ଚୀନ୍‌କୁ ତାଇୱାନ୍‌ର ଧମକ: ଆକ୍ରମଣ କଲେ ଭୋଗିବ ବେଜିଂ

Published By : Prameya-News7 Bureau | January 15, 2020 IST

 ତାଇପେଇ ୧୫/୦୧- ଯୁଦ୍ଧ ଓ ଉତ୍ତେଜନାରୁ ମୁକ୍ତ ହୋଇପାରୁନି ବିଶ୍ୱ । ଇରାନ- ଆମେରିକା ବିବାଦ ଥମିନି। ଏପଟେ ଆଉ ଏକ ବୃହତ ଶକ୍ତି ଚୀନ୍‌ର ମନମାନିକୁ ବିରୋଧ । ଦକ୍ଷିଣ ଚୀନ ସାଗରରେ ପ୍ରଭାବ ବିସ୍ତାରକୁ ନେଇ ପଡୋଶୀ ରାଷ୍ଟ୍ରଙ୍କ ସହ ତିକ୍ତତା ପରେ ବି ଚୀନ୍‌ର ଆକ୍ରାମକ ମନୋଭାବରେ ଚେକ୍ ଲାଗୁନି । କାରଣ ଚୀନ୍‌ର ଏପରି ଆଭିମୁଖ୍ୟ ବିରୋଧରେ ଗର୍ଜନ କରିଛି ତାଇୱାନ । ଚୀନ୍‌କୁ ଚେତାଇ ଦେଇଛନ୍ତି ତାଇାୱାନ ରାଷ୍ଟ୍ରପତି ସାଇ ଇଙ୍ଗ ୱେନ୍ । କହିଛନ୍ତି, ଚୀନ୍ ତାଇୱାନ ଉପରେ କୌଣସି ପ୍ରକାର ଆକ୍ରମଣ  କଲେ, ତାହା ବେଜିଂକୁ  ବହୁତ ମହଙ୍ଗା ପଡିବ ।

 ସ୍ୱୟଂଶାସିତ ଦୀପ ତାଇୱାନ ଉପରେ ରହିଛି ଚୀନ୍‌ର ଆଖି । ଏହି ଦୀପକୁ ନିଜ ଅକ୍ତିୟାରକୁ ନେବାକୁ ତଥା  ସେଠାରେ ନିଜର ପ୍ରଭାବ ଜାହିର କରିବାକୁ ବେଜିଂ ଉଦ୍ୟମ କରିଆସୁଛି। କିନ୍ତୁ ସେଥିରେ କଣ୍ଟା ହୋଇଛି ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ ୱେନ୍‌ଙ୍କ ଲଗାତର ବିଜୟ । ରେକର୍ଡ ୮.୨ ନିୟୁତ ଭୋଟ ସହ ସାଇ ଇଙ୍ଗ ୱେନ୍ ତାଇୱାନରେ ପୁଣି କ୍ଷମତାକୁ ଫେରିଛନ୍ତି ।ଏହା ଚୀନ୍‌ର ଯୋଜନାକୁ ଦେଇଛି ଝଟକା ।

 ଚୀନ ସରକାର ତାଇୱାନକୁ ତାଙ୍କର “ ୱାନ ଚାଇନା”  ନୀତିରେ ସାମିଲ କରିବାକୁ ଚାହୁଁଥିବା ବେଳେ ତାଇୱାନ ନେତ୍ରୀ ସାଇ ଏବଂ ତାଙ୍କ ଦଳ କ୍ଷମତାକୁ ନ ଫେରିବା ଚାହୁଁଥିଲେ । ସେଥିଲାଗି  ଚାନ୍‌ର ନୀତି ଏବଂ କାର୍ଯ୍ୟ ବି ବେଶ୍ ସ୍ପଷ୍ଟ । କିନ୍ତୁ ତାହା ଫେଲ ମାରିଲା ।  ତେବେ ତାଇୱାନ୍‌କୁ ନିଜର ଅଞ୍ଚଳ ବୋଲି ଦାବି କରିଆସୁଥିବା ଗୋଟିଏ ଦିନରେ ସେନା ପଠାଇ ତାଇାନ ଦଖଲ କରିବାର ଧମକ ଦେଇସାରିଛି । ଯଦି ତାଇୱାନ ତାର ସ୍ୱାଧୀନତା ଘୋଷଣା କରିବ , ତେବେ ସାମରିକ ଅଭିଯାନ ସହ ସ୍ୱୟଂଶାସିତ ଦୀପଟିକୁ ଅଧିକାର କରିବ ବୋଲି କହିସାରିଛି ଚୀନ୍। ତେବେ ଶନିବାର ବିଜୟ ପରେ ସାଇ ଇଙ୍ଗ ୱେନ ବିବିସିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ତାଇୱାନ ସ୍ୱାଧିନତା ଘୋଷଣା କରିବାକୁ ଚାହେଁ ନାହିଁ । କାରଣ ସ୍ୱୟଂଶାସିତ ଏହି ଦୀପ ନିଜ ଶାସନରେ ଚାଲୁଥିବାରୁ ତାହାର ଆବଶ୍ୟକତା ହି ନାହିଁ ।

