Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ବନ୍ଦହେବ ଟ୍ରମ୍ପଙ୍କ ଟ୍ଵିଟର ଆକାଉଣ୍ଟ, ମିଛ ଖବର ପୋଷ୍ଟ କରୁଥିବାରୁ କାର୍ଯାନୁଷ୍ଠାନ ନେବାକୁ ଟ୍ଵିଟରର ଚେତାବନୀ

7/11/2020 at 4:32 PM

ଓ୍ବାଶିଂଟନ ୦୭/୧୧ : ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଅଡୁଆ ବଢିବାରେ ଲାଗିଛି । ଆମେରିକାରେ କିଏ ହେବ ନୂଆ ରାଷ୍ଟ୍ରପତି ତାକୁ ନେଇ ଏବେବି ସସପେନ୍ସ ଲାଗି ରହିଥିବା ବେଳେ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଘୋଷଣା କରିଛନ୍ତି ହାଉସ ସ୍ପିକର । ଟ୍ରମ୍ପ କେବଳ ଯେ ରାଷ୍ଟ୍ରପତି ପଦରୁ ବିଦା ହେବା ଆଶଙ୍କା ଦେଖାଯାଇଛି ତାହା ନୁହେଁ ଯଦି ସେ ପଦରୁ ଯାଆନ୍ତି ତେବେ ଟ୍ବିଟର ପକ୍ଷରୁ ଦିଆଯାଉଥିବା ଭିଭିଆଇପି ସୁବିଧା ହଟାଇ ଦିଆଯିବ । ଟ୍ବିଟର ପଲିସି ଅନୁଯାୟୀ ଅଢେଇ ଲକ୍ଷ୍ୟରୁ ଅଧିକ ଫଲୋଅର୍ସ ଥିବା ବ୍ୟକ୍ତି ବିଶେଷଙ୍କୁ କମ୍ପାନୀ ପକ୍ଷରୁ ବ୍ୟାପକ ସୁବିଧା ସୁଯୋଗ ସହିତ ସାଇବର ସୁରକ୍ଷା ଯୋଗାଇ ଦିଆଯାଇଥାଏ । ଗଲା ଏକ ସପ୍ତାହ ମଧ୍ୟରେ ଟ୍ରମ୍ପଙ୍କର ପ୍ରାୟ ୧୨ଟି ଟ୍ବିଟ ଗଣତାନ୍ତ୍ରୀକ ପ୍ରକ୍ରିୟାରେ ସନ୍ଦେହ ଘେରରେ ରହିଛି କିନ୍ତୁ ଟ୍ବିଟର ଏହାକୁ ହଟାଇ ନାହିଁ ।

ଟ୍ବିଟର କହିବା ଅନୁଯାୟୀ, ଏହି ନିୟମ ପୂର୍ବତନ ନିର୍ବାଚିତ ପ୍ରତିନିଧତଙ୍କ କ୍ଷେତ୍ରରେ ଲାଗୁ ହୁଏ ନାହିଁ  କିନ୍ତୁ ଟ୍ରମ୍ପ ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବାରୁ ଏହି ପଦକ୍ଷେପ ନେଇଛି କମ୍ପାନୀ । ଅନେକ ସମୟରେ ଜନସାଧାରଣ ଭାବନ୍ତି କି ସେମାନେ ନିର୍ବାଚିତ କରୁଥିବା ନେତା, ଅଧିକାରୀ ପ୍ରତିନିଧି କୌଣସି ଘଟଣାକ୍ରମକୁ ନେଇ କିଭଳି ସ୍ପଷ୍ଟିକରଣ ଦିଅନ୍ତି । ତେଣୁ ସେ ଦ୍ରୁଷ୍ଟିରୁ ଦେଖିବାକୁ ଗଲେ ନିର୍ବାଚିତ ପ୍ରତିନିଧି କିଭଳି ଭାବେ ଏହାକୁ ବ୍ୟବହାର କରୁଛନ୍ତି ସେଥିପ୍ରତି କମ୍ପାନୀ ଦ୍ରୁଷ୍ଟି ଦିଏ । ତେଣୁ ଟ୍ରମ୍ପଙ୍କ କ୍ଷେତ୍ରରେ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରାଯିବାକୁ ଚେତାବନୀ ଦେଇଛି ଟ୍ବିଟର ।

ତେଣୁ ଟ୍ପିଟର ପକ୍ଷରୁ ଟ୍ରମ୍ପଙ୍କୁ ସର୍ତ୍ତମୂଳକ ଭାବେ ଆଉ ଏକ ସୁଯୋଗ ଦିଆଯିବାକୁ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ଦିଆଯାଇଛି । ଟ୍ରମ୍ପଙ୍କ ପାଇଁ ଏହି ସର୍ତ୍ତ ରହିବ ଯେ ଆଗକୁ ସେ ଏଭଳି ଟିପ୍ପଣୀ ଦେବାରୁ ବିରତ ହେବେ ନଚେତ ଆଇନ ଅନୁଯାୟୀ  ପଦକ୍ଷେପ ନିଆଯିବ । ଏହାରି ଭିତରେ ଅନେକ ସାଂସଦ ଏବଂ ମାନବାଧିକାର ସମୂହ ଟ୍ରମ୍ପଙ୍କ ଆକାଉଣ୍ଟକୁ ବ୍ୟାନ କରିବା ପାଇଁ ଦାବି କରିଛନ୍ତି । ବୁଧବାର ଭର୍ଜିନିଆର ଜଣେ ଡେମୋକ୍ରେଟିକ ନେତା ଟ୍ରମ୍ପଙ୍କ ଟ୍ବିଟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ନିଜର ଆକାଉଣ୍ଟ ବନ୍ଦ କରିବା ପାଇଁ ନିଜେ ଟ୍ବିଟ କରି ଟ୍ବିଟରକୁ ଅନୁରୋଧ କରିଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି ଯେ ଟ୍ରମ୍ପ ଭୋଟ ଗଣତି ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଏହା ଆମେରିକା , ଋୁଷ ନୁହେଁ ତେଣୁ ଟ୍ରମ୍ପ ଏଭଳି ଅମୂଳକ ମତ ଦେବା ବନ୍ଦ କରନ୍ତୁ । ସେହିଭଳି  ଡେମୋକ୍ରାଟ ନେତା ଡେଭିଡ ସିସିଲିନେ କହିଛନ୍ତି ଟ୍ରମ୍ପ ଟ୍ବିଟରରେ ଏକ ମିଛ ଏବଂ ଭୁଲ ସୂଚନା ଦେଇଥିବା ଭିଡିଓ ଜାରି କରିଥିଲା ତେଣୁ କାଙ୍କ ଆକାଉଣ୍ଟକୁ ତୁରନ୍ତ ବନ୍ଦ କରାଯାଉ ।

ଗୁରୁବାର ଆମେରିକା ନାଗରିକ ସୁରକ୍ଷା ପରିଷଦ ମିଛ ଏବଂ ଭୁଲ ଖବର ପ୍ରସାରଣକୁ ବନ୍ଦ କରିବା ପାଇଁ ଟ୍ରମ୍ପଙ୍କ ଆକାଉଣ୍ଟ ତୁରନ୍ତ ବ୍ୟାନ୍ କରିବାକୁ ଟ୍ବିଟରର ସିଇଓଙ୍କୁ ଚିଠି ଲେଖିଛନ୍ତି ।  ତେବେ ଏ ସମ୍ବନ୍ଧୀୟ ଚିଠି ମିଳିଛି ଏବଂ ଖୁବ ଶୀଘ୍ର ବିଚାର କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଟ୍ବିଟରର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି ।

   Related Posts