ଟୁଇଟରକୁ ବନ୍ଦ କରି ଦେବାକୁ ଧମକ ଦେଲେ ଟ୍ରମ୍ପ, ଜାଣନ୍ତୁ କ’ଣ ରହିଛି ପୂରା ମାମଲା ?

Published By : Prameya-News7 Bureau | May 27, 2020 IST

ଓ୍ଵାଶିଂଟନ ୨୭।୦୫: ଟୁଇଟ୍‌ର ପ୍ରଥମ ଥର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇଟି ଟୁଇଟ୍‌କୁ ସନ୍ଦିଗ୍ଧ ବୋଲି ଆଖ୍ୟା ଦେଇଛି। ଏହା ପରେ ଟ୍ରମ୍ପ ଟୁଇଟର‌ ଉପରେ ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ଆଣିଛନ୍ତି। ଏପରିକି ସାମାଜିକ ଗଣମାଧ୍ୟମ ମଞ୍ଚକୁ ବନ୍ଦ କରି ଦେବାକୁ ଧମକ ମଧ୍ୟ ଦେଇଛନ୍ତି।

ଟୁଇଟର‌ ମଙ୍ଗଳବାର ଟ୍ରମ୍ପଙ୍କ ଦୁଇଟି ଟୁଇଟ୍‌କୁ ମିଥ୍ୟା ସୂଚନା ଦେଉଥିବା ଭାବେ ଚିହ୍ନଟ କରିଛି। ଟ୍ରମ୍ପ ଟୁଇଟ୍‌ କରିଥିଲେ ଯେ, ବାଲାଟ ବକ୍ସ ଜାଲିଆତି ବ୍ୟତୀତ ଆଉ କିଛି ନୁହେଁ। ନିର୍ବାଚନରେ ବାଲାଟ ବକ୍ସକୁ ଲୁଟାଯାଇପାରେ। ଅବୈଧ ପ୍ରକ୍ରିୟାରେ ପ୍ରିଣ୍ଟ କଢାଯିବ ଓ ନକଲି ଦସ୍ତଖତ କରାଯିବ। କାର୍ଲିଫର୍ଣ୍ଣିଆର ଗଭର୍ଣ୍ଣର ଲକ୍ଷାଧିଲ ଲୋକଙ୍କୁ ଏମିତି ଭୋଟ୍ ପତ୍ର ପଠାଉଛନ୍ତି। ଟ୍ରମ୍ପଙ୍କ ଏହି ଟୁଇଟ୍‌ ଉପରେ ଟୁଇଟ୍‌ର ବିସ୍ମୟ ସୂଚକ ଚିହ୍ନ ଲଗାଇ  ୟୁଜର୍ସଙ୍କୁ ଏହା ଉପରେ ବାସ୍ତବିକ ତଥା ସତ୍ୟାସତ୍ୟ ଜାଣିବାକୁ ପରାମର୍ଶ ଦେଇଛି।

wp:core-embed/twitter {"url":"https://twitter.com/realDonaldTrump/status/1265601611310739456?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1265601611310739456\u0026ref_url=https%3A%2F%2Fwww.abplive.com%2Fnews%2Fworld%2Ftrumps-tweet-gets-a-warning-label-1411468","type":"rich","providerNameSlug":"twitter","className":""}
https://twitter.com/realDonaldTrump/status/1265601611310739456?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1265601611310739456&ref_url=https%3A%2F%2Fwww.abplive.com%2Fnews%2Fworld%2Ftrumps-tweet-gets-a-warning-label-1411468
/wp:core-embed/twitter

ଏଥିରେ ଉତ୍‌କ୍ଷିପ୍ତ ହୋଇ ଟ୍ରମ୍ପ କହିଛନ୍ତି, ଟୁଇଟର ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ କରୁଛି। କମ୍ପାନୀ ମୋର ବାକ୍‌ ସ୍ଵାଧୀନତା ଉପରେ ପ୍ରହାର କରିଛି। ମେଲ୍‌-ଇନ୍‌ ବ୍ୟାଲେଟ୍‌ ଉପରେ ମୋର ବୟାନକୁ ଭୁଲ୍‌ ଭାବେ ଦର୍ଶାଇଛି। ଫେକ୍‌ ନ୍ୟୁଜ୍‌ ସିଏନଏନ ଓ ଆମାଜନର ଓ୍ଵାଶିଂଟନ ପୋଷ୍ଟ ଦ୍ଵାରା ତଥ୍ୟର ତଥାକଥିତ ଯାଞ୍ଚ ଆଧାରରେ ଟୁଇଟ୍‌ର ଏହି କଥା କହିଛି।

ଟ୍ରମ୍ପ ଅନ୍ୟ ଏକ ଟୁଇଟ୍‌ରେ ଟ୍ରମ୍ପ କହିଛନ୍ତି, ଟୁଇଟର ସଂପୂର୍ଣ୍ଣ ଭାବେ ବାକ୍‌ ସ୍ଵାଧୀନତା କଣ୍ଠରୋଧ କରୁଛି। ରାଷ୍ଟ୍ରପତି ଭାବେ  ମୁଁ ଏପରି ହେବାକୁ ଦେବି ନାହିଁ। ଏହା ସହିତ ଟୁଇଟର ପରି ସାମାଜିକ ଗଣମାଧ୍ୟମ ମଞ୍ଚକୁ ବନ୍ଦ କରିବାକୁ ସେ ଧମକ୍ ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି, ରିପ୍ଲବିକନକୁ ଲାଗୁଛି ଯେ, ସାମାଜିକ ଗଣମାଧ୍ୟମ ସଂପୂର୍ଣ୍ଣ ଭାବେ କଞ୍ଜରଭେଟିଭ୍‌ଙ୍କ ସ୍ଵରକୁ ଚାପିବାକୁ ଚେଷ୍ଟା କରୁଛି। ଏମିତି ହେଲେ ଆମେ ଏହି ପରି ସାମାଜିକ ଗଣମାଧ୍ୟମକୁ ବନ୍ଦ କରି ଦେବୁ ବୋଟି ଟ୍ରମ୍ପ କଡା ସ୍ଵରରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.