Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ନିର୍ବାଚନରେ ହାରିବା ପରେ ଇରାନ ଉପରେ ଆକ୍ରମଣ କରିବାକୁ ଯାଉଥିଲେ ଟ୍ରମ୍ପ, ଟାର୍ଗେଟ୍‌ରେ ଥିଲା ଗୁରୁତ୍ଵପୂର୍ଣ୍ଣ ଠିକଣା

17/11/2020 at 10:27 PM

ଓ୍ଵାଶିଂଟନ ୧୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ କରିବାକୁ ଯାଉଥିଲେ। ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଇରାନର ମୁଖ୍ୟ ଆଣବିକ କେନ୍ଦ୍ର ନନ୍ତାଜ ରହିଥିଲା। ଆମେରିକାର ପ୍ରତିଷ୍ଠିତ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଇରାନ ଆଣବିକ ଯୁଦ୍ଧାସ୍ତ୍ରରେ ଘଟୁଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ଟ୍ରମ୍ପ ଏମିତି ନିଷ୍ପତ୍ତି ନେଇଥିଲେ।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗତ ସପ୍ତାହରେ ଅନୁଷ୍ଠିତ ବୈଠକରେ ଇରାନର ଆଣବିକ ଆଡ୍ଡା ଧ୍ଵଂସ କରିବା ନେଇ ବିକଳ୍ପ ଉପରେ ନିଜର ପରାମର୍ଶଦାତାଙ୍କ ସହ ବିସ୍ତୃତ ବିଚାର ବିମର୍ଶ କରିଥିଲେ। ଏଥିରେ ଉପ ରାଷ୍ଟ୍ରପତି ମାଇକ ପେନ୍ସ, ପ୍ରତିରକ୍ଷା ମନ୍ତ୍ରୀ କ୍ରିଷ୍ଟୋଫର ମିଲର ଓ ଯୁଗ୍ମ ଚିଫ  ଅଫ ଷ୍ଟାଫ ମାର୍କ ମିଲିଙ୍କ ପରି ଲୋକ ସାମିଲ ଥିଲେ। ଏହି ସମୟରେ ଟ୍ରମ୍ପଙ୍କୁ ପରାମର୍ଶ ଦିଆଯାଇଥିଲା ଯେ, ଯଦି ଏମିତି ପଦକ୍ଷେପ ନିଆଯିବ ତେବେ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଆହୁରି  ବଢିବ।

ସୂଚନାଯୋଗ୍ୟ, ଅନ୍ତରାଷ୍ଟ୍ରୀୟ ପରମାଣୁ ଏଜେନ୍ସି ଖୁଲାସା କରିଥିଲେ ଯେ, ଇରାନର ଆଣବିକ ଯୁଦ୍ଧାସ୍ତ୍ରରେ ଅନେକ ବୃ୍ଦ୍ଧି ଘଟିଛି। ରିପୋର୍ଟ ଅନୁଯାୟୀ ଆମେରିକାର ନିଶାଣରେ ସବୁଠୁ ସମ୍ଭାବିତ କ୍ଷେତ୍ର ଇରାନର ଆଣବିକ କେନ୍ଦ୍ର ନନ୍ତାଜା ରହିଥିଲା। ଅନ୍ତରାଷ୍ଟ୍ରୀୟ ପରମାଣୁ ଶକ୍ତି ଏଜେନ୍ସି ଅନୁଯାୟୀ, ୨୦୧୮ରେ ହୋଇଥିବା ପରମାଣୁ ଚୁକ୍ତିର ବୀପରିତ ଇରାନର ୧୨ ଗୁଣ ଅଧିକ ୟୁରାନିୟମ ଭଣ୍ଡାର ବଢି ସାରିଛି। ଏହି କାରଣରୁ ଟ୍ରମ୍ପ ଇରାନ ଉପରେ ଆକ୍ରମଣ କରିବାକୁ ଚାହୁଁଥିଲେ।

ଏହା ପୂର୍ବରୁ ମଧ୍ୟ ଗତ ବର୍ଷ ଜୁନ ମାସରେ ଟ୍ରମ୍ପ ଇରାନ ଉପରେ ଆକ୍ରମଣ କରିବାକୁ ଚାହିଁଥିଲେ ମାତ୍ର ଶେଷ ମୁହୂର୍ତ୍ତରେ ନିଜର ଏହି ଯୋଜନାକୁ ରଦ୍ଦ କରି ଦେଇଥିଲେ। କାରଣ ଇରାନ ଆମେରିକାର ଏକ ଡ୍ରୋନ ବିମାନକୁ ମାରି ଖସାଇଥିଲା ଏବଂ ଏହାର ପ୍ରତିଶୋଧ ନେବାକୁ ଟ୍ରମ୍ପ ଇରାନ ଉପରେ ଆକ୍ରମଣ କରିବାକୁ ଚାହିଁଥିଲେ।

   Related Posts