Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଶ୍ରୀ ରାମ ମନ୍ଦିର ଜମି ବିବାଦରେ ନୂଆ ଖୁଲାସା : ସମାନ ଦିନ ୮ କୋଟି ଦେଇ ଆଉ ଏକ ଜମି କିଣିଥିଲା ଟ୍ରଷ୍ଟ

17/06/2021 at 11:31 AM

ଅଯୋଧ୍ୟା,୧୭/୬ :   ଅଯୋଧ୍ୟାରେ ଶ୍ରୀ ରାମମନ୍ଦିର ଟ୍ରଷ୍ଟ ଦ୍ୱାରା କ୍ରୟ ହୋଇଥିବା ଜମିକୁ ନେଇ ଆଉ ଏକ ସତ୍ୟତା ସାମ୍ନାକୁ ଆସିଛି ।ଯେଉଁଦିନ ରାମ ମନ୍ଦିର ଟ୍ରଷ୍ଟ ଦ୍ୱାରା ସୁଲତାନ ଅନସାରୀ ଓ ରବି ମୋହନ ତିଓ୍ୱାରୀଙ୍କଠାରୁ ୨ କୋଟିର ଜମି ସାଢେ ୧୮ କୋଟିରେ କିଣି ଯାଇଥିଲା, ସେହିଦିନ ଜମିର ଆଉ ଏକ ଅଂଶ ୮ କୋଟିରେ କିଣା ଯାଇଥିଲା । ଦ୍ୱିତୀୟ ଜମିକୁ ହରିଶ ପାଠକ ଓ କୁସୁମ ପାଠକଙ୍କଠାରୁ କ୍ରୟ କରାଯାଇଥିଲା ।

ରାମ ମନ୍ଦିର ଟ୍ରଷ୍ଟ ଦ୍ୱାରା ମାର୍ଚ୍ଚ ୧୮ରେ ଖାତା ସଂଖ୍ୟା ୨୪୨,୨୪୩,୨୪୪ ଓ ୨୪୬ରେ ଥିବା ଜମିକୁ କ୍ରୟ କରାଯାଇଥିଲା । ଯାହାର ଆକାର ୧.୨୦୮ ହେକ୍ଟର ଥିଲା । ଏହାକୁ ପୂର୍ବରୁ ହରିଶ ପାଠକ ଓ କୁସୁମ ପାଠକଙ୍କ ଦ୍ୱାରା ସୁଲତାନ ଅସାରୀ ଓ ରବି ମୋହନଙ୍କୁ ୨ କୋଟିରେ ବିକ୍ରି କରାଯାଇଥିଲା । କିଛି ମିନଟ ପରେ ଏହାକୁ ୧୮ କୋଟି ୫୦ ଲକ୍ଷରେ ରାମ ମନ୍ଦିର ଟ୍ରଷ୍ଟ କିଣିଥିଲା ।

ମାର୍ଚ୍ଚ ୧୮ରେ ଆଉ ଏକ ଜମି ମଧ୍ୟ ଟ୍ରଷ୍ଟ କିଣିଥିଲା । ଏହାକୁ ଟ୍ରଷ୍ଟ ସିଧାସଳଖ କୁସୁମ ପାଠକ ଓ ହରିଶ ପାଠକଙ୍କଠୁ କିଣିଥିଲା ।  ମେ ୧୧ ତାରିଖରେ ମଧ୍ୟ  ୬୯୫.୬୭୮ ବର୍ଗ ମିଟରର ଜମିର ଆଉ ଏକ ଅଂଶକୁ କୌଶଲ୍ୟା ଭବନର ଯଶୋଦା ନନ୍ଦନ ତ୍ରିପାଠୀ ଓ କିଶୋର ତ୍ରିପାଠୀ ଟ୍ରଷ୍ଟକୁ ମାଗଣାରେ ପ୍ରଦାନ କରିଥିଲେ ।

ସବୁଠାରୁ ବଡ କଥା ଏହା ଯେ, ଜମିର କିଣାବିକାରେ ଟ୍ରଷ୍ଟର ସଦସ୍ୟ ଅନିଳ ମିଶ୍ର ଓ ଅଯୋଧ୍ୟା ମେୟର ଋଷିକେଶ ଉପାଧ୍ୟାୟ ସାକ୍ଷୀ ରହିଥିଲେ । ଟ୍ରଷ୍ଟ ଦ୍ୱାରା ଯେଉଁ ୨ କୋଟିର ଜମିକୁ ୧୮.୫ କୋଟିରେ କିଣାଯାଇଥିଲା ତାର ସର୍କଲ ଦାମ୍ ଥିଲା ୫ କୋଟି ୮ ଲକ୍ଷ । କିନ୍ତୁ ଟ୍ରଷ୍ଟ ଦ୍ୱାରା ଦିଆଯାଇଥିବା ଦସ୍ତାବିଜରେ କୁହାଯାଇଥିଲା ଯେ ଜମିର ଦାମ୍ ସାଢେ ୧୮ କୋଟି ଟଙ୍କା, ଯାହା ବଜାର ଦରରୁ କମ୍ ଅଟେ ।

ଜଣେ ରାଜସ୍ୱ ଅଧିକାରୀଙ୍କ ସୂଚନା ଅନୁସାରେ, ଯଦି କୌଣସି ଜମିକୁ ସରକାର ନିଅନ୍ତି ତେବେ ସହରାଞ୍ଚଳରେ ସର୍କଲ ଦାମରୁ ୨ ଗୁଣା ଓ ଗ୍ରାମାଞ୍ଚଳରେ ୪ ଗୁଣାରୁ ଅଧିକ କ୍ଷତିପୂରଣ ଦିଆଯାଇପାରିବ ନାହିଁ । କିନ୍ତୁ ରାମମନ୍ଦିର ଦ୍ୱାରା ଅଯୋଧ୍ୟା ନଗରରେ କିଣା ଯାଇଥିବା ଜମି ସର୍କଲ ଦାମରୁ ୩ ଗୁଣା ଅଧିକ । ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି ଓ ରାଜନୀତି ମଧ୍ୟ ସରଗରମ ହୋଇ ଉଠିଛି ।

   Related Posts