କ୍ୟୁବାରେ ୭.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ, ଭୟଙ୍କର ସୁନାମୀ ଆଲର୍ଟ ଜାରି
29/01/2020 at 8:49 AM

କ୍ୟୁବା ୨୯।୧: ମଙ୍ଗଳବାର ଜାମାଇକା ଏବଂ ପୂର୍ବ କ୍ୟୁବା ମଝିରେ କାରବିୟାନ ସମୁଦ୍ରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତିବ୍ରତା ୭.୭ ରହିଛି । ଏହି ଭୂମିକମ୍ପ ଗତକାଲି ବିଳମ୍ବିତ ରାତିରେ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ମେସ୍କିକୋରୁ ଫ୍ଲୋରିଡା ଏବଂ ତା ଆଗକୁ ବିସ୍ତୀର୍ଣ୍ଣ ଭୂଭାଗକୁ ଦୋହଲାଇ ଦେଇଛି । ଭୂମିକମ୍ପ ଫଳରେ ମୃତାହତର କୌଣସି ସୂଚନା ନାହିଁ । କୌଣସି କ୍ଷୟକ୍ଷତିର ମଧ୍ୟ ସୂଚନା ମିଳିନାହିଁ ।
ଆମେରିକା ଭୂବୈଜ୍ଞାନିକ ସର୍ବେକ୍ଷଣ ଅନୁସାରେ ଭୂମିକମ୍ପ ମୋଟେଗୋ ସାଗର ଏବଂ ଜମାଇକାରୁ ୧୪୦ କିଲୋମିଟର ଉତ୍ତର-ପଶ୍ଚିମ ଏବଂ କ୍ୟୁବାରୁ ୧୪୦ କିଲୋମିଟର ପଶ୍ଚିମ-ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇଛି । ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ସଂଗଠତି ହୋଇଛି ।
ତୀବ୍ର ଭୂମିକମ୍ପ ଅନୁଭୂତ ହେବା ପରେ ଆମେରିକାର ବୈଜ୍ଞାନିକ କ୍ୟୁବା ଏବଂ ଜମାଇକାର ଉପକୂଳ ଅଞ୍ଚଳରେ ଭୟଙ୍କର ସୁନାମି ଆସିବା ନେଇ ଆଶଙ୍କା କରୁଛନ୍ତି ।
ଭୂମିକମ୍ପ ଅନୁଭୂତ ହେବା ସମୟରେ ଲୋକମାନେ ଭୟରେ ଘର ବାହାରକୁ ଚାଲିଆସିଥିଲେ । କିଛି ସମୟ ପରେ ସେମାନେ ଘରକୁ ଫେରିଛନ୍ତି । ଏହାପରେ ଲୋକମାନେ ଭୂମିକମ୍ପ ବେଳର ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ।