Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ମାନିଲା ହ୍ୱାଇଟ୍ ହାଉସ୍, ଶୁକ୍ରବାର ଗୁରୁତର ଥିଲେ ଟ୍ରମ୍ପ

4/10/2020 at 9:02 PM

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଦମ୍ପତ୍ତି କୋଭିଡ-୧୯ଆକ୍ରାନ୍ତ ହୋଇଛନ୍ତି। ଏଣୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୱାଲ୍ଟର ରିଡ୍ ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି। ତେବେ କରୋନା ସଂକ୍ରମଣ ଯୋଗୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା ବୋଲି ରବିବାର ହ୍ୱାଇଟ୍ ହାଉସ୍ ସ୍ୱୀକାର କରିଛି। ଶନିବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ବେଳେ ସେ ବେଶ ସୁସ୍ଥ ଥିବା ହ୍ୱାଇଟ୍ ହାଉସ୍ ଚିଫ୍ ଅଫ ଷ୍ଟାଫ୍ ମାର୍କ ମିଡୋଜ୍ କହିଛନ୍ତି।

ଶୁକ୍ରବାର ଟ୍ରମ୍ପଙ୍କ ଦେହରେ ଜ୍ୱର ଥିଲା ହେଲେବି ସେ ଚାଲବୁଲ କରୁଥିଲେ। ତାଙ୍କ ଶରୀରରେ ଅକ୍ସିଜେନ୍ ସ୍ତର ମଧ୍ୟ ଦ୍ରୁତ ହ୍ରାସ ହେଉଥିଲା। ଯାହା ଚିନ୍ତାଜନକ ଥିଲା। ହେଲେ ଶନିବାର ସକାଳେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଦେଖାଯାଇଥିଲା। ଏବେ ତାଙ୍କଠାରେ ଜ୍ୱର ନାହିଁ ଓ ଶରୀରର ଅକ୍ସିଜେନ ସ୍ତର ମଧ୍ୟ ପୂର୍ବାପେକ୍ଷା ଅଧିକ ଅଛି। ସେ ବେଶ୍ ସ୍ୱଭାବିକ ଅଛନ୍ତି।

ତେବେ ଶୁକ୍ରବାର ଟ୍ରମ୍ପଙ୍କ ସ୍ୱାସ୍ଥ୍ୟ ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ଯେଉଁ ବୟାନ ଜାରି କରାଯାଇଥିଲା ସେଥିରେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟସମ୍ପର୍କରେ ଦିଆଯାଇଥିବା ସୂଚନା ଠାରୁ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଥିଲା ବୋଲି ମିଡିଜୋ ମାନିଛନ୍ତି। ସୂଚନାଯୋଗ୍ୟ ଯେ ଶୁକ୍ରବାର ଟ୍ରମ୍ପଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଲେଟିନ ଜାରି ଲାଗି ଉପସ୍ଥିତ ଅଫିସରଙ୍କ ମଧ୍ୟରେ ମିଡୋଜ୍ ମଧ୍ୟ ଥିଲେ। ଟ୍ରମ୍ପଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଥିବା ସେ କହିଥିଲେ।

ତେବେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇବା ପରେ ହ୍ୱାଇଟ୍ ହାଉସ୍ ସତ ମାନିଛନ୍ତି। ତେବେ ଏଥିରେ ହ୍ୱାଇଟ୍ ହାଉସ କର୍ମଚାରୀଙ୍କ କୌଣସି ତ୍ରୁଟି ନଥିବା ଜଣାପଡିଛି। କାରଣ ଟ୍ରମ୍ପ ଏକ ଭିଡିଓ ଜାରି କରି ସେ ସୁସ୍ଥ ଥିବା ସୂଚିତ କରାଇଥିଲେ। ସେହି ଆଧାରରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବୁଲେଟିନ ଜାରି ହୋଇଥିଲା। ତେବେ ଟ୍ରମ୍ପ ଏବେବି ବିପଦ ମୁକ୍ତ ହୋଇନଥିବା ରାଷ୍ଟ୍ରପତିଙ୍କ ଡାକ୍ତର ସନ କନଲେ କହିଛନ୍ତି। ଯଦିଓ ସେ ବିପଦମୁକ୍ତ ନୁହନ୍ତି ଡାକ୍ତରୀ ଟିମ୍‌ ସତର୍କତାର ସହ ଆଶାବାଦୀ ଥିବା ସେ କହିଛନ୍ତି। ଟ୍ରମ୍ପ ଏକ ଭିିଡିଓ ବାର୍ତ୍ତାରେ ଆଗାମୀ କିଛି ଦିନରେ ଅସଲ ପରୀକ୍ଷା ହେବ, ଦେଖିବା ଏଥିରେ କଣ ହେଉଛି ବୋଲି କହିଛନ୍ତି।

   Related Posts