ଛେପ ପକାଇ ଟିଟିଇଙ୍କୁ ମାରିଦେଲେ: ଟିକେଟ୍ ଯାଞ୍ଚ ବେଳେ ମହିଳା ଟିକେଟ୍ କଲେକ୍ଟରଙ୍କ ଉପରେ ଛେପ ପକାଇଥିଲେ ଯାତ୍ରୀ, ତାପରେ ହୋଇଥିଲା କରୋନା

Published By : Prameya-News7 Bureau | May 12, 2020 IST

ଲଣ୍ଡନ, ୧୨|୦୫ :   ଲଣ୍ଡନର ଜଣେ ଟ୍ରେନ୍ ଟିକେଟ୍ କଲେକ୍ଟର ବା ଟିଟିଇ କରୋନା ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଜଣେ ଯାତ୍ରୀ ରାଗିଯାଇ ଟିକେଟ୍ କଲେକ୍ଟରଙ୍କ ଉପରେ ଛେପ ପକାଇବାରୁ ସେ କରୋନା ସଂକ୍ରମିତ ହୋଇଥିଲେ । ପ୍ରାଣ ହରାଇଥିବା ମହିଳା ଟିଟିଇ ହେଲେ ବେଲି ମୁଜିଙ୍ଗା । ତାଙ୍କୁ ମୃତ୍ୟୁବେଳକୁ ୪୭ ବର୍ଷ ବୟସ ହୋଇଥିଲା । ସେ ୧୩ ଦିନ ଧରି ମେଡିକାଲରେ ଚିକିତ୍ସିତ ହେବା ପରେ ଗତ ଏପ୍ରିଲ ୫ରେ ଜୀବନ ହାରିଥିଲେ ।

ଲଣ୍ଡନର ଭିକ୍ଟୋରିଆ ଷ୍ଟେସନରେ କାମ କରୁଥିବା ଏହି ମହିଳା ଟିଟିଇଜଣଙ୍କ ଜଣେ ଯାତ୍ରୀଙ୍କ ରୋଷର ଶିକାର ହୋଇଥିଲେ । ତେବେ ସେହି ଯାତ୍ରୀଙ୍କୁ ଚିହ୍ନଟ କରାଯାଇ ପାରିନାହିଁ । ଏଥିପାଇଁ ଆଉ ଜଣେ ମହିଳା ମଧ୍ୟ ସଂକ୍ରମିତ ହୋଇଥିଲେ ମଧ୍ୟ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବେଲିଙ୍କ ପରିବାର କହିଲେ ତାଙ୍କ ସ୍ୱାମୀ ଲୁଜାମ୍ବା ଓ ଝିଅ ଇଙ୍ଗ୍ରିଡ୍ । ଇଙ୍ଗ୍ରିଡ୍ କହିଛନ୍ତି ଯେ, ତାଙ୍କ ମାଆ ଶେଷ ଥର ପାଇଁ ବାର୍ନେଟ୍ ହସ୍ପିଟାଲରୁ ଭିଡିଓ କଲ୍ କରିଥିଲେ । ଏହାପରେ ସେ ଆଉ କଥା କହିପାରି ନଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା । ସ୍ୱାମୀ ଲୁଜାମ୍ବା କହିଛନ୍ତି ଯେ, ଏହା ତାଙ୍କ ପରିବାରରେ ଏକ ଅପୂରଣୀୟ କ୍ଷତି । ଭଲ ପାଉଥିବା ବ୍ୟକ୍ତିଙ୍କୁ ହରାଇଲେ ଅଧିକ କଷ୍ଟ ଲାଗେ । ସେ କେହି ଜଣେ ଯାତ୍ରୀଙ୍କ ଦ୍ୱାରା ଭାଇରସର ଶିକାର ହୋଇଥିଲେ । ଯାତ୍ରୀଜଣଙ୍କ ତାଙ୍କ ଉପରେ ଛେପ ପକାଇବାରୁ ଏହି ସଂକ୍ରମଣ ବ୍ୟାପିଥିଲା ।

ଦକ୍ଷିଣ ରେଳ ଷ୍ଟେସନର ପରିଚାଳନା ନିର୍ଦ୍ଦେଶକ ଆଙ୍ଗି୍ ଡୋଲ୍ କହିଛନ୍ତି ଯେ, ବେଲିଙ୍କ ମୃତ୍ୟୁ ଅଧିକ କଷ୍ଟ ଦେଇଛି । ସେ ଏହି ସଙ୍କଟ ସମୟରେ ମଧ୍ୟ ସେବା ଜାରି ରଖିଥିଲେ । ଏହାସହ ସେ ବେଲୀଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.