ICBM କାମ ପୁଣି ହାତକୁ ନନେବା ଲାଗି କିମ୍‌ଙ୍କୁ ଚେତାଇଛନ୍ତି ଟ୍ରମ୍ପ : RAGE

Published By : Prameya-News7 Bureau | September 13, 2020 IST

ୱାସିଂଟନ ୧୩।୯: ଆମେରିକୀୟ ସାମ୍ବାଦିକ ତଥା ଲେଖକ ବବ୍ ଉଡୱାର୍ଡଙ୍କ ପୁସ୍ତକ ‘ରେଜ’ଏବେ ଚହଳ ପକାଇଛି। ଏହି ପୁସ୍ତକ ପ୍ରକାଶନ ହୋଇ ନାହିଁ। ତେବେ ଏଥିରେ ଲେଖକ ୱାସିଂଟନ ପୋଷ୍ଟ ଆସୋସିଏଟ୍ ଏଡିଟର ବବ୍ ଉଡୱାର୍ଡ  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ୧୮ଟି ସାକ୍ଷାତକାରକୁ ସ୍ଥାନିତ କରିଛନ୍ତି।

ଏଥିରୁ ଗୋଟିକରେ ଟ୍ରମ୍ପ ଉତ୍ତରକୋରିଆ  ଯଦି ପୁଣି ଥରେ ତାର ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇସିବିଏମ) ପ୍ରକଳ୍ପ ହାତକୁ ନିଏ ତାହା ତା ଲାଗି ସବୁଠାରୁ ବିପଦର କାରଣ ହେବ ବୋଲି କିମ୍‌ଙ୍କ ସହ ସାକ୍ଷାତ ଆଲୋଚନାରେ ଚେତାଇଥିବାର ସାକ୍ଷାତକାରଟି ମଧ୍ୟ ରହିଛି। ଟ୍ରମ୍ପଙ୍କ ସହ ବବ୍‌ଙ୍କ ଏହି ସବୁ ସାକ୍ଷାତକାର ଗତ ଡିସେମ୍ବରରୁ ଜୁଲାଇ ମଧ୍ୟରେ ହୋଇଥିଲା।

{"id":329265,"sizeSlug":"large"}

ଆଲୋଚନାରେ ଟ୍ରମ୍ପ କିମ୍‌ଙ୍କୁ  ଏପରି କାର୍ଯ୍ୟକ୍ରମ ଲାଗି ଉତ୍ତରକୋରିଆ ପୂର୍ବାପେକ୍ଷା ଅଧିକ ସମସ୍ୟାର ସମ୍ମୁଖୀନ ହୋଇପାରେ ବୋଲି କହିଥିଲେ। ଏପରି ପ୍ରକଳ୍ପ ଏଥର ଏପରି ସମସ୍ୟା ସୃଷ୍ଟିକରିବ ଯାହା ଉତ୍ତରକୋରିଆ କେବେ କଳ୍ପନା ବି କରିନଥିବ ବୋଲି ଟ୍ରମ୍ପ କିମ୍‌ଙ୍କୁ କହିଥିଲେ ବୋଲି ସାକ୍ଷାତକାରରେ ବବ୍‌ଙ୍କୁ କହିଥିବା ପୁସ୍ତକରେ ରହିଛି।

କିମ୍‌ ଜୋଙ୍ଗ ଉନ୍‌ ଅନେକ ସ୍ୱଳ୍ପଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛନ୍ତି। ଏବେ ଅନେକ ଦେଶ ଏପରି କ୍ଷେପଣାସ୍ତ୍ର ସବୁ ନିଜ ସୁରକ୍ଷା ଲାଗି ପ୍ରସ୍ତୁତ କରୁଛନ୍ତି। ଏହାକୁ ନେଇ କେହି କେବେ ଆପତ୍ତି କରିନି।  ଉତ୍ତରକୋରିଆର ଏପରି କ୍ଷେପଣାସ୍ତ୍ର ପରୀକ୍ଷଣରେ ମଧ୍ୟ କାହାର ଆପତ୍ତି ନାହିଁ ବୋଲି ଟ୍ରମ୍ପ କିମ୍‌ଙ୍କୁ କହିଥିଲେ। ହେଲେ ଅନ୍ୟ ଯେଉଁ ସବୁ ଅସ୍ତ୍ରଶସ୍ତ୍ର ପ୍ରକଳ୍ପ ହାତକୁ ନେଇଛି ତାହା ତା ଲାଗି ସମସ୍ୟାର କାରଣ ହୋଇପାରେ ବୋଲି କହିଥିଲେ। ସମସ୍ୟା ଏତେବଡ ହେବ ଯେ ଯାହା କେବେ ଉତ୍ତର କୋରିଆ ଭାବିବି ନଥିବ ବୋଲି କହିଥିଲେ।   

