Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଅଯୋଧ୍ୟାରେ ବାବରି ମସ୍‌ଜିଦ ଭଳି ତିଆରି ହେବ ନୂଆ ମସ୍‌ଜିଦ: ଟ୍ରଷ୍ଟ

5/09/2020 at 10:34 PM

ଅଯୋଧ୍ୟା ୦୫/୦୯: ସୁନ୍ନି ଓାକଫ୍ ବୋର୍ଡ ଦ୍ବାରା ଗଠିତ ଟ୍ରଷ୍ଟ ଅଯୋଧ୍ୟାର ଧନ୍ନିପୁରରେ ବାବରି ମସ୍‌ଜିଦ ଆକାରର ମସଜିଦ୍‌ ତିଆରି କରିବ । ଏହି ମସଜିଦ ପରିସରରେ ହସ୍ପିଟାଲ, ପାଠାଗାର, ମ୍ୟୁଜିୟମ ଆଦି ନିର୍ମାଣ ହେବ। ଏନେଇ ଟ୍ରଷ୍ଟର ଜଣେ ଉଚ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।

ଇଣ୍ଡୋ ଇସଲାମିକ୍‌ କଲଚର୍‌ ପାଉଣ୍ଡେସନର ସଚିବ  ତଥା ପ୍ରବକ୍ତା ଅତହର ହୁସେନ କହିଛନ୍ତି, ‘ଧନ୍ନିପୁରରେ ଯେଉଁ ମସ୍‌ଜିଦ୍‌ ତିଆରି ହେବ ତାହା ପରିସରରେ ଲୋକଙ୍କ ପାଇଁ ହସ୍ପିଟାଲ, ମ୍ୟୁଜିୟମ ଆଦି ସୁବିଧା ଉପଲବ୍ଧ ହେବ । ୧୫ ହଜାର ବର୍ଗଫୁଟ ଅଞ୍ଚଳରେ ମସ୍‌ଜିଦ ନିର୍ମାଣ ହେବାକୁ ଥିବା ବେଳେ ବାକି ଅଞ୍ଚଳରେ ଏହିସବୁ ସୁବିଧା କରାଯିବ। ଶୁକ୍ରବାର ଅବସରପ୍ରାପ୍ତ ପ୍ରଫେସର ପୁଷ୍ପେଶ ପନ୍ତ ମ୍ୟୁଜିୟମ୍‌ର କ୍ୟୁରେଟର ହେବାକୁ ସହମତି ପ୍ରକାଶ କରିଛନ୍ତି ।’ ଏହାସହ ସେ କହିଛନ୍ତି ଜାମିଆ ମିଲିୟା ଇସ୍ଲାମିଆ ପ୍ରଫେସର ଏସ୍‌.ଏମ ଅଖତର ଏହି ପରିଯୋଜନାର ପରାମର୍ଶଦାତା ରହିବେ।

ରାଜ୍ୟ ସରକାର ଧନ୍ନିପୁରରେ ମସ୍‌ଜିଦ ପାଇଁ ୫ ଏକର ଜମି ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କ୍ରମେ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ୍‌ ବୋର୍ଡକୁ ମସ୍ଜିଦ ନିର୍ମାଣ ପାଇଁ ଏହି ୫ ଏକର ଜମି ଦିଆଯାଇଛି। ଅଖତରଙ୍କ ଅନୁସାରେ ମସ୍‌ଜିଦ ପରିସର ପୁରା ଭାରତୀୟତା ପୂର୍ଣ୍ଣ ହେବା ସହ ଇସ୍‌ଲାମ ଭାବନା ସହ ଜଡ଼ିତ ରହିବ। ମାନବଜାତିର ସେବା ଉଦେଶ୍ୟରେ ଏହାର ପରିସରକୁ ସଜାଯିବ ବୋଲି ଅଖତର କହିଛନ୍ତି ।  

   Related Posts