ଚୀନ୍ ଆଡୁ ବିପଦ ସମ୍ପର୍କରେ ଟ୍ରମ୍ପ କରିଥିବା ଆକଳନ ଠିକ୍ ଥିଲା: ପମ୍ପେୟୋ

Published By : Prameya-News7 Bureau | July 30, 2020 IST

ୱାସିଂଟନ୍: ଗତ ୨୦୧୫ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ ଡୋନାଲ୍ଡ ଟ୍ରମ୍ପ ଚୀନ୍‌ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଯେଉଁ ବିପଦର ଆକଳନ କରିଥିଲେ ତାହା ପରେ ବାସ୍ତିବକ ସାବ୍ୟସ୍ତ ହୋଇଛି। ଏହା କହିଛନ୍ତି ଆମେରିକା  ସେକ୍ରେଟାରୀ ଅଫ ଷ୍ଟେଟ୍‌ ମାଇକ ରିଚାର୍ଡ ପମ୍ପେୟୋ। ଟ୍ରମ୍ପ ସରକାର ଏବେ ପୁଣି ଥରେ ବେଜିଂ ସହ ପୂର୍ବ ସମ୍ପର୍କ କାୟମ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ଏଥର ସରକାର ‘ଉଚିତ’ ପଦକ୍ଷେପ ନେଉଥିବା ପମ୍ପେୟୋ ସୂଚନା ଦେଇଛନ୍ତି।

ଉଚିତ ପଦକ୍ଷେପର ବାଖ୍ୟା କରି ପମ୍ପେୟୋ କହିଛନ୍ତି ଯେ ଯେପରି ଆମେରିକାର ସ୍ୱାଧୀନତା ଅକ୍ଷୁର୍ଣ୍ଣ ରହେ ସେଥିପ୍ରତି ସରକାର ଏବେ ପ୍ରାଥମିକତା ଦେଉଛନ୍ତି। ଏଥିରେ ଚୀନ୍‌କୁ ବାଣିଜ୍ୟିକ ପ୍ରତିଶ୍ରୁତି ପାଳନ ଲାଗି ସମୟ ଦିଆଯିବ ଓ ସେ ତାହା କିପରି ପାଳନ କରୁଛି ତା ଉପରେ ନଜର ରହିବ। ଦେଖାଯାଇଛି ଚୀନ୍‌ ବାଣିଜ୍ୟରେ ଅସାଧୁତା ଅବଲମ୍ବନ କରିଛି। ଆମଠାରୁ ବୌଦ୍ଧିକ ସମ୍ପତି ଚୋରି କରି ତାକୁ ପୁଣି ଆମକୁ ବିକିଛି। ଏଣୁ ଗତ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ଚୀନ୍‌କୁ ନେଇ ଠିକ୍‌ ଆକଳନ କରିଥିଲେ ବୋଲି ପମ୍ପେୟୋ କହିଛନ୍ତି।

ପମ୍ପେୟୋ କହିଛନ୍ତି ଯେ ସାଇବର ଚୋରିରେ ଚୀନ୍‌ ସହ କୌଣସି ଦେଶର ମୁକାବିଲା ହୋଇ ନ ପାରେ। ଏଥିଲାଗି ଚୀନ୍‌ ଏତେ ନିଚ୍ଚସ୍ତରକୁ ଯାଇପାରିବ ତାହା ହୁଏତ କେହି କଳନା ବି କରିନଥିବେ। ତେବେ ଗୁରୁତ୍ୱପୂର୍ଣ୍ଣ ସମୟରେ ସତ୍ୟ ସ୍ୱୀକାର କରିବା ଚୀନ୍‌ କମ୍ୟୁନିଷ୍ଟ ସରକାରର ସବୁଠୁ ବଡ ଗୁଣ ବୋଲି ସେ କହିଛନ୍ତି।  ହେଲେ ଚୀନ୍‌ କେଡେ ସୈତାନ ତାହା କେବଳ କରୋନା ଭାଇରସ ମହାମାରୀରୁ ଆକଳନ କରାଯାଇପାରେ ବୋଲି ସେ କହିଛନ୍ତି । କେବଳ କରୋନା ନୁହେଁ ସେ ବିଶ୍ୱକୁ ଆହୁରି ଏହିପରି ଅନେକ ଘାତକ ବିଷାଣୁ ଦେଇଥିବାର ବି  ପମ୍ପେୟୋ କହିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.