ସକାଳୁ ଉଠି କରନ୍ତୁ ଏହି ୫ଟି କାମ : ୧୦ ଦିନରେ କମିଯିବ ଓଜନ

Published By : Prameya-News7 Bureau | February 02, 2020 IST

ବର୍ଦ୍ଧିତ ଓଜନ ସମସ୍ତଙ୍କୁ ଚିନ୍ତାରେ ପକାଇଥାଏ। ମେଦବହୁଳତା ଯୋଗୁଁ ଶରୀରରେ ଅନେକ ପ୍ରକାରର ରୋଗ ଦେଖା ଯାଇଥାଏ। ଓଜନ କମ୍ କରିବା ପାଇଁ ଲୋକେ ପାଣି ଭଳି ଟଙ୍କା ଖର୍ଚ୍ଚ କରିବାକୁ ସବୁବେଳେ ପ୍ରସ୍ତୁତ ରହିଥାଆନ୍ତି। ଡାୟେଟ ଫଲୋ କରିବା ହେଉ କିମ୍ବା ଜିମ୍ ଯିବା,ଓଜନ କମ୍ କରିବା ପାଇଁ ଲୋକେ ସବୁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି।

{"id":219110,"sizeSlug":"large"}

ଅନେକ ଥର ବହୁତ ପ୍ରଚେଷ୍ଟା ପରେ ମଧ୍ୟ ଓଜନ କମ୍ ହୋଇପାରେ ନାହିଁ ଏବଂ ଲୋକେ ନିରାଶ ହୋଇଯାଆନ୍ତି। ଯଦି ଆପଣ ପ୍ରକୃତରେ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିଜର ହେଲଦି ଡାୟେଟ ଏବଂ ବ୍ୟାୟାମ ବ୍ୟତୀତ ନିଜ ଜୀବନଶୈଳୀରେ ମଧ୍ୟ ଅନେକ ପ୍ରକାରର ପରିବର୍ତ୍ତନ କରିବାକୁ ପଡ଼ିବ।

{"id":219111,"sizeSlug":"large"}

ହେଲଦି ଡାୟେଟ୍ ପାଇଁ ଆପଣଙ୍କୁ ପ୍ରୋଟିନ୍,ଫାଇବର ଏବଂ ସମସ୍ତ ପ୍ରକାରର ନ୍ୟୁଟ୍ରିଲଣ୍ଟସ୍ ନିଜ ଖାଦ୍ୟରେ ସାମିଲ କରିବାକୁ ପଡ଼ିବ। ତେବେ ସକାଳୁ ଉଠି ଏହି ୫ଟି କାମ କରିବା ଦ୍ବାରା ସହଜରେ ଓଜନ କମ୍ କରାଯାଇ ପାରିବ।

{"id":219112,"sizeSlug":"large"}

ସକାଳୁ ଉଠି ନଖ ଉଷୁମ ପାଣି ପିଅନ୍ତୁ। ସକାଳେ ନଖ ଉଷୁମ ପାଣି ପିଇବା ଦ୍ବାରା ପାଚନ କ୍ରିୟା ଠିକ୍ ରହିଥାଏ। ନଖ ଉଷୁମ ପାଣି ପିଇବା ଦ୍ବାରା ମେଟାବଲିଜମ୍ ବଢ଼ିଥାଏ ଯାହା ଫଳରେ ଶରୀରର ଅତ୍ୟଧିକ ମେଦ କମ୍ କରିବାରେ ସାହାଯ୍ୟ କରିଥାଏ ଏବଂ ଆପଣ ଫିଟ୍ ରହିଥାଆନ୍ତି। ଆପଣ ଚାହିଁଲେ ନଖ ଉଷୁମ ପାଣି​‌ରେ ଲେମ୍ବୁ ଏବଂ ମହୁ ମିଶାଇ ପିଇ ପାରିବେ। ଏହା ବ୍ୟତୀତ ଆପଣ ଚାହିଁଲେ ସକାଳେ ହର୍ବାଲ୍ ଟି ପିଇ ପାରିବେ।

{"id":219114,"sizeSlug":"large"}

ଆପଣଙ୍କୁ ପ୍ରତି ଦିନ ସକାଳୁ ସୂର୍ଯ୍ୟାଲୋକରେ ଅତିକମରେ ୨୦ମିନିଟ୍ ଓ୍ବାକ୍ କରିବାକୁ ପଡ଼ିବ। ଫଳରେ ଓଜନ କମ୍ ହୋଇଥାଏ। ଯେଉଁ ବ୍ୟକ୍ତିଙ୍କଠାରେ ଭିଟାମିନ୍ ଡି ର ଅଭାବ ଥାଏ ତାଙ୍କ ଓଜନ ଶୀଘ୍ର ବଢ଼ିବାକୁ ଲାଗିଥାଏ।

{"id":219113,"sizeSlug":"large"}

ଉପଯୁକ୍ତ ଜଳଖିଆରୁ ନିଜ ଦିନର ଆରମ୍ଭ କରନ୍ତୁ। ନିଜ ବ୍ରେକଫାଷ୍ଟରେ ସୋୟା,ବିନ୍ସ,ସ୍ପ୍ରାଉଟ୍ସ,କଟେଡ ଚିଜ,ୟୋଗାର୍ଟ,ଅଣ୍ଡାକୁ ମଧ୍ୟ ଆପଣ ସାମିଲ କରି ପାରିବେ।

{"id":219115,"sizeSlug":"large"}

ଯେତେବେଳ ଯାଏଁ ଆପଣ ନିଜ ଲକ୍ଷ୍ୟକୁ ନେଇ ଗମ୍ଭୀର ନହେବେ ସେତେବେଳ ଯାଏଁ ଆପଣ ତାକୁ ପାଇପାରିବେ ନାହିଁ। ଆପଣ କ’ଣ ଖାଉଛନ୍ତି,କେତେ ଖାଉଛନ୍ତି ଏପରିକି ଆପଣ ଖାଇବାବେଳେ କ’ଣ ଭାବୁଛନ୍ତି ଏସବୁର ପ୍ରଭାବ ଆପଣଙ୍କ ଶରୀର ଉପରେ ପ୍ରଭାବ ପଡ଼ିଥାଏ।

{"id":219116,"sizeSlug":"large"}

ପ୍ରତିଦିନ ଯୋଗ କରିବା ଦ୍ବାରା ଶରୀର ଏବଂ ମନ ଚିନ୍ତାମୁକ୍ତ ରହିଥାଏ ଏବଂ ଏହା ଯୋଗୁଁ ଓଜନ ସହଜରେ କମି ଯାଇଥାଏ।

{"id":219117,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.