ବଗଦାଦୀ ପର୍ଯ୍ୟନ୍ତ ଆମେରିକା ସେନାକୁ ପହଞ୍ଚାଇଥିବା ସନ୍ଧାନୀ କୁକୁରର ଫଟୋ ସେୟାର କଲେ ଟ୍ରମ୍ଫ, ସୋସାଲ ମିଡିଆରେ ଭାଇରାଲ

Published By : Prameya-News7 Bureau | October 29, 2019 IST

ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ସେନାର ପ୍ରଶିକ୍ଷିତ କୁକୁର ଫଟୋ ସୋସାଲ ମିଡିଆରେ ସାର୍ବଜନିକ କରିଛନ୍ତି। ଆଇଏସ୍ଆଇଏସ୍ ନେତା ଅବୁବକର ଅଲ-ବଗଦାଦୀକୁ ସେନା ହତ୍ୟା କରିବାରେ ଏହି କୁକୁରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଏକ ବେଲଜିୟନ ମାଲେନସ ପ୍ରଜାତିର କୁକୁର। ଏହା ପୂର୍ବରୁ ଏହି ପ୍ରଜାତିର ପ୍ରଶିକ୍ଷିତ କୁକୁର ପାକିସ୍ତାନ ଏବୋଟା ବାଦରେ ଅଲକାଏଦା ନେତା ଓସାମାବିନ ଲାଡେନକୁ ଖୋଜି ବାହାର କରିବାରେ ନେଭି ସିଲ କମାଣ୍ଡୋମାନଙ୍କୁ ସହାୟତା କରିଥିଲା।

wp:html /wp:html

ଏହି କୁକୁରର ଫଟୋ ସେୟାର କରି ଟ୍ରମ୍ଫ ଟ୍ୱିଟ୍ ରେ ଉଲ୍ଳେଖ କରିଛନ୍ତି ଯେ 'ଏପରି ଏକ ଅଦଭୂତ କୁକୁରର ଫଟୋ ସାର୍ବଜନିକ କରୁଛି ଯିଏ ଆଇଏସ୍ ନେତା ଅବୁ ବକର ଅଲ-ବଗଦାଦୀକୁ ଧିରବା ଓ ମାରିବାରେ ବଡ ଯୋଗଦାନ ଦେଇଛି'।ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ଭାରତ ଗସ୍ତକାଳରେ ଏହି ପ୍ରଜାତିର କୁକୁରଙ୍କୁ ରାଜଧାନୀ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ଯାଞ୍ଚରେ ମୁତୟନ କରାଯାଇଥିଲା। ଭାରତରେ ବି ଏହି ପ୍ରଜାତିର କୁକୁର ଅଛନ୍ତି, ଯେଉଁମାନଙ୍କୁ ଆସାମର କାଜିରଙ୍ଗା ଉଦ୍ୟାନରେ ଚୋରା ପଶୁ ଶିକାରୀଙ୍କୁ ଧରିବା ରେ ମୁତୟନ କରାଯାଇଛି।  

{"id":176581,"width":580,"height":325}

କେବଳ ଜଙ୍ଗଲ ସୁରକ୍ଷା ନୁହେଁ ସିଆରପିଏଫ ଗତ ୨୦୧୧ ମସିହାରୁ ଏହି ପ୍ରଜାତିର କୁକୁରଙ୍କୁ ମାଓ ଉପଦ୍ରୁତ ଅଞ୍ଚଳରେ ଉପଯୋଗ କରାଯାଉଛି। ଏହି କୁକୁର ପ୍ରଜାତି ଅସମ୍ଭବ ଘ୍ରାଣ ଶକ୍ତିର ଅଧିକାରୀ ହୋଇଥିବା ବେଳେ ଅଧିକ ପରିଶ୍ରମି ମଧ୍ୟ। ଏମାନେ ଦୈନିକ ୨୫ରୁ ୩୦ କିଲୋମିଟର ବାଟ ଚାଲିଯାଇପାରନ୍ତି। କେବଳ ଏତିକି ନୁହେଁ ଏମାନେ ଭାରି ଲଢୁଆ ମଧ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.