୍ବିଧାନ ବଞ୍ଚାଓ ସଭାରେ ଶ୍ରୀକାନ୍ତ ଉଠାଇଥିବା ଖଣି ମାଫିଆ ପ୍ରସଙ୍ଗକୁ ନେଇ ଆଜି ନିରଞ୍ଜନ ପୁଣି ପ୍ରତିକ୍ରିୟା ରଖିଛନ୍ତି | ନିରଞ୍ଜନ କହିଛନ୍ତି ଯେ, ଶ୍ରୀକାନ୍ତ ଜେନା କେବଳ ଗପ କହୁଛନ୍ତି | ଗପ କହିବା ତାଙ୍କର ଏକ ଚିରାଚରିତ ଅଭ୍ୟାସ | ସେ ଜନତା ଦଳରେ ଥିବାବେଳେ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ସମାଲୋଚନା କରୁଥିଲେ | ତେଣୁ ତାଙ୍କର ଏହା ଅଭ୍ୟାସ ବୋଲି ନିରଞ୍ଜନ କହିଛନ୍ତି |ତେବେ ଏହାର ପରିଣତି କଣ ହେଉଛି ଦେଖ ବୋଲି ନିରଞ୍ଜନ ଧମକପୂର୍ଣ ବିବୃତି ଦେଇଛନ୍ତି |


ଅପରପକ୍ଷରେ ଶ୍ରୀକାନ୍ତ ମଧ୍ୟ ନିରଞ୍ଜନଙ୍କ ଏହି ଉକ୍ତିର ଜବାବ ରଖିଛନ୍ତି | ସେ କହିଛନ୍ତି ଯେ, ଖଣି ମାଫିଆ ପ୍ରସଙ୍ଗ କାହାକୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରି ସେ କହିନାହାନ୍ତି | ବରଂ ସାମଗ୍ରିକ ଭାବେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ | ଅପରପକ୍ଷରେ ସେ ଖାଲି ଗପ କହୁଛନ୍ତି ବୋଲି ନିରଞ୍ଜନ କରିଥିବା କଟାକ୍ଷର ଜବାବରେ ସେ କହିଛନ୍ତି ଯେ, ରାଜନୀତିରେ ଗପ କହିବା ଅଭ୍ୟାସ ରହିବା ଦରକାର | ମୋର କଥା ଯାହାକୁ ଗପ ବୋଲି ଲାଗୁଛି ଲାଗୁ ବୋଲି ମଧ୍ୟ ସେ କହିଛନ୍ତି | ବିଜୁ ବାବୁଙ୍କ ପ୍ରସଙ୍ଗରେ ଶ୍ରୀକାନ୍ତ କହିଛନ୍ତି ଯେ, ସେ ୩୦ ବର୍ଷ ଧରି ବିଜୁ ବାବୁଙ୍କ ସହ ଥିଲେ | ତେବେ ଯେତେବେଳେ ବି ବିଜୁ ବାବୁ କିଛି ଭୁଲ କରୁଥିଲେ ତାକୁ ସେ ତୁରନ୍ତ ସମାଲୋଚନା କରୁଥିଲେ | ଏହି ସବୁ ସମାଲୋଚନାକୁ ବିଜୁ ବାବୁ ସକାରାତ୍ମକ ଭାବେ ନେଉଥିଲେ | ରାଜନୀତିରେ ବାଦ ବିବାଦ ଓ ମତ ଭେଦ ଏକାନ୍ତ ଜରୁରୀ | ମତ ଭେଦ ନରହିଲେ କୌଣସି ବିଷୟରେ ନିର୍ଯ୍ୟାସ ବାହାରିବନି ବୋଲି ଶ୍ରୀକାନ୍ତ କହିଛନ୍ତି |


ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ପିସିସି ସଭାପତି ଓ ଶ୍ରୀକାନ୍ତ ଜେନା ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇ ପରସ୍ପର ଉପରକୁ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି | ଏପରିକି କଥା ଶୃଙ୍ଖଳା କମିଟି ପର୍ଯ୍ୟନ୍ତ ଯାଇଛି | ଶ୍ରୀକାନ୍ତଙ୍କ ଆଚରଣକୁ ବିଶୃଙ୍ଖଳିତ ବୋଲି ଦର୍ଶାଇ ତାଙ୍କୁ ଦଳର ଇସ୍ତାହାର କମିଟିରୁ ବାଦ ଦିଆଯାଇଛି | ୬ ତାରିଖ ଦିନ କୃଷ୍ଣ ସଗରିଆଙ୍କ ସଭାରେ ସେ ଯୋଗ ଦେଇଥିବା ବେଳେ ତାର ଭିଡିଓ ରେକର୍ଡିଙ୍ଗ କରି ଏଆଇସିସିକୁ ପଠାଯାଇଛି | ଏଆଇସିସି ଖୁବ ଶୀଘ୍ର ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ |

   Related Posts