{"id":329266,"sizeSlug":"large"}

 ଟ୍ରମ୍ପଙ୍କ ପରାମର୍ଶର ପ୍ରଭାବ ମଧ୍ୟ ଉତ୍ତରକୋରିଆ ଉପରେ ପଡିଥିବାର ଅନୁମାନ କରାଯାଉଛି। ଗତ ନୂଆ ବର୍ଷ କାର୍ଯ୍ୟକ୍ରମରେ କିମ୍ ଆଉ ଆଇସିବିଏମ ଓ ନ୍ୟୁକ୍ଲିୟର ପ୍ରକଳ୍ପରେ ଆମେ କାମ କରିବାନି ବୋଲି ଘୋଷଣା କରିଥିଲେ। ସେବେଠାରୁ ଉତ୍ତରକୋରିଆ ସେପରି କୌଣସି ପରୀକ୍ଷଣ କରିଥିବାର ନଜିର ମଧ୍ୟ ନାହିଁ।

ସେହିପରି  ଟ୍ରମ୍ପ ଏକ ନୂଆ ଆଣବିକ ଅସ୍ତ୍ର ପ୍ରଣାଳୀକୁ ନେଇ ସୂଚନା ଦେବା ପୂର୍ବରୁ ଏହାକୁ ରୋକି ଦେଇଥିବା ଉଡୱାର୍ଡ ଉଲ୍ଲେଖ କରିଛନ୍ତି। ଆମେରିକା ଏହାକୁ ବିକଶିତ କରିଥିଲେ ହେଁ ଏହାର ସୂଚନା ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ  କି ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ବି ଜାଣନ୍ତି ନାହିଁ। ଆମେରିକା ପାଖରେ ଏପରି ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଅଛି ଯାହା ପୁତିନ କି ଜିନପିଙ୍ଗ କେବେ ଶୁଣି ବି ନଥିବେ ବୋଲି ଟ୍ରମ୍ପଙ୍କ ସୂଚନାରୁ ଜାଣିବାକୁ ପାଇଥିବା ଉଡୱାର୍ଡ ଉଲ୍ଲେଖ କରିଛନ୍ତି। ତେବେ ପରେ ନୂଆ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ନେଇ ଟ୍ରମ୍ପ  ନିଜେ ସ୍ପଷ୍ଟ କରିବା ବବ୍ ଉଲ୍ଲେଖ କରିଥିବା ବେଳେ ତାଙ୍କ ସୂଚନାକୁ ନେଇ ସେ ନିଜେବି  ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି ଉଡୱାର୍ଡ କହିଛନ୍ତି।

{"id":329267,"sizeSlug":"large"}

୨୦୧୭ ମସିହାରେ ଉତ୍ତର କୋରିଆ ତାର ଷଷ୍ଠ ତଥା ଅନ୍ତିମ ପରମାଣୁ ପରୀକ୍ଷଣ କରିଥିଲା। ସେହି ବର୍ଷ ଅନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ରର ବି ଶେଷ ପରୀକ୍ଷା କରିଥିଲା। ତେବେ ୨୦୧୯ରେ ଟ୍ରମ୍ପଙ୍କ ସହ କିମ୍‌ଙ୍କ ହାନୋଇ ବାର୍ତ୍ତାପରଠାରୁ ଉତ୍ତରକୋରିଆର ଏପରି ସମସ୍ତ କାର୍ଯ୍ୟକ୍ରମ ବନ୍ଦ  କରିଦେଇଛି।

{"id":329274,"width":576,"height":331,"sizeSlug":"large"}

କିମ୍‌ଙ୍କ ସହ ସାକ୍ଷାଆଲୋଚନାରେ ଟ୍ରମ୍ପ କେବଳ ଏତିକି କହିଥିଲେ ଯେ ଆମେ ଏବେ ଏକ ହୋଇଯାଇଛେ । ଆମର ଏଇ ସମ୍ପର୍କରୁ କେବଳ ଗୋଟିଏ କଥା ହୋଇପାରିବ ତାହା ହେଉଛି କୌଣସି କମ୍ୟୁନିଷ୍ଟ ରାଷ୍ଟ୍ର ସହ ଆମେରିକାର ଯୁଦ୍ଧକୁ ରୋକା ଯାଇପାରିବ।  ତେବେ ଉତ୍ତରକୋରିଆ-ଆମେରିକା ସମ୍ପର୍କକୁ ଆମେ ଏକ ଭଲ ଉଦ୍ଦେଶ୍ୟରେ ଦେଖୁଥିବା ବେଳେ ସାରା ଦୁନିଆ ଏହାକୁ ଭୟାନକ ବୋଲି କହୁଛି। ତେବେ ମୋ ମତରେ ଏହା ଏକ ଭଲ କାମ ଓ ଯାହା ହୋଇଛି ଭଲ ହିଁ ହୋଇଛି ବୋଲି  ଟ୍ରମ୍ପ ସାକ୍ଷାତକାରରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.