Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବେକ ପଡୁଛି କି କଳା ,ଆପଣାନ୍ତୁ ଏହି ଉପାୟ ଦେଖାଯିବ ଉଜ୍ୱଳ ଗୋରା

27/08/2019 at 5:26 PM

ମୁହଁ ଗୋରା ଦେଖାଯିବା ପାଇଁ ଲୋକମାନେ ଅନେକ କିଛି କରିଥାଆନ୍ତି । ମୁହଁରେ କ୍ରିମ୍‌ ସହ ବିଭିନ୍ନ ପ୍ରକାରର ମେକ୍‌ଅପ୍‌ ସାମଗ୍ରୀ ଲଗାଇ ଥାଆନ୍ତି । ମାତ୍ର ସେମାନେ ଏହି ସମୟରେ ବେକ ବା ଗର୍ଦନ କଥା ଭୁଲି ଯାଆନ୍ତି ।ଏଥିପାଇଁ ମୁହଁ ଓ ବେକର ରଙ୍ଗ ଅଲଗା ଦେଖା ଯାଇଥାଏ ।

ନିଜର ବ୍ୟୁଟି ରୁଟିନ୍‌ରେ ଆପଣ କ୍ଲିଂଜିଂଙ୍ଗ , ସ୍କ୍ରବିଂ, ଟୋନିଂ କରୁଥିବେ । ମାତ୍ର ଏହା ସବୁ କେବଳ ମୁହଁ ପାଇଁ କରିଥାଆନ୍ତି । ମାତ୍ର କିଛି ଖର୍ଚ୍ଚ ନକରି ଆପଣଙ୍କ ବ୍ୟୁଟି ପ୍ରଡକ୍ଟକୁ ନିଜ ମୁହଁରୁ ତଳକୁ ଲଗାନ୍ତୁ । ଅଳ୍ପ ଟିକିଏ ଦେଖାଶୁଣା କଲେ ବେକ ବି ମୁହଁ ପରି ଉଜ୍ୱଳ ଦେଖାଯିବ ।

ଅଳ୍ପ ବୟସରୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ ।
ଶରୀରର ଅନ୍ୟ ଅଂଶ ଅପେକ୍ଷା ବେକ ଟିକିଏ ଅଲଗା । ଏଥିପାଇଁ ଏଥିରେ ଶୀଘ୍ର କୁଞ୍ଚନ ବା wrinkles ଆସିଥାଏ । ଚର୍ମ ବିଶେଷଜ୍ଞଙ୍କ ଅନୁସାରେ ଏହା ଅନ୍ୟ ଅଂଶ ଅପେକ୍ଷ ପତଳା ଥିବାରୁ ଏଥିରେ ଅଧିକ ମାତ୍ରାରେ କୋଲେଜନ୍‌ ନ ଥାଏ । ଏଥିପାଇଁ ଏଥିରେ କୁ଼ଞ୍ଚନ ଶୀଘ୍ର ଆସିଥାଏ ।ମାଂସ ବି ଲଟକିବା ଆରମ୍ଭ କରେ । ଏଥିପାଇଁ ଅଳ୍ପ ବୟସରୁ ବେକର ଦେଖାଶୁଣା କରିବା ଆବଶ୍ୟକ ।

ବ୍ୟାୟାମ କରିବା ଆବଶ୍ୟକ
ବେକର ମାଂସପେଶୀକୁ ଭଲ ରଖିବା ପାଇଁ ଅଳ୍ପ ଶାରିରୀକ ପରିଶ୍ରମ ସହ ବ୍ୟାୟାମ କରିବା ଆବଶ୍ୟକ । ଏହି ବ୍ୟାୟାମ ଆପଣଙ୍କୁ ଅନେକ ମାତ୍ରାରେ ସାହାଯ୍ୟ କରିପାରେ । ଏଥିପାଇଁ ଥିବା କେତକ ସ୍ୱତନ୍ତ୍ର ଯୋଗାସନ କରିବା ଆବଶ୍ୟକ । ଧୀରେ ଧୀରେ ଗର୍ଦନକୁ ଆଗପଛ ଓ ଡାହାଣ ବାମ ପଟକୁ କରନ୍ତୁ । ଭୁଲ୍‌ ଭାବରେ ଏହା କରନ୍ତୁ ନାହିଁ ଏହା ବେକକୁ ଝଟକା ଦେଇ ପାରେ । ଧୀରେ ଧୀରେ କରନ୍ତୁ ।

