Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପୁଣି ବିବାଦରେ ଟ୍ରମ୍ପ : ପୂର୍ବତନ ରକ୍ଷାମନ୍ତ୍ରୀଙ୍କୁ କହିଲେ ‘ମ୍ୟାଡ୍ ଡଗ୍’

4/06/2020 at 11:55 AM

ୱାସିଂଟନ ୦୪/୦୬ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ପୂର୍ବତନ ସୁରକ୍ଷାମନ୍ତ୍ରୀ ଜିମ୍ ମେଟିସଙ୍କ ଟାର୍ଗେଟରେ | ହ୍ୱାଇଟ୍ ହାଉସ୍ ନିକଟରେ ବିରୋଧ ପ୍ରଦର୍ଶନ ନିୟନ୍ତ୍ରଣ କରିବା ପାଇଁ ସେନା ନିୟୋଜିତ କରିବା ଘଟଣାକୁ ନେଇ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଛନ୍ତି | ସେ କହିଛନ୍ତି ଯେ, ଟ୍ରମ୍ପ ଏହିଭଳି ପଦକ୍ଷେପ ନେଇ ସେନା ଓ ନାଗରିକ ସମାଜ ମଧ୍ୟରେ ଭୁଲ ଭାବରେ ସଂଘର୍ଷ ସୃଷ୍ଟି କରୁଛନ୍ତି | ଜିମ୍ ମେଟିସଙ୍କ ଅଭିଯୋଗରେ ଟ୍ରମ୍ପ୍ ଜବାବ ଦେଇ ତାଙ୍କୁ ମ୍ୟାଡ୍ ଡଗ୍ ବୋଲି କହିଛନ୍ତି |

ଟ୍ରମ୍ପ ବିରବାରଙ୍କୁ ଟ୍ୱିଟ କରି ଲେଖିଛନ୍ତି ଯେ, ଓବାମା ଓ ତାଙ୍କ ଭିତରେ ଗୋଟିଏ ହିଁ ସାମଞ୍ଜସ୍ୟ ଅଛି, ଉଭୟ ଜିମ୍ ମେଟିସଙ୍କୁ ବରଦାସ୍ତ କରିଛନ୍ତି | ସେ ଦୁନିଆର ସବୁଠାରୁ ଓଭର୍ ରେଟେଡ଼୍ ଜେନେରାଲ | ସେ ତାଙ୍କ ଠାରୁ ଇସ୍ତଫା ନେବାପରେ ତାଙ୍କୁ ବହୁତ ଆଶ୍ୱସ୍ତ ଅନୁଭୂତ ହୋଇଥିଲା ବୋଲି ସେ କହିଛନ୍ତି | ତାଙ୍କ ଡାକ ନାଁ ଅରାଜକ, କିନ୍ତୁ ଟ୍ରମ୍ପଙ୍କ ତାଙ୍କର ଏହି ନାଁ ପସନ୍ଦ ନଥିଲା ବୋଲି ସେ ତାଙ୍କ ନାଁ ମ୍ୟାଡ୍ ଡଗ୍ ରଖିଥିଲେ ବୋଲି କହିଛନ୍ତି |

ଆଗକୁ ଟ୍ରମ୍ପ ଲେଖିଛନ୍ତି ଯେ, ‘ଜିମ୍ ମେଟିସଙ୍କ ଅସଲ ତାକତ ସେନା ନଥିଲା | ସେ କେବଳ ପବ୍ଲିକରେ ନିଜର ଭଲ ପ୍ରତିଛବି ପ୍ରତିଷ୍ଠା କରିବା ଜାଣିଛନ୍ତି | ମୁଁ ତାଙ୍କୁ ଏକ ନୂଆ ଜୀବନ ଦେଇଛି, ଗୋଟିଏ ମଉକା ଦେଇଥିଲି କିନ୍ତୁ ସେ କିଛି ଖାସ କରିପାରିନଥିଲେ | ସେଥିପାଇଁ ତାଙ୍କୁ ଅନ୍ୟଆଡେ ଯିବାକୁ ଦିଆଯାଇଥିଲା | ଭଲ ହୋଇଛି ସେ ଚାଲି ଯାଇଛନ୍ତି |’ ପୂର୍ବତନ ରକ୍ଷାମନ୍ତ୍ରୀ କହିଥିଲେ ଯେ, ସେ କେବେ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ ଯେ ନିଜ ସାଥି ନାଗରିକଙ୍କ ସାମ୍ବିଧାନିକ ଅଧିକାର ଉଲଙ୍ଘନ କରିବା ଯୋଗୁଁ ସେନା କୌଣସି ପରିସ୍ଥିତିରେ ସେନା ନିୟୋଜିତ କରାଯିବ |

ଜିମ୍ ମେଟିସ ‘ଦ ଆଟ୍ଲାଣ୍ଟିକ’ରେ ପ୍ରକାଶ ପାଇଥିବା ଏକ ବୟାନରେ ଲେଖିଥିଲେ ଯେ, ‘ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଜୀବନର ପ୍ରଥମ ରାଷ୍ଟ୍ରପତି ଯିଏ ଆମେରିକା ଲୋକଙ୍କୁ ଏକଜୁଟ କରିବା ପାଇଁ ଚେଷ୍ଟା କରନ୍ତିନି, ଏପରିକି ଚେଷ୍ଟା କଲାଭଳି ଦେଖେଇ ମଧ୍ୟ ହୁଅନ୍ତିନି | ଓଲଟା ସେ ଆମେରିକା ଲୋକଙ୍କୁ ବିଭାଜିତ କରିବାକୁ ଚେଷ୍ଟା କରୁଛନ୍ତି | ମେଟିସ୍, ଟ୍ରମ୍ପଙ୍କ ସିରିଆ ନୀତି ବିରୋଧରେ ୨୦୧୮ ମସିହା ଡିସେମ୍ବର ମାସରେ ସୁରକ୍ଷାମନ୍ତ୍ରୀ ପଦବୀରୁ ହଟିବା ପରେ ତାଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉନାହିଁ |

   Related Posts