ଟ୍ରେନରେ ଆରମ୍ଭ ହୋଇଥିଲା ମହିଳାଙ୍କ ପ୍ରସବ ପୀଡା : ଚଳନ୍ତା ଟ୍ରେନରେ ମହିଳାଙ୍କ ପ୍ରସବ କରାଇଥିଲେ ଟିଟିଇ

Published By : Prameya-News7 Bureau | June 14, 2019 IST

ଆପଣ ଟ୍ରେନରେ ଯାତ୍ରା କଲାବେଳେ ଟିଟିଇଙ୍କ ସମ୍ପର୍କରେ ଅନେକ କଥା ଶୁଣିଥିବେ । ଟିଟିଇ ଅଧିକାଂଶ ସମୟରେ ଟଙ୍କା ନେଇ ଟିକେଟ ବିକ୍ରି ଦେଇଥାନ୍ତି । ବେଳେବେଳେ ଯାତ୍ରୀଙ୍କ ସହ ଦୁର୍ବ୍ୟବହାର କରିଥିବା ଘଟଣା ମଧ୍ୟ ଶୁଣିଥିବେ । କିଛି ଟିଟିଇ ସମସ୍ୟାରେ ପଡିଥିବା ଯାତ୍ରୀଙ୍କୁ ସାହାଯ୍ୟ ମଧ୍ୟ କରିଥାନ୍ତି । ଏହିଭଳି ଏକ ଘଟଣା ଘଟିଛି ଟ୍ରେନରେ ଯାତ୍ରା କରୁଥିବା ଜଣେ ଗର୍ଭବତୀ ମହିଳାଙ୍କ ସହ । ଗର୍ଭବତୀ ମହିଳାଙ୍କ ପାଇଁ ଟିଟିଇ ଭଗବାନଙ୍କ ଠାରୁ କମ୍ ନଥିଲେ । ଟ୍ରେନରେ କୌଣସି ଡାକ୍ତର ନଥିବାବେଳେ ଗର୍ଭବତୀ ମହିଳାଙ୍କ ପ୍ରସବ କରାଇଥିଲେ ଜଣେ ଟିଟିଇ । ଟିଟିଇଙ୍କ ସାହାଯ୍ୟ ଫଳରେ ମହିଳା ଶିଶୁ ଜନ୍ମ ଦେଇଛନ୍ତି ।

{"id":122866}

ରେଳବାଇର ଦିଲ୍ଲୀ ଡିଭିଜନର ଟିଟିଇ ଏଚଏସ ରାଣା ରାତିରେ ଜାଣିବାକୁ ପାଇଥିଲେ ଯେ, ଟ୍ରେନରେ ଯାତ୍ରା କରୁଥିବା ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ପୀଡା ହେଉଛି । ମହିଳାଙ୍କୁ ତୁରନ୍ତ ଜଣେ ଡାକ୍ତର ଆବଶ୍ୟକ । ସେ ତୁରନ୍ତ ଟିକେଟ ତାଲିକା ବାହାରକରି ଖୋଜିଲେ କାଳେ ଟ୍ରେନରେ କୌଣସି ଡାକ୍ତର ଯାତ୍ରା କରୁଥିବେ, ତାହେଲେ ସେ ମହିଳାଙ୍କୁ ପ୍ରସବ କରାଇବାରେ ସାହାଯ୍ୟ କରିବେ । କିନ୍ତୁ ଟ୍ରେନରେ ସେତେବେଳେ କୌଣସି ଡାକ୍ତରଙ୍କୁ ସେ ପାଇନଥିଲେ । 

{"id":122867}

ଏପଟେ ମହିଳାଙ୍କ ପ୍ରସବ ପୀଡା ବଢ଼ିବାରେ ଲାଗିଛି । ଆଉ କିଛି ଉପାୟ ନପାଇ ସେ ନିଜେ ମହିଳାଙ୍କୁ ସାହାଯ୍ୟ କରିବେ ବୋଲି ମନସ୍ଥ କଲେ । ଟିଟିଇ ଏବଂ ଟ୍ରେନରେ ଯାତ୍ରା କରୁଥିବା ଆଉ କିଛି ଯାତ୍ରୀଙ୍କ ସହାୟତାରେ ମହିଳା ଏକ ସୁସ୍ଥ ଶିଶୁକୁ ସୁରକ୍ଷିତ ଭାବେ ଜନ୍ମ ଦେଇଥିଲେ । ଶିଶୁ ଜନ୍ମ ପରେ ପୁରା ଟ୍ରେନରେ ଖୁସିର ଲହରି ଖେଳି ଯାଇଥିଲା ।

ଟିଟିଇ ଏଚଏସ ରାଣାଙ୍କ ଏହି ମହାନ କାମ ପାଇଁ ରେଳ ମନ୍ତ୍ରାଳୟ ତାଙ୍କର ଖୁବ ପ୍ରଶଂସା କରିଛନ୍ତି । ରେଳ ମନ୍ତ୍ରାଳୟ ସୋସିଆଲ ମିଡ଼ିଆ ଜରିଆରେ ଟ୍ୱିଟରରେ ଟ୍ୱିଟ କରି କହିଛନ୍ତି ଯେ, ରାଣାଙ୍କ ମାନବିକତା ପାଇଁ ରେଳ ମନ୍ତ୍ରାଳୟ ଗର୍ବାନ୍ବିତ । ଅସୁବିଧା ସମୟରେ ସେ ଯେଉଁଭଳି ମହିଳାଙ୍କ ସାହାଯ୍ୟ କରିଛନ୍ତି ତାହା ପ୍ରଶଂସନୀୟ ।

{"id":122868}

ଟିଟିଇଙ୍କ ଏହି କାମ ପାଇଁ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କର ଖୁବ ପ୍ରଶଂସା ହେଉଛି । ସାଧାରଣତଃ ଖରାପ ବ୍ୟବହାର ପାଇଁ ରେଳବାଇ ସବୁବେଳେ ବଦନାମ ହୋଇଥାଏ । କିନ୍ତୁ ରାଣାଙ୍କ ଏହିଭଳି ଏକ କାମ ପାଇଁ ଭାରତୀୟ ରେଳବାଇ ପ୍ରତି ଲୋକଙ୍କ ମନରେ ସମ୍ମାନ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.