ଇଣ୍ଡୋନେସିଆ୧୫।୧୧ : ଇଣ୍ଡୋନେସିଆରେ ପୁଣି ସୁନାମୀ ଚେତାବନୀ ଜାରି କରାଯାଇଛି ।ଇଣ୍ଡୋନେସିଆର ଉତ୍ତର ମାଲୁକ ଅନ୍ତର୍ଗତ ତଟବତୀ ଅଞ୍ଚଳରେ ଗୁରୁବାର ରାତିରେ ଜୋରଦାର ଭୂକମ୍ପ ଝଟ୍କା ପରେ ସୁନାମୀ ଚେତାବନୀ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଇଣ୍ଡୋନେସିଆରେ ୭.୦୧ ତିବ୍ରତାର ଭୂକମ୍ପ ଝଟକା ପରେ ସ୍ଥାନୀୟଲୋକଙ୍କ ମନେରେ ଭୟ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ପଳାଇଯାଇଥିଲେ । ସୁଲାବେସୀ ଦ୍ବୀପରେ ମଧ୍ୟ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା । ଆମେରିକାର ଭୂତତ୍ତ୍ବ ବିଭାଗ ଅନୁସାରେ ଟରନେଟ ସହର ଉତ୍ତର-ପଶ୍ଚିମରୁ ୧୩୯କିମି ଦୂରରେ ଆସିଥିବା ଭୂକମ୍ପର ତିବ୍ରତା ୭.୦୧ ରହିଛି ।ସେପଟେ ଭାରତର ନିକୋବର ଦ୍ବୀପରେ ମଧ୍ୟ ଗୁରୁବାର ରାତି ୧୨.୦୧ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ ଭୂକମ୍ପର ତିବ୍ରତା ୫.୦୧ ରହିଥିଲା ।