ସାଧାରଣ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସାମ୍ନାକୁ ଆସିଲା କେନ୍ଦ୍ର ସରକାରଙ୍କ ସତ : କମିସନ ଦେଇଥିଲେ ଆର୍ଥିକ ପ୍ୟାକେଜ ପ୍ରସ୍ତାବ, କିନ୍ତୁ ମୋଦି କଲେ ସଂରକ୍ଷଣ ଘୋଷଣା

Published By : Prameya-News7 Bureau | January 13, 2019 IST

ଦିଲ୍ଲୀ ୧୩/୧ : ଗରିବ ସାଧାରଣ ବର୍ଗଙ୍କ ସଂରକ୍ଷଣକୁ ନେଇ ମୋଦି ସରକାର ମିଛ କହିଛନ୍ତି କି ? ରାଜ୍ୟସଭାରେ ୧୨୪ ତମ ସମ୍ବିଧାନ ସଂଶୋଧନ ବିଲ ଜାନୁଆରୀ ୯ ତାରିଖରେ ପାସ କରାଯାଇଥିଲା | ବିଲ ପାସ ହେବା ପୂର୍ବରୁ କେନ୍ଦ୍ର ସରକାର କହିଥିଲେ ଯେ, ସିଂହ୍ନା କମିଶନ ଗରିବ ସାଧାରଣ ବର୍ଗଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ପରାମର୍ଶ ଦେଇଥିଲା |ସୂଚନାଯୋଗ୍ୟ ଯେ,  ୟୁପିଏର ଶାସନ କାଳରେ ମେଜର ଜେନେରାଲ ଏସ ଆର ସିହ୍ନାଙ୍କ ଅଧ୍ୟକ୍ଷତାରେ ୩ ସଦସ୍ୟ ବିଶିଷ୍ଟ କମିଶନ ଗଠନ କରାଯାଇଥିଲା |

୨୦୧୦ ମସିହା ଜୁଲାଇ ମାସରେ କମିଶନ ରିପୋର୍ଟ ଦେଇଥିଲା | କମିଶନର ସାମ୍ବିଧାନିକ ଓ ଆଇନ ଅନୁଯାୟୀ ପଛୁଆ ବର୍ଗର ରୋଜଗାର ଏବଂ ଶିକ୍ଷା ସଂସ୍ଥାରେ ଦାଖଲ ପାଇଁ ଆର୍ଥିକ ସହାୟତା ବା ସଂରକ୍ଷଣ କରାଯାଇପାରିବ ନାହିଁ | ସରକାର କେବଳ କଲ୍ୟାଣକାରୀ ଯୋଜନାମାନଙ୍କ ପାଇଁ ପଛୁଆ ବର୍ଗଙ୍କୁ ଚିହ୍ନଟ କରିବ | ସିହ୍ନା କମିଶନ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବା ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା  କରିବା ନେଇ ବିଚାର କରିବା ଆବଶ୍ୟକ |

ପ୍ରଥମତଃ, ଆର୍ଥିକ ସ୍ୱଚ୍ଛଳତା ସହ ସାମାଜିକ ଏବଂ ଶିକ୍ଷା ବ୍ୟବସ୍ଥାରେ ସଂରକ୍ଷଣ ବ୍ୟବସ୍ଥା ଜରୁରୀ | ଦ୍ୱିତୀୟତଃ, ସଂରକ୍ଷଣରେ ୫୦ ପ୍ରତିଶତ କୋଟାରୁ ଉପରକୁ ଯିବା ପାଇଁ ସମ୍ବିଧାନ ସଂଶୋଧନ କିମ୍ବା ସୁପ୍ରିମକୋର୍ଟ ତରଫରୁ ଅନୁମତି ମିଳିବା ଦରକାର | ଶେଷ ବାକ୍ୟରେ ଏହାକୁ ଦୋହରା ଯାଇଛି ଯେ, " ଭାରତୀୟ ସନ୍ଦର୍ଭରେ ସଂରକ୍ଷଣ ସାମାଜିକ ଏବଂ ଶିକ୍ଷା ବ୍ୟବସ୍ଥା ପିଛୁଆ ବର୍ଗଙ୍କ ପାଇଁ ସକାରାତ୍ମକ ବ୍ୟବସ୍ଥା | " କମିଶନ ସାଧାରଣ ବର୍ଗର ଆର୍ଥିକ ବ୍ୟବସ୍ଥା ଭଲ ନଥିବା ୫.୮୫ କୋଟି ଲୋକଙ୍କ ପାଇଁ ୧୦ ହଜାର କୋଟି ଟଙ୍କାର ପେକେଜ ଯୋଗେଇ ଦେବାପାଇଁ ପରାମର୍ଶ ଦେଇଥିଲେ | କିନ୍ତୁ ସାଧାରଣ ବର୍ଗର ଗରିବଙ୍କୁ ସଂରକ୍ଷଣ ପାଇଁ ସିହ୍ନା କମିଶନର କିଛି କହିନଥିଲେ| କମିଶନର ରିପୋର୍ଟରେ ଗରିବଙ୍କ ପାଇଁ କଲ୍ୟାଣକାରୀ ଯୋଜନାଗୁଡିକୁ ଲାଗୁ କରିବା ନେଇ କହିଥିବାବେଳେ ସିହ୍ନା କମିସନ ଆଳରେ ମୋଦି ଏହି ଦଶ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.