ସିରିଡି ସାଇକୃପା ଟ୍ରଷ୍ଟ ପକ୍ଷରୁ କରୋନା ମୁକାବିଲା ପାଇଁ ସହାୟତା

Published By : Prameya-News7 Bureau | April 23, 2020 IST

ସାଲେପୁର ୨୩।୦୪ : କରୋନା ପରି ମହାମାରୀର ମୁକାବିଲା ପାଇଁ ସରକାର ସାଧାରଣ ଲୋକଙ୍କୁ ସହାୟତା ପାଇଁ ଆହ୍ୱାନ ଦେଇଥିବା ବେଳେ ବିଭିନ୍ନ ବର୍ଗର ଲୋକମାନେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ସାଲେପୁର ପାଗା ଠାରେ ଥିବା ସିରିଡିସାଇକୃପା ଟ୍ରଷ୍ଟ ପକ୍ଷରୁ ସଭାପତି ଦିଲ୍ଲୀପ ଦାସ ମାନ୍ୟବର ଓଡ଼ିଶାର ରାଜ୍ୟପାଳ ମହୋଦୟଙ୍କ ଜରିଆରେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫୦ହଜାର ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧ଲକ୍ଷ ଟଙ୍କା ମୁଖ୍ୟ ଶାସନ ସଚିବ ଙ୍କୁ ଜରିଆରେ ପ୍ରଦାନ କରିଛନ୍ତି। ଏ ନେଇ ମହାମହିମ ରାଜ୍ୟପାଳ ପ୍ରଶଂସା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.