 ଆଧୁନୀକ ତାଇୱାନ ଚୀନ୍ର ମୁଖ୍ୟ ଭୂଖଣ୍ଡରୁ ୭୦ ବର୍ଷ ହେବ ଅଲଗା ହୋଇ  ନିଜ ଶାସନରେ ରହିଛି । ତେଣୁ ଆମେ ଆଗରୁ ସ୍ୱାଧୀନ ଏବଂ ଆମେ ନିଜକୁ ରିପବ୍ଲିକ ଅଫ ଚାଇନା ତାଇୱାନ ଘୋଷଣା କରୁ ବୋଲି କହିଛନ୍ତି ତାଇୱାନ ରାଷ୍ଟ୍ରପତି ସାଇ ।  ତେବେ ୧୯୪୯ ଗୃହ ଯୁଦ୍ଦରେ କମ୍ୟୁନିଷ୍ଟ ଚୀନ୍ଠାରୁ ପରୀଜୀତ ହୋଇଥିଲେ ତାଇୱାନର ଜାତୀୟତାବାଦୀ । ଯଦିଓ ୧୯୮୦ ରୁ ଏହା ଏସୀଆର ଅନ୍ୟତମ ବିକାଶଶୀଳ  ଅଞ୍ଚଳଭାବେ ଖ୍ୟାତ । କିନ୍ତୁ ମାତ୍ର ଅଳ୍ପ କିଛି ଦେଶ ତାଇୱାନକୁ କୂଟନୈତୀକ ସ୍ୱୀକୃତି ଦେଉଥିବବେଳେ ଅନେକ ଏହାକୁ ଚୀନଅଧିନ ମନେକରନ୍ତି ।

ନିକଟରେ ଶେଷ ହୋଇଥିବା ନିର୍ବାଚନରେ ତାଇୱାନ ବାସୀ  ଚୀନର ଶାସନାଧିନ ହେବା ବିରୋଧରେ ହିଁ ମତ ରଖିଛନ୍ତି। ଏନେଇ କ୍ଷୁବ୍ଧ ଚୀନ୍ କ୍ରୋଦ୍ଧକୁ ଚାପି ରାଷ୍ଟ୍ରପତି ସାଇ ଇଙ୍ଗ ୱେନ୍‌ଙ୍କୁ ଶୁଭେଚ୍ଛା ଜଣାଇଥିଲେ ବି ସ୍ୱାଧୀନତା  ଚିନ୍ତାଧାରା ଏଂବ ପଦକ୍ଷେପ ଆଡକୁ ନଯିବାକୁ ଚେତାଇ ଦେଇଛି । ଏହାକୁ ଗ୍ରହଣ କରିପାରିନନାହନ୍ତି  ସାଇ । କହିଛନ୍ତି ଆମେ ସ୍ଥିତା ବସ୍ଥା ବଜାୟ ରଖିବାକୁ ଚାହୁଁ । ଚୀନ୍ ସହ ଶାନ୍ତିପୂର୍ଣ୍ଣ ସଂପର୍କ ବି ଚାହୁଁ । କିନ୍ତୁ ଆମେ ଚୀନ୍ର କୌଣସି ଆକ୍ରମଣକୁ ବରଦାସ୍ତ କରିବୁନାହିଁ । ସେପଟେ ସାଇଙ୍କ ବିରୋଧିମାନେ ବେଜିଂ ସହ କୌଣସି ପ୍ରକାର ମୁକାବିଲା ମନୋଭାବକୁ ନାପସନ୍ଦ କରୁଛନ୍ତି । କିନ୍ତୁ ରାଷ୍ଟ୍ରପତି ସାଇ ଇଙ୍ଗ ୱେନ୍ ନିଜ ଦଳରେ ବି  ଚୀନ ସପକ୍ଷବାଦୀ ତତ୍ତ୍ୱଙ୍କୁ ଗ୍ରହଣ କରିନାହାନ୍ତି । ବୁଧବାର ବିବିସିରେ ପ୍ରସାରିତ ସାକ୍ଷାତକାରରେ ସାଇ ଇଙ୍ଗ ୱେନ୍ କିନ୍ତୁ ଚୀନ୍‌କୁ କଡା ଜବାବ ଦେଇ ଆଲୋଡନ ସୃଷ୍ଟି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.