Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ପରାଜୟ ମାନିବାକୁ ନାରାଜ ଟ୍ରମ୍ପ: ପୁଣି ଟ୍ବିଟ୍‌ କଲେ, ‘WE WILL WIN’

10/11/2020 at 9:01 PM

ଓ୍ବାସିଂଟନ୍‌ ୧୦/୧୧: ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ବିଜୟ ହାସଲ କରିଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ପଦବୀ ପାଇବାରୁ ବଞ୍ଚିତ ରହିଛନ୍ତି। ଆମେରିକାବାସୀ ତାଙ୍କୁ ପରାଜୟର ରାସ୍ତା ଦେଖାଇଥିବା ବେଳେ ଏବେ ସୁଦ୍ଧା ଟ୍ରମ୍ପ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି।  ମଙ୍ଗଳବାର ସନ୍ଧ୍ୟାରେ ପୁଣି ଟ୍ବିଟ୍‌ କରି ‘ଆମେ ଜିତିବୁ’ ବୋଲି ଦାବି କରିଛନ୍ତି। ତେବେ ଏନେଇ ସେ ବାରମ୍ବାର ଦାବି କରିଆସୁଥିବା ବେଳେ ଫଳାଫଳ ମିଳିବା ପରେ ବି ସେ ବାଉଳା ହେଉଥିବା ଚର୍ଚ୍ଚା ହେଉଛି।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବହୁମତ ପାଇଥିବା ବାଇଡେନ୍‌ ୨୦୨୧ ଜାନୁଆରୀରେ ଶପଥ ଗ୍ରହଣ କରିବେ। କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଏହାକୁ ନେଇ ଡେମୋକ୍ରାଟିକ୍‌ ପାର୍ଟି ଭୋଟ୍‌ ହେରଫେର କରିଥିବା ନେଇ ଅଭିଯୋଗ କରିଆସିଛନ୍ତି। ଏହାକୁ ନେଇ ସେ ସୁପ୍ରିମକୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି।

ବୃହତ୍ତ ବିଜୟ ବୋଲି ବାରମ୍ବାର ଟ୍ବିଟ୍‌ କରୁଥିବା ଟ୍ରମ୍ପ ବାଇଡେନଙ୍କ ସହ ଡେମୋକ୍ରାଟିକ୍‌ ପାର୍ଟିକୁ ଟାର୍ଗେଟ କରୁଛନ୍ତି। ଆମେ ତାଙ୍କଠୁ ଆଗରେ କିନ୍ତୁ ସେମାନେ ଭୋଟ୍‌ ଚୋରି କରୁଥିବା ଅଭିଯୋଗ କରିଛନ୍ତି ଟ୍ରମ୍ପ। ଆମେ ସେମାନଙ୍କୁ ସେମିତି କରିବାକୁ ଦେବାନି। କାରଣ ମତଦାନ ପରେ ଭୋଟ ହୋଇପାରିବନି ବୋଲି ରାଷ୍ଟ୍ରପତି କହିଛନ୍ତି।

ଡେଲଓ୍ବେରରେ ବାଇଡେନ୍‌ଙ୍କ ଭାଷଣ ପରେ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍‌ କରିଥିଲେ। ବାଇଡେନ୍‌ ନିଜର ସମର୍ଥକଙ୍କୁ ବିଶ୍ବାସ ରଖିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଟ୍ରମ୍ପ ଟ୍ବିଟ୍‌ କରିଥିଲେ ଯେ ‘ ନିର୍ବାଚନ ଦିନ ରାତି ୮ଟା ପରେ ମଧ୍ୟ ଅସତ ଉପାୟରେ ଭୋଟ ଗ୍ରହଣ କରାଯିବାରୁ ପେନସିଲଭେନିଆ ସମେତ ଅନ୍ୟ କିଛି ସ୍ଥାନରେ ଫଳାଫଳ ପରିବର୍ତ୍ତନ ହୋଇଥିଲା।’

ଅନ୍ୟପଟେ ଟ୍ବିଟ୍‌ର ପକ୍ଷରୁ ଟ୍ରମ୍ପଙ୍କୁ ଦିଆଯାଇଥିବା ବିଶେଷାଧିକାର ଛିନ୍ନ କରାଯିବ। ବାଇଡେନ୍‌ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଏହି ଅଧିକାର ଟ୍ରମ୍ପଙ୍କ ପାଖରୁ ପ୍ରତ୍ୟାହାର କରିନେବ ଟ୍ବିଟ୍‌ର। ଏହା ପରେ ଟ୍ରମ୍ପଙ୍କ ଟ୍ବିଟ୍‌ର ବକାଉଣ୍ଟ ବନ୍ଦ କରିପାରିବ ଟ୍ବିଟ୍‌ର।

   Related Posts