ମେକ୍‌ଅପ୍‌ ଭୁଲନ୍ତୁ ନାହିଁ

ବେକରେ ମେକ୍‌ଅପ୍‌ କରିବା ପାଇଁ ଭୁଲନ୍ତୁ ନାହିଁ । ଆପଣ ବେକ ଉପରେ ଫାଉଣ୍ଡେସନ୍‌ ଲଗାଇ ପାରିବେ । ଏଥିରେ ଆପଣଙ୍କ ମୁହଁ ଓ ବେକର ରଙ୍ଗ ଅଲଗା ଦେଖାଯିବନି । କୌଣସି କ୍ରିମ ଲଗାଉଥିଲେ ବେକରେ ବି ଲଗାନ୍ତୁ , ବିବି କିମ୍ବା ସିସି କ୍ରିମ ଲଗାଉଥିଲେ ଅଳ୍ପ ପରିମାଣରେ ବେକରେ ଲଗାନ୍ତୁ । ମେକ୍‌ଲଗାଇବା ପରେ ଏହାକୁ ଛଡାଇବାକୁ ବି ପଡିଥା ଏ । ବେକରୁ ବି ମେକ୍‌ଅପ୍‌ ଛଡାଇ ଦିଅନ୍ତୁ ।

ବ୍ୟଟି ରୁଟିନ୍‌ରେ ଏହାକୁ ସାମିଲ୍‌ କରନ୍ତୁ
ବ୍ୟୁଟି ରୁଟିନ୍‌ରେ ବେକର କ୍ଲିଂଜିଂଙ୍ଗ , ସ୍କ୍ରବିଂ, ଟୋନିଂ ମଇଶ୍ଚରାଜିଂ କରନ୍ତୁ । ବଜାରରେ ଏବେ ବେକ ପାଇଁ ବି ବ୍ୟୁଟି ପ୍ରଡକ୍ଟ ମିଳୁଛି ।


ବେକ କଳା ପଡିବା ନାହିଁ
ବେକ କଳା ପଡିବା ଏକ ସାଧାରଣ ସମସ୍ୟା । ଏଥିପାଇଁ ଅନେକ କାରଣ ରହିଛି ।ହରମୋନ୍‌ ଅସନ୍ତୁଳନ ବି ଏକ କାରଣ । ଅଧିକ ଖରା ପଡିଲେ ବି ବେକ କଳା ପଡିଥାଏ । କେତ ଧାତୁର ଅଳଙ୍କାର ବି ବେକ କଳା ପକାଇଥାଏ । ପ୍ରଦୁଷଣ ଓ ଅନ୍ୟ ଚର୍ମ ରୋଗ ଯୋଗୁଁ ବେକ କଳା ପଡେ । ଏଥିପାଇଁ ଆପଣଙ୍କୁ ଚର୍ମରୋଗ ବିଶେଷଜ୍ଞଙ୍କୁ ଦେଖାଇବାକୁ ପଡିବ ।

ତରଭୂଜ ଓ ମହୁ ବେକ ଉପରେ ମିଶାଇ କରି ମାଲିସ କଲେ ଏଥିରୁ ଲାଭ ମିଳିବ । ଭିଟାମିନ୍‌ ଇ କ୍ରିମ ଲଗାଇଲେ ଅନେକ ଫାଇଦା ମିଳିଥାଏ । ଦୁଧରେ କେଶର ପକାଇ ଲଗାଇଲେ ଲାଭ ମିଳିଥାଏ ।
ହଳଦୀ ଓ ଗୋଲାପ ଜଳ ମିଶାଇ କରି ଲଗାନ୍ତୁ ।

   Related